ଓଡିଶା

odisha

ETV Bharat / sukhibhava

ଦୈନିକ 5ଗ୍ରାମରୁ ଅଧିକ ଲୁଣ ଖାଉଥିଲେ ସାବଧାନ ! ଏତିକି ଖାଆନ୍ତି ଭାରତୀୟ

ଦୈନିକ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ଦ୍ବାରା ରକ୍ତଚାପ ବୃଦ୍ଧି ପାଇଥାଏ । ଏହା ହାର୍ଟଆଟାକ ଏବଂ ଷ୍ଟ୍ରୋକର କାରଣ ହୋଇପାରେ । ତେବେ ଜାଣନ୍ତୁ ଦୈନିକ କେତେ ଲୁଣ ଖାଇବା ଆବଶ୍ୟକ...

Daily Salt Intake
Daily Salt Intake

By ETV Bharat Odisha Team

Published : Sep 26, 2023, 4:35 PM IST

ହାଇଦ୍ରାବାଦ:ଲୁଣ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିନା ଲୁଣରେ ଖାଦ୍ୟ ସ୍ବାଦହୀନ ଅଟେ। ହେଲେ ପ୍ରକାଶଥାଉକି, ଆବଶ୍ୟକତା ଠାରୁ ଅଧିକ ଲୁଣ ସ୍ବାସ୍ଥ୍ୟପକ୍ଷେ ହାନିକାରକ ଅଟେ। ପ୍ରତିଦିନ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ଦ୍ବାରା ଶରୀରକୁ ଅନେକ କ୍ଷତି ପହଞ୍ଚି ଥାଏ। ଅଧିକ ଲୁଣ ରକ୍ତଚାପ ବୃଦ୍ଧି କରିବା ସହିତ ହୃଦୟ ଏବଂ କିଡନୀ ରୋଗ ସୃଷ୍ଟି କରିଥାଏ ବୋଲି ରିପୋର୍ଟରେ କୁହାଯାଇଛି। ତେଣୁ ଖାଦ୍ୟରେ ଲୁଣକ ମାତ୍ରା କମ କରିବା ଆବଶ୍ୟକ ବୋଲି କୁହାଯାଇଛି। ଦୈନିକ 5 ଗ୍ରାମରୁ ଅଧିକ ଲୁଣର ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଉଛି।

କେତେ ଲୁଣ ଖାଆନ୍ତି ଭାରତୀୟ: ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବ୍ୟକ୍ତି ଦୈନିକ ହାରାହାରି 8 ଗ୍ରାମ ଲୁଣ ସେବନ କରୁଥବା ଜଣାପଡିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଦୈନିକ 5 ଗ୍ରାମରୁ ଅଧିକ ଲୁଣ ସେବନ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ହାରାହାରି 3 ଗ୍ରାମ ଅଧିକ ଲୁଣ ଖାଉଛନ୍ତି ଭାରତୀୟ। ନେଚର ଫୋର୍ଟିଫୋଲିଓ ପତ୍ରିକାରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନ ପାଇଁ, ନ୍ୟାସନାଲ ନନକମ୍ୟୁନିକେବଲ ଡିଜିଜେସ ମନିଟରିଂ ସର୍ଭେ (NNMS) ଅଧୀନରେ 3000। ଏହି ସର୍ବେକ୍ଷଣରେ, ଅନୁସନ୍ଧାନକାରୀମାନେ ଅଂଶଗ୍ରହଣକାରୀଙ୍କ ମୂତ୍ରରେ ସୋଡିୟମ୍ ସ୍ତରକୁ ଯାଞ୍ଚ କରିଥିଲେ।

