ହାଇଦ୍ରାବାଦ:ଆଜିକାଲି ପ୍ରାୟ ସବୁ ଋତୁରେ ଜ୍ବର ହୋଇଥାଏ। ଜ୍ବର ହେବା ମାତ୍ରେ ଲୋକମାନେ ଗୋଧୋଇବା ବନ୍ଦ କରି ଦେଇଥାଆନ୍ତି । ଜ୍ବର ସମୟରେ ଗୋଧାଇବା କ୍ଷତିକାରକ ବୋଲି ଅନେକ ଲୋକ ଭାବି ଥାଆନ୍ତି । ଗୋଧୋଇବା ଦ୍ବାରା ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡ଼ି ଯାଇଥାଏ ବୋଲି କୁହାଯାଇଥାଏ । ଅନ୍ୟପଟେ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ଜ୍ବରରେ ମଧ୍ୟ ଗାଧୋଇବା ପସନ୍ଦ କରିଥାଆନ୍ତି । ତେବେ ଅନେକ ଆଜି ଯାଏଁ ମଧ୍ୟ ଜାଣିନାହାନ୍ତି ଯେ, ଜ୍ବର ହେଲେ ଗୋଧୋଇବା ଉଚିତ କି ନୁହେଁ ।
ଡାକ୍ତରଙ୍କ କହିବା ଅନୁସାରେ ଜ୍ୱରରେ ଗାଧୋଇବାରେ କୌଣସି ଅସୁବିଧା ନଥାଏ । ଜ୍ୱର ଆସିବା ପରେ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ। ଶରୀରରେ ଯନ୍ତ୍ରଣା ଆରମ୍ଭ ହେବା ସହିତ ଦୁର୍ବଳ ଲାଗିଥାଏ । ଏଭଳି ପରିସ୍ଥିତିରେ ଲୋକେ ଗାଧୋଇବା ପାଇଁ ପସନ୍ଦ କରିନଥାନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଉଷୁମ ପାଣିରେ ଗାଧୋଇବା ଲାଭଦାୟକ ହୋଇପାରେ । ସ୍ନାନ କରିବା ଦ୍ୱାରା ଜ୍ୱରର ପ୍ରଭାବ କମିଯିବାର ସମ୍ଭାବନା ରହିଥାଏ । ଏହା ମାଂସପେଶୀକୁ ଆରାମ ଦେଇଥାଏ । ଯଦି ଆପଣ ଉଷୁମ ପାଣିରେ ସ୍ନାନ କରନ୍ତି, ତେବେ ଆପଣ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇପାରିବ। କିନ୍ତୁ ଶରୀରର ତାପମାତ୍ରା ଅଧିକ ରହିଥିଲେ ସ୍ନାନଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି ।
ଭାଇରାଲ ଜ୍ବରରେ ଗାଧୋଇବା ଉଚିତ କି ନୁହେଁ ?
- ଜ୍ୱର ହେଲେ ଜଣେ ଅତ୍ୟଧିକ ଗରମ କିମ୍ବା ଥଣ୍ଡା ପାଣି ବଦଳରେ ଉଷୁମ ପାଣିରେ ଗାଧୋଇବା ଉଚିତ । ଏହା ଦ୍ବାରା ଯନ୍ତ୍ରଣା ଦୂର ହେବା ସହିତ ଶରୀରକୁ ଆରାମ ମିଳିଥାଏ ।
- ଯଦି ଆପଣ ଜ୍ୱରରେ ଗାଧୋଇବାକୁ ଚାହୁଁଛନ୍ତି ତେବେ କମ ସମୟ ପାଇଁ ସ୍ନାନ କରିବା ଉଚିତ । ଦୀର୍ଘ ସମୟ ପାଣିରେ ରହିବା ଦ୍ବାରା ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ପାରେ ।
- ହାଲୁକା ଭାବେ ସାବୁନକୁ ଶରୀରରେ ଲଗାନ୍ତୁ । ଝାଳ ହେଉଥିବା ଜାଗାକୁ ଭଲ ଭାବେ ସଫା କରିବା ଉଚିତ । ଯାହା ଦ୍ବାରା କି ବ୍ୟାକ୍ଟେରିଆ ବା ଫଙ୍ଗସ୍ ସଂକ୍ରମଣକୁ ଦୂରେଇ ପାରିବା ।