ଓଡିଶା

odisha

ETV Bharat / sukhibhava

Banana Side Effects: ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା ଥିଲେ କଦଳୀ ଖାଇବା ମନା ! - କଦଳୀ

ସ୍ବାସ୍ଥ୍ୟ ପାଇଁ କଦଳୀ ଉପକାରୀ ବୋଲି ବିବେଚନା କରାଯାଉ ଥିଲେ ମଧ୍ୟ, କେତେକ ପ୍ରକାର ରୋଗୀ ଏଥିରୁ ଦୂରେଇ ରହିବା ଉଚିତ୍ । ଜାଣନ୍ତୁ କେଉଁ ପ୍ରକାରର ସମସ୍ୟା ଥିଲେ କଦଳୀ ଖାଇବାକୁ ବାରଣ କରାଯାଏ...

Banana
Banana

By

Published : Feb 18, 2023, 9:56 PM IST

ହାଇଦ୍ରାବାଦ: କଦଳୀକୁ ଏକ ସୁସ୍ଥ ଖାଦ୍ୟ ଭାବରେ ବିବେଚନା କରାଯାଏ । ଜିମ୍ ଯାଉଥିବା ଲୋକେ କ୍ଷୀର ସହିତ କଦଳୀ ଖାଇଥା’ନ୍ତି । ଏଥିରେ କ୍ୟାଲୋରୀ ଭରପୂର ଥାଏ । ଏହି କାରଣରୁ ଏହାକୁ ଏକ ଉତ୍ତମ ଶକ୍ତି ଉତ୍ସ ଭାବରେ ବିବେଚନା କରାଯାଏ । ଶାରୀରିକ ଦୁର୍ବଳତା ଥିବା ସମୟରେ ଡାକ୍ତରମାନେ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି । ହେଲେ, ଜାଣନ୍ତି କି କେତେକ ରୋଗୀଙ୍କୁ ମଧ୍ୟ କଦଳୀ ଖାଇବାକୁ ବାରଣ କରାଯାଇଥାଏ । କେଉଁ କେଉଁ ରୋଗରେ ପୀଡିତ ବ୍ୟକ୍ତି କଦଳ ଖାଇବା ଅନୁଚିତ୍ ଓ କାହିଁକି, ଜାଣନ୍ତୁ...

ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇପାରେ

ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି, ସେମାନଙ୍କୁ କଦଳୀ ନ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କଦଳୀରେ ଶର୍କରା ଭରିହୋଇ ରହିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବଢିପାରେ । ଏହା ମଧୁମେହ ସମସ୍ୟାକୁ ଅଧିକ ଗମ୍ଭୀର କରିପାରେ ।

ପେଟ ସମସ୍ୟା ଥିଲେ କଦଳୀ ଖାଇବାଠୁ ଦୂରେଇ ରୁହନ୍ତୁ

ଲୁଜ୍ ମୋସନ୍(ତରଳ ଝାଡା) ହେଉଥିଲେ କଦଳୀ ଖାଇବାକୁ ପରାମର୍ଶ ଦିଆଯାଏ । କିନ୍ତୁ ଯଦି ପେଟ ଠିକ୍ ଅଛି ତେବେ ଅଧିକ କଦଳୀ ପେଟରେ କୋଷ୍ଠକାଠିନ୍ୟ ସୃଷ୍ଟି କରିପାରେ । ଏହା ଫ୍ଲାଟୁଲେନ୍ସ ଏବଂ ଗ୍ୟାସ ସମସ୍ୟା ସୃଷ୍ଟି କରିପାରେ । କୋଷ୍ଠକାଠିନ୍ୟ ରୋଗୀମାନେ କଦଳୀ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ମାଇଗ୍ରେନ୍ ସମସ୍ୟା ହୋଇପାରେ

ମାଇଗ୍ରେନ୍ ଏକ ମସ୍ତିଷ୍କ ସମସ୍ୟା, ମୁଣ୍ଡର ଅଧା ଭାଗ ଯନ୍ତ୍ରଣା କରିବାକ ମାଇଗ୍ରେନ୍ କୁହାଯାଏ । ଯଦି ଆପଣ ମାଇଗ୍ରେନ୍ ସମସ୍ୟାରେ ପୀଡିତ ଅଛନ୍ତି ତେବେ କଦଳୀ ସେବନଠୁ ଦୂରେଇ ରୁହନ୍ତୁ ।

ଶ୍ବାସକ୍ରିୟା ଏବଂ ଆଲର୍ଜି ସମସ୍ୟା ବଢିପାରେ

କଦଳୀ ସାଧାରଣତଃ ଥଣ୍ଡା ବୋଲି ଧରାଯାଏ । ଯଦି ପୂର୍ବରୁ ଶ୍ବାସକ୍ରିୟା ସମସ୍ୟା ସହ ସଂଘର୍ଷ କରୁଛନ୍ତି, ତେବେ କଦଳୀ ଖାଇବାଠାରୁ ଦୂରେଇ ରହିବା ଉଚିତ୍ । କଦଳୀ ଖାଇବା ଦ୍ୱାରା ରୋଗୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା ବଢିପାରେ । ଏହା ବ୍ୟତୀତ କିଛି ଲୋକଙ୍କ ମଧ୍ୟରେ କଦଳୀ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ମଧ୍ୟ ଦେଖାଯାଏ । ତେଣୁ ଜଟିଳ ସମସ୍ୟା ଥିଲେ ସ୍ବାସ୍ଥ୍ୟ ପରୀକ୍ଷା କରି କିମ୍ବା ଡାକ୍ତରଙ୍କ ପରାମର୍ଶ କ୍ରମେ ଯେକୌଣସି ଖାଦ୍ୟ ସେବନ କରିବା ଉଚିତ୍ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details