ମହିଳାଙ୍କ ଠାରୁ ଅଧିକ ଲୁଣ ଖାଆନ୍ତି ପୁରୁଷ: ଅଧ୍ୟୟନରୁ ଜଣାପଡିଛି ଯେ ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସମସ୍ତ ବୟସ ବର୍ଗର ଲୋକମାନେ ଦୈନିକ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଉଛନ୍ତି। ଏହି ବିଶ୍ଳେଷଣରେ ଅନେକ ଚିନ୍ତାଜନକ ତଥ୍ୟ ଉଭା ହୋଇଛି। ଅଧ୍ୟୟନ ଅନୁଯାୟୀ, ସମସ୍ତ ବୟସ ବର୍ଗର ଲୋକମାନେ, ପୁରୁଷ କିମ୍ବା ମହିଳା, ଚାକିରୀ ହେଉ କିମ୍ବା ବେକାର, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଜ୍ବାରା ଧାର୍ଯ୍ୟ ହୋଇଥିବା ଲୁଣ ସୀମାଠାରୁ ଅଧିକ ଲୁଣ ଖାଉଛନ୍ତି। କିନ୍ତୁ ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଲୁଣ ଖାଉଛନ୍ତି ଏବଂ ଚାକିରୀ କରୁଥିବା ବ୍ୟକ୍ତି ବେକାରଙ୍କ ଅପେକ୍ଷା ଅଧିକ ଲୁଣ ଖାଉଛନ୍ତି ବୋଲି ଜଣାପଡିଥିଲା। ହାରାହାରି, ପୁରୁଷମାନେ ପ୍ରତିଦିନ 8.9 ଗ୍ରାମ ଲୁଣ ଖାଉଥିବାବେଳେ ମହିଳାମାନେ ଏହାଠାରୁ କମ୍ ଅର୍ଥାତ୍ ପ୍ରତିଦିନ 7.9 ଗ୍ରାମ ଲୁଣ ଖାଉଥିଲେ। ଯଦିଓ ମହିଳାଙ୍କ ଲୁଣ ଖାଇବା ସ୍ତର କମ ରହିଥିଲା କିନ୍ତୁ ଧାର୍ଯ୍ୟ କରାଯାଇଥିବା ସ୍ତର ଠାରୁ ଅଧିକ ଅଟେ।

ମୋଟାପା ବ୍ୟକ୍ତି ଅଧିକ ଖାଆନ୍ତି ଲୁଣ: ଏହି ଅଧ୍ୟୟନରେ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ତମାଖୁ ସେବନ କରନ୍ତି, ସେମାନେ ଦୈନିକ 8.3 ଗ୍ରାମ ଲୁଣ ସେବନ କରନ୍ତି ବୋଲି ଜଣାପଡିଛି। ଯେଉଁମାନେ ମୋଟାପାରେ ପୀଡିତ ଥିଲେ, ସେମାନଙ୍କ ଲୁଣ ଗ୍ରହଣ ସର୍ବାଧିକ ଥିଲା। ମୋଟୋପା ବ୍ୟକ୍ତି ଦୈନିକ 9.2 ଗ୍ରାମ ଲୁଣ ସେବନ କରୁଥିଲେ। ଏହା ବ୍ୟତୀତ, ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ଲୁଣ ଗ୍ରହଣ ମଧ୍ୟ ଦିନକୁ 8.5 ଗ୍ରାମ ଥିଲା। ତେବେ ତୁଳନା ସମୟରେ କୁହାଯାଇଛି ଯେ, ଯେଉଁମାନେ ତମାଖୁ ସେବନ କରୁନଥିଲେ, ଅଧିକ ଓଜନ ନଥିଲେ ଏବଂ ନିୟନ୍ତ୍ରିତ ରକ୍ତଚାପ ବ୍ୟକ୍ତିଙ୍କ ନିକଟରେ ଲୁଣର ପରିମାଣ କମ ରହିଥିଲା।

ଏହା ମଧ୍ୟ ପଢନ୍ତୁ: Dementia Problem : ଅତ୍ୟଧିକ ଲୁଣ ଖାଇବା ଦ୍ବାରା ହୋଇଥାଏ ଡିମେନ୍ସିଆ

ଅଧିକ ଲୁଣ ଖାଇବା ଦ୍ବାରା ବୃଦ୍ଧି ପାଇପାରେ ରକ୍ତଚାପ: ଲୁଣରେ ସୋଡିୟମ୍ ଥାଏ ଯାହା ରକ୍ତଚାପକୁ ବୃଦ୍ଧି କରିଥାଏ। ଅତ୍ୟଧିକ ସୋଡିୟମ୍ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ମଧ୍ୟ ବଢାଇଥାଏ। ତେଣୁ ଡାକ୍ତରମାନେ ପରାମର୍ଶ ଦେଇଥିବା ଲୁଣ ପରିମାଣଠାରୁ ଅଧିକ ଖାଇବା ଉଚିତ ନୁହେଁ ବୋଲି କୁହାଯାଇଛି। ଲୁଣରେ ସୋଡିୟମ୍ ଥାଏ ଯାହା ଆମ ସ୍ନାୟୁ ଏବଂ ମାଂସପେଶୀ ପାଇଁ ଜରୁରୀ। କିନ୍ତୁ ଯଦି ଆମେ ଅଧିକ ଲୁଣ ଖାଇଥାଉ ତେବେ ଏହା ରକ୍ତଚାପକୁ ବୃଦ୍ଧି କରିଥାଏ। ରକ୍ତଚାପ ବୃଦ୍ଧି ଦ୍ବାରା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବୃଦ୍ଧି ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details