ହାଇଦ୍ରାବାଦ:ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ଅନେକ କାରଣ ପାଇଁ ଦାୟୀ ହୋଇଥାଏ । ମାତ୍ର ବେଳେବେଳେ ଏହା ଆଭ୍ୟନ୍ତରୀଣ ଅଙ୍ଗରେ ଥିବା ସମସ୍ୟାକୁ ଇଙ୍ଗିତ କରିଥାଏ । ତେବେ ଫ୍ୟାଟି ଲିଭର ବା ଯକୃତରେ ସମସ୍ୟା ଉପୁଜିଲେ ଏହା ଏକ ସଙ୍କେତ ହୋଇପାରେ । ଏହା ସାମଗ୍ରିକ ସ୍ବାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ ସେ ସମ୍ପର୍କରେ ଜାଣିବା ଆବଶ୍ୟକ । ସାଧାରଣତଃ ବିଶ୍ବାସ କରାଯାଏ ଯେ ସଠିକ୍ ପାଚନ ସ୍ବଚ୍ଛତା ଅଭାବରୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୁଏ । କିନ୍ତୁ ଏହା ବ୍ୟତୀତ କେତେକ ରୋଗ ମଧ୍ୟ ଏପରି ଅବସ୍ଥାକୁ ଆଣିପାରେ । ଏହାରି ମଧ୍ୟରେ ଗୋଟିଏ ସମସ୍ୟା ହେଉଛି ଫ୍ୟାଟି ଲିଭର ।
ଫ୍ୟାଟି ଲିଭର ଏକ ଗୁରୁତର ରୋଗ ଭାବରେ ବିବେଚନା କରାଯାଏ ନାହିଁ । କିନ୍ତୁ ଯଦି ସଠିକ ସମୟରେ ଏହାର ଚିହ୍ନଟ କରାଯାଇ ଚିକିତ୍ସା କରାଯାଏ ନାହିଁ କିମ୍ବା ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଏ ନଯାଏ ତେବେ ଅବସ୍ଥା ଭୀଷଣ ହୋଇପାରେ । ଦିଲ୍ଲୀରେ ଅବସ୍ଥାପିତ ଜଣେ ବରିଷ୍ଠ ଚିକିତ୍ସକ କହିଛନ୍ତି ଯେ ଏହି ଅବସ୍ଥାରେ ଯକୃତରେ ଅତ୍ୟଧିକ ଚର୍ବି ଜମା ହେବା ଆରମ୍ଭ କରିଥାଏ, ଯାହା ଅଙ୍ଗର ବିଭିନ୍ନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥାଏ । ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ୟାର ଲକ୍ଷଣ ସ୍ପଷ୍ଟ ଦେଖାଯାଏ ନାହିଁ ।
ଯଦି ସମସ୍ୟା ବଢିବାକୁ ଲାଗେ, ତେବେ ଚର୍ମ, ଆଖିର ରଙ୍ଗ, ବାନ୍ତି, ଥକାପଣ ଏବଂ ଗୋଡରେ ଫୁଲା ଭଳି ପରିବର୍ତ୍ତନ ହୋଇପାରେ । ଏହା ସହିତ ଜଣେ ବ୍ୟକ୍ତି ନିଜ ପାଟିରୁ ଏକ ଅସାଧାରଣ ଦୁର୍ଗନ୍ଧ ଅନୁଭବ କରିପାରନ୍ତି । ଡକ୍ଟର ରାଜେଶଙ୍କ କହିବାନୁସାରେ ଏହି ନିର୍ଦ୍ଦିଷ୍ଟ ରୋଗରେ ପ୍ରଥମେ ଯକୃତରେ ଫୁଲା ସହିତ ଏହାର କୋଷ ନଷ୍ଟ ହୁଏ । ସଠିକ ସମୟରେ ଚିକିତ୍ସା କରାନଗଲେ ଯକୃତ ଅକ୍ଷମ ହେବାର ଆଶଙ୍କା ବଢିଥାଏ ।