ଓଡିଶା

odisha

ETV Bharat / sukhibhava

AC ବିନା ଶୋଉନଥିଲେ ସାବଧାନ ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ନିୟମିତ ଭାବେ ଏସିରେ ଶୋଉଥିଲେ ସାବଧାନ ହୋଇଯାଆନ୍ତୁ । ଦେଖା ଦେଇପାରେ ଅନେକ ସ୍ବାସ୍ଥ୍ୟ ସମସ୍ୟା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 1, 2023, 5:29 PM IST

ହାଇଦ୍ରାବାଦ: ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହ ଏତେ ଅଧିକ ଯେ, ଏସି ବା ଏୟାର୍ କଣ୍ଡିସନର୍ ବିନା ବଞ୍ଚିବା କଷ୍ଟକର । ଅଧିକାଂଶ ଲୋକେ ଏସିର ବ୍ୟବହାର କରୁଛନ୍ତି, ତାହା ପୁଣି ସକାଳଠୁ ସଞ୍ଜ ଯାଏଁ । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ନିୟମିତ ଭାବେ ଲଗାତାର ଏସିରେ ରହିବା ସ୍ବାସ୍ଥ୍ୟ ହାନିକାରକ । ଦିନସାରା ଏସିରେ ରହିବା ସ୍ୱାସ୍ଥ୍ୟ ସହିତ ଚର୍ମ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ଏହି କାରଣରୁ କି କି କ୍ଷତି ପହଞ୍ଚିଥାଏ...

ଏସିରେ ଶୋଇବାର ଅସୁବିଧା:

  • ଅନେକ ଲୋକ 16 ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଶୋଇବାକୁ ପସନ୍ଦ କରନ୍ତି । ଏତେ କମ୍ ତାପମାତ୍ରାରେ ଶୋଇବା ଦ୍ୱାରା ପ୍ରଥମେ ଥଣ୍ଡା ସମସ୍ୟା ଲାଗିରଲେ ।
  • ଏସି ଚଲାଇବା ପରେ ଝରକା ଏବଂ କବାଟ ସବୁବେଳେ ବନ୍ଦ ରଖିବା ଫଳରେ ତାଜା ପବନ କୋଠରୀକୁ ପ୍ରବେଶ କରିପାରେ ନାହିଁ । ସଠିକ୍ ଭେଣ୍ଟିଲେସନ୍ ନ ଥିବାରୁ ଶରୀର କ୍ଳାନ୍ତ ହେବାକୁ ଲାଗେ ।
  • ଏସିରେ ଶୋଇବା କାରଣରୁ ଚର୍ମ ସମସ୍ୟା ମଧ୍ୟ ହୋଇପାରେ । ଏସି କୋଠରୀରେ ଥିବା ବାୟୁରୁ ଆର୍ଦ୍ରତା ଅବଶୋଷଣ କରେ, ଯେଉଁ କାରଣରୁ ଚର୍ମର ଆର୍ଦ୍ରତା ମଧ୍ୟ ଲୋପ ପାଇବାକୁ ଲାଗେ । ଯଦି ସବୁବେଳେ ଏସିରେ ରହୁଛନ୍ତି, ତେବେ ଡ୍ରାଏ ସ୍କିନ୍ ଏବଂ କୁଞ୍ଚନ ସମସ୍ୟା ହୋଇପାରେ ।

ଏହା ମଧ୍ୟ ପଢନ୍ତୁ:-ଭାରତରେ 14ଟି ମୋବାଇଲ୍ ଆପ ବ୍ୟାନ, ପାକିସ୍ତାନକୁ ଗୁପ୍ତ ସୂଚନା ପଠାଉଥିଲେ ଆତଙ୍କବାଦୀ

  • ଆହୁରି ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ଏସିରେ ଶୋଇବା ଫଳରେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।
  • ଦୀର୍ଘ ସମୟ ଏସିରେ ରହିବା ମଧ୍ୟ ମୋଟାପଣର ଶିକାର କରିପାରେ । ଯେତେବେଳେ ଜଣେ ବ୍ୟକ୍ତି ଏସିରେ ରୁହନ୍ତି ସେତେବେଳେ ଶରୀରର ଶକ୍ତି ଖର୍ଚ୍ଚ ହୁଏ ନାହିଁ, ଅର୍ଥାତ୍ ଶାରୀରିକ ପରିଶ୍ରମ ନକରୁଥିବାରୁ ଚର୍ବି ବୃଦ୍ଧି ପାଇବାକୁ ଲାଗେ । ଫଳରେ ମେଦବହୁଳତା ସୃଷ୍ଟି ହୁଏ ।
  • ଏସିରେ ଦୀର୍ଘ ସମୟ ଶୋଇବା ହେତୁ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଦିଏ । ଫଳରେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ । ଏହା ବ୍ୟତୀତ ମୁଣ୍ଡ ବିନ୍ଧାର ସମସ୍ୟା ମଧ୍ୟ ହୋଇପାରେ ।
  • ଏସିରେ ଦୀର୍ଘ ସମୟ ଶୋଇବା ହେତୁ ଶରୀରରେ ଯନ୍ତ୍ରଣା ହୋଇପାରେ । ଏହି କାରଣରୁ, ପିଠି ଯନ୍ତ୍ରଣା, ଗୋଡ଼ ଯନ୍ତ୍ରଣା ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
  • ଏହି କୁଅଭ୍ୟାସ ଡିହାଇଡ୍ରେସନର ମଧ୍ୟ କରିପାରେ । କାରଣ ଏସିରେ ରହିବା ଫଳରେ କମ୍ ପାଣି ପିଇଥାନ୍ତି, ଫଳରେ ଶରୀରରେ ଜଳୀୟଅଂଶର ଅଭାବ ଦେଖାଯାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details