ହାଇଦ୍ରାବାଦ: ସାରା ଦିନର ବ୍ୟସ୍ତବହୁଳ ଜୀବନରୁ ଥକି ଯାଇ ରାତିରେ ଆମେ ଶାନ୍ତିରେ ଶୋଇଥାନ୍ତି । ହେଲେ ଏହି ଶାନ୍ତିପୂର୍ଣ୍ଣ ନିଦ୍ରାରେ ଅଧିକାଂଶ ଲୋକ ସ୍ୱପ୍ନର ଦୁନିଆକୁ ଯାଆନ୍ତି । ଏପରି ପରିସ୍ଥିତିରେ, କିଛି ସ୍ୱପ୍ନ ଭଲ ଥାଏ, କିନ୍ତୁ କିଛି ସ୍ୱପ୍ନ ଏପରି ଥାଏ, ଯାହା ଆମକୁ ଅଚାନକ ନିଦରୁ ଉଠାଇଦିଏ । ଏହି ଖରାପ ସ୍ୱପ୍ନ ଯୋଗୁଁ ଆମ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୁଏ । କାରଣ ବେଳେବେଳେ ଦୁଃସ୍ୱପ୍ନ ବାସ୍ତବ ପରି ଲାଗେ । ଆଗକୁ କଣ ହେବ କଣ ନାହିଁ ଭାବି ନିଦ ହୋଇନଥାଏ ।
ସ୍ୱପ୍ନକୁ ନେଇ ଅନେକ ପ୍ରକାରର ଗବେଷଣା ହୋଇଆସୁଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଲାନସେଟର ଇ-କ୍ଲିନିକାଲ୍ ମେଡିସିନ୍ ଜର୍ଣ୍ଣାଲରେ ନିକଟରେ ପ୍ରକାଶିତ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଭୟାନକ ସ୍ୱପ୍ନ ପ୍ରକୃତରେ ମାନସିକ ଅବସ୍ଥା ଅଟେ । ଆଜ୍ଞା ହଁ, ଏହି ଅନୁସନ୍ଧାନରେ କୁହାଯାଇଛି ଯେ, ଭୟାନକ ସ୍ୱପ୍ନ ଦେଖିବା ଭବିଷ୍ୟତର ସମ୍ଭାବିତ ଘଟଣାକ୍ରମ ନୁହେଁ, ବରଂ ଏହା ରୋଗର ସଙ୍କେତ । ତେବେ ଆସନ୍ତୁ ଜାଣିବା ଏହି ଅନୁସନ୍ଧାନ ସ୍ୱପ୍ନ ବିଷୟରେ କ'ଣ କହୁଛି
ଭୟାନକ ସ୍ୱପ୍ନର ଅର୍ଥ:ଅନୁସନ୍ଧାନରୁ ଜଣାପଡିଛି ଯେ, ଦୁଃସ୍ୱପ୍ନ ଦେଖିବା ବାସ୍ତବରେ ବାଲ୍ୟକାଳରୁ ଆରମ୍ଭ ହୋଇଥାଏ । ତାହା ହେଉଛି, ଯଦି 7 ରୁ 11 ବର୍ଷ ବୟସର ପିଲାମାନେ ନିୟମିତ ଭାବରେ ସ୍ୱପ୍ନ ଦେଖନ୍ତି କିମ୍ବା ଶୋଇବାକୁ ଭୟ କରନ୍ତି, ତେବେ ସେମାନେ 50 ବର୍ଷ ବୟସରେ ସଜ୍ଞାନାତ୍ମକ ଦୁର୍ବଳତା ତଥା ବୁଦ୍ଧି ବିଚାର ହରାଇବାର ଶିକାର ହୋଇପାରନ୍ତି । ଏହି କାରଣୁ ପାର୍କିନସନ୍ସ ରୋଗ(Parkinson's disease) ଏବଂ ଡିମେନ୍ସିଆ(dementia) ଭଳି ରୋଗର ଆଶଙ୍କା ବୃଦ୍ଧି ପାଏ ।