ଓଡିଶା

odisha

ସ୍ବାସ୍ଥ୍ୟକର ମା’ କ୍ଷୀର ପାଇଁ ଆୟୁର୍ବେଦିକ ଚେରମୂଳି

ଛୁଆକୁ ସ୍ତନ୍ୟପାନ କରାଇବା ପାଇଁ ଏକାଧିକ ଆହ୍ବାନ ରହିଥାଏ । ବିଶେଷକରି ପ୍ରସବ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମା’ମାନଙ୍କୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡିଥାଏ । ଯାହାର ସମାଧାନ ଆୟୁର୍ବେଦିକ ଚେରମୂଳି ଦ୍ବାରା ସମ୍ଭବ ହୋଇପାରେ । ଅଧିକ ପଢନ୍ତୁ...

By

Published : Aug 4, 2020, 9:00 AM IST

Published : Aug 4, 2020, 9:00 AM IST

ETV Bharat / sukhibhava

ସ୍ବାସ୍ଥ୍ୟକର ମା’ କ୍ଷୀର ପାଇଁ ଆୟୁର୍ବେଦିକ ଚେରମୂଳି

breast milk, breast feeding, Ayurvedic Herbs, Ayurvedic Herbs For Breast Milk, sukhibhava, health news, ମା’ କ୍ଷୀର, ସ୍ତନ୍ୟପାନ, ଆୟୁର୍ବେଦିକ ଚେରମୂଳି, ମା’ କ୍ଷୀର ପାଇଁ ଆୟୁର୍ବେଦିକ ଚେରମୂଳି, ସୁଖୀଭବ, ସ୍ବାସ୍ଥ୍ୟ ଖବର
ସ୍ବାସ୍ଥ୍ୟକର ମା’ କ୍ଷୀର ପାଇଁ ଆୟୁର୍ବେଦିକ ଚେରମୂଳି

ଛୁଆକୁ ସ୍ତନ୍ୟପାନ କରାଇବା ପାଇଁ ଏକାଧିକ ଆହ୍ବାନ ରହିଥାଏ । ବିଶେଷକରି ପ୍ରସବ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ମା’ମାନଙ୍କୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ସମୟରେ ମା’ କ୍ଷୀର ଛୁଆମାନଙ୍କ ପାଇଁ ଭଲ ହୋଇ ନ ପାରେ । ମା’ ଯଦି ଅସୁସ୍ଥ ଥାଆନ୍ତି ବା ସେମାନେ କୌଣସି ରୋଗରେ ସଂକ୍ରମିତ ହୋଇଥାନ୍ତି, ତାହା ହେଲେ ତାର କ୍ଷୀର ବି ସଂକ୍ରମିତ ହେବା ସମ୍ଭାବନା ଅଧିକ । ତେବେ ଖରାପ ମା’ କ୍ଷୀର ପାଇଁ ଆହୁରି ଅନେକ କାରଣ ରହିଛି ବୋଲି ଆୟୁର୍ବେଦିକ ବିଶେଷଜ୍ଞ ଡ଼ଃ ଶ୍ରୀକାନ୍ତବାବୁ ପେରେଗୁ କହିଛନ୍ତି । ହାଇଦ୍ରାବାଦସ୍ଥିତ ଡ଼ଃ ବି.ଆର୍‌.କେ.ଆର୍ ସରକାରୀ ଆୟୁର୍ବେଦିକ କଲେଜର ଅଧ୍ୟକ୍ଷ ଥିବା ଶ୍ରୀକାନ୍ତବାବୁ ପେରେଗୁଙ୍କ ମତରେ ମା’ର ଖାଦ୍ୟ,ଦୁବ ର୍ଳ ସ୍ବାସ୍ଥ୍ୟ, ପ୍ରଦୂଷିତ ଖାଦ୍ୟ ସ୍ତନ କ୍ଷୀରକୁ ଦୂଷିତ ହୋଇଥାଏ ।

କିପରି ପରୀକ୍ଷା କରିବେ ?

ମା’ କ୍ଷୀରରେ ପ୍ରାକୃତିକ ସୁଗନ୍ଧ ରହିଛି କି ନାହିଁ ତାହା ପରୀକ୍ଷା କଲେ ଜାଣିହେବ ।

  • ଏକ ପାଣି କପ୍‌ରେ କିଛି ମା’ କ୍ଷୀର ଢାଳନ୍ତୁ ।
  • ଯଦି ପାଣିରେ ଏହା ସମ୍ପୂର୍ଣ୍ଣ ମିଳେଇ ଯାଏ, ତାହା ହେଲେ ଏହା ଛୁଆ ପାଇଁ ଉପଯୁକ୍ତ ।
  • ଯଦି ଏହା ଭଲ ଭାବେ ପାଣିରେ ନ ମିଶି କପ୍ ତଳେ ରହିଯାଏ, ତାହା ହେଲେ ସେହି କ୍ଷୀର ଛୁଆକୁ ଦେବା ଅନୁଚିତ । ଯଦି କ୍ଷୀର ବହଳ ଲାଗିବା ସହ ଦୁର୍ଗନ୍ଧ ହୁଏ ଓ ଅଠାଳିଆ ସାମଗ୍ରୀ ଥାଏ, ତାହା ହେଲେ ସେହି କ୍ଷୀର ଛୁଆ ପାଇଁ ଅନୁପଯୁକ୍ତ ହୋଇଥାଏ । ଉପଯୋଗୀ ଆୟୁର୍ବେଦିକ ଚେରମୂଳି ଆୟୁର୍ବେଦରେ କିଛି ନିର୍ଦ୍ଦିଷ୍ଟ ଚେରମୂଳି ଔଷଧୀ ରହିଛି, ଯାହା ଦ୍ବାରା କି ମା’ କ୍ଷୀର ଉନ୍ନତ ଓ ସ୍ବାସ୍ଥ୍ୟକର ରହିପାରିବ ।

