ଓଡିଶା

odisha

ETV Bharat / sukhibhava

Monsoon Health Tips: ବର୍ଷା ଋତୁରେ ଖାଆନ୍ତୁନି ଏହି ଖାଦ୍ୟ, ନଚେତ ବିଗିଡିପାରେ ସ୍ବାସ୍ଥ୍ୟ - ବର୍ଷା ଋତୁ

ବର୍ଷା ଦ୍ବାରା ପରିବେଶ ଥଣ୍ଡା ରହୁଥିଲେ ହେଁ ନାନା ପ୍ରକାର ରୋଗ ମାଡି ବସିଥାଏ । ଏଭଳି ପରିସ୍ଥିତିରେ ଜାଣନ୍ତୁ ଏହି ଋତୁରେ କେଉଁ ପ୍ରକାର ଖାଦ୍ୟ ଖାଇବା ଉଚିତ ଏବଂ କ'ଣ ନୁହେଁ

Monsoon Health Tips
Monsoon Health Tips

By

Published : Jul 8, 2023, 7:00 AM IST

ହାଇଦ୍ରାବାଦ:ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ପହଞ୍ଚି ସାରିଛି । ମୌସୁମୀର ଆଗମନରେ ଗରମରୁ ଆରାମ ମିଳିଥାଏ କିନ୍ତୁ ଏହି ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା, ଫ୍ଲୁ ଭଳି ଅନେକ ରୋଗ ମଧ୍ୟ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ମୌସୁମୀ ସମୟରେ ଘରକୁ ସଫା ରଖିବାକୁ ଏବଂ ଖାଦ୍ୟ ପାନୀୟର ବିଶେଷ ଯତ୍ନ ନେବାକୁ ପରାମର୍ଶ ଦିଅନ୍ତି । ଏହି ଋତୁରେ, ସ୍ୱାସ୍ଥ୍ୟ ପ୍ରତି କୌଣସି ଅବହେଳା କରିବା ଉଚିତ ନୁହେଁ । ମୌସୁମୀରେ ସର୍ବାଧିକ ସଂକ୍ରମଣ ବାହାର ଖାଦ୍ୟ କିମ୍ବା ସିଙ୍ଗଡା, ପକୋଡା, ଚାଟ୍ ଇତ୍ୟାଦି ତେଲିଆ ଖାଦ୍ୟ ଦ୍ୱାରା ହୋଇଥାଏ । ରୋଗରୁ ରକ୍ଷା ପାଇବା ପାଇଁ ବର୍ଷାରେ କ’ଣ ଖାଇବା ଉଚିତ୍ ଏବଂ କ'ଣ ନୁହେଁ ଜାଣନ୍ତୁ

ସବୁଜ ପନିପରିବା:ବର୍ଷା ଋତୁରେ ହେଉଥିବା ପରିବା ଯେପରିକିକୋବି, ଶାଗ ଏବଂ ପାଳଙ୍ଗ ଭଳି ସବୁଜ ପନିପରିବା ଖାଇବା ଉଚିତ୍ ନୁହେଁ । ବିଶେଷଜ୍ଞଙ୍କ ଅନୁଯାୟୀ ବର୍ଷା ଋତୁରେ ଜୀବାଣୁ ଏବଂ ଫଙ୍ଗସ୍ ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ପତ୍ରଯୁକ୍ତ ପନିପରିବା ମଧ୍ୟରେ କୀଟପତଙ୍ଗ ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗେ । ବର୍ଷା ଋତୁରେ ଏହାକୁ ଖାଇବା ଦ୍ୱାରା ପେଟ ବ୍ୟଥା ହୋଇପାରେ, ତେଣୁ ବର୍ଷାରେ ଏପରି ପନିପରିବା ଠାରୁ ଦୂରରେ ରହିବା ପାଇଁ ଏକ୍ସପର୍ଟ ପରାମର୍ଶ ଦେଇଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ: Herbs during Monsoon: ବର୍ଷାର ମଜା ନେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ହର୍ବାଲ, ଶୀଘ୍ର ଦୂର ହେବ ରୋଗ

ତେଲ ମସଲା ଯୁକ୍ତ ଖାଦ୍ୟ:ବର୍ଷା ଋତୁରେ ତେଲ ଏବଂ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଉଚିତ । ଏହି ପ୍ରକାର ଖାଦ୍ୟ ଶରୀରରେ ଚର୍ବି ଏବଂ ପିତ୍ତ କରାଇଥାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ସେଥିପାଇଁ ପକୋଡା, ସିଙ୍ଗଡା କିମ୍ବା ଭଜା ଜିନିଷକୁ ମଧ୍ୟ ଏଡାଇବା ଉଚିତ । ଏହା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ ।

ଛତୁ:ଡାକ୍ତରମାନେ କୁହନ୍ତି ଯେ, ବର୍ଷା ଋତୁରେ ଛତୁ ଖାଇବା ଏଡାଇବା ଉଚିତ୍ । ସିଧାସଳଖ ଭୂମିରେ ବଢୁଥିବା ଛତୁ ଦ୍ବାରା ସଂକ୍ରମଣର ଶିକାର ହୋଇପାରନ୍ତି ।

ଦହି: ଦୁଗ୍ଧଜାତ ଖାଦ୍ୟ ବର୍ଷା ଋତୁରେ ଖାଇବା ଉଚିତ ନୁହେଁ କାରଣ ଦହିରେ ବ୍ୟାକ୍ଟେରିଆ ଥାଏ ଯାହାକି ଏହି ଋତୁରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

ସି ଫୁଡ:ମୌସୁମୀ ସମୟରେ ବା ବର୍ଷା ଋତୁରେ ମାଛ କିମ୍ବା ଚିଙ୍ଗୁଡି ପରି ସାମୁଦ୍ରିକ