ସ୍ତନ କ୍ଷୀରରେ ଥିବା ବିଭିନ୍ନ ଦୋଷ (କୁପ୍ରଭାବ) ଦୂର କରିପାରିବ ଏସବୁ ଚେରମୂଳି ଔଷଧୀ ।

୧. ସତାବରୀ: ଏହା ସ୍ତନ କ୍ଷୀରର ଗୁଣାତ୍ମକ ମାନ ଓ ପରିମାଣ ବଢାଇବାରେ ସାହାଯ୍ୟ କରେ ।

୨. ପଥା: ସ୍ତନ ଓ ସ୍ତନ କ୍ଷୀର ସମ୍ପର୍କିତ ବିଭିନ୍ନ ରୋଗ ଦୂର କରେ ପଥା । ଏହା କ୍ଷୀରକୁ ସ୍ବଚ୍ଛ କରିଥାଏ । ବିଭିନ୍ନ ଦୋଷ ଦୂର କରେ ।

୩. ଅଦା: ଅଦା ହଜମ କ୍ରିୟାରେ ସହାୟକ ହୋଇଥାଏ । ମାଆ କ୍ଷୀରରୁ ବହଳତା ଦୂର କରେ ।

୪. ସୁରାଦାରୁ: ଏହା ମା’ କ୍ଷୀରରୁ ଦୂଷିତ ପଦାର୍ଥ ଦୂର କରି ସ୍ବଚ୍ଛ ରଖେ ।

୫. ମୁସ୍ତା: ମା’ କ୍ଷୀରରୁ ପିତ୍ତ ଦୋଷ ଦୂର କରେ । କ୍ଷୀର ସ୍ବଚ୍ଛ ଓ ପରିଷ୍କାର କରେ ମୁସ୍ତା ।

୬. ମୁର୍ଭା: ଏହା ମା’ କ୍ଷୀରର ମୁକ୍ତ ପ୍ରବାହ ନିଶ୍ଚିତ କରିଥାଏ । ସମସ୍ତ ମାଇକ୍ରୋବ୍ଲକ୍ ହଟାଇଥାଏ । ମା’ କ୍ଷୀରର ଗୁଣବତ୍ତା ବଢାଇଥାଏ ମୁସ୍ତା ।

୭. ଗିଲୟ ବା ଗୁଡୁଚି: ଏହା ମାଆ କ୍ଷୀରରେ ଥିବା ପ୍ରତିରୋଧକ ଉପାଦାନଗୁଡିକୁ ବଳିଷ୍ଠ କରିଥାଏ । ଫଳରେ ଛୁଆମାନେ କିଛି ନିର୍ଦ୍ଦିଷ୍ଟ ରୋଗରୁ ରକ୍ଷା ପାଇଥାନ୍ତି ।

୮. କୁତଜା: ଏହି ଚେରମୂଳି ଔଷଧ ମାଆ କ୍ଷୀରରୁ ପ୍ରୋଟୋଜୋଆଲ ସଂକ୍ରମଣ ଦୂର କରିଥାଏ । ଫଳରେ ମା’ କ୍ଷୀର ଛୁଆ ପାଇଁ ହଜମ କରିବା ସହଜ ହୋଇଥାଏ ।

୯. କୀରଟତିକ୍ତା: ଉଭୟ ମା’ ଓ ଛୁଆର ସାଧାରଣ ଜ୍ବର ଦୂର ପାଇଁ ଏହା ବହୁଳ ପରିମାଣରେ ବ୍ୟବହାର କରାଯାଏ । ସଂକ୍ରମିତ ଜ୍ୱର ଓ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏହା ଉପ ଯୋଗୀ ହୋଇଥାଏ ।

୧୦. କୌତୁକରୋହିଣୀ: ଏହା ହେଉଛି ଶ୍ରେଷ୍ଠ ଆଣ୍ଟିଭାଇରାଲ ଔଷଧ । ବିଶେଷ କରି ହେପାଟାଇଟିସ ବି ପାଇଁ ଏହା ସହାୟକ ହୁଏ । ସ୍ତନରେ ମିଲ୍କ ଲମ୍ପ୍‌ସ ଗଠନ ହେଲେ ଏହା ହଟାଇଥାଏ । କ୍ଷୀର ପ୍ରବାହରେ ଏହା ସହାୟକ ହୋଇଥାଏ ।

୧୧. ସରିଭା: ସରିଭା କ୍ଷୀରକୁ ଭଲ ଫ୍ଲେଭର ଦେବାରେ ସହାୟକ ହୁଏ । ଫଳରେ ଛୁଆ ଏହା ସହଜରେ ହଜମ କରିପାରେ ।

୧୨. ଜୀବନ୍ତି: ପତ୍ରଳିଆ ପନିପରିବାର ଏକ କିସମ ହେଲା ଜୀବନ୍ତି । ଏହା ଖାଇଲେ ମା’ କ୍ଷୀରର ଗୁଣାତ୍ମକ ମାନ ବଢିଥାଏ ।

ଉପରୋକ୍ତ ଚେରମୂଳି ଔଷଧ ସବୁ ଛୁଆର ସଠିକ ଓ ନୀରୋଗ ସ୍ତନ୍ୟପାନରେ ସହାୟକ ହୁଏ । ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଉପଯୁକ୍ତ ପରିମାଣରେ ସେବନ କରିବା ଉଚିତ ।

ABOUT THE AUTHOR

...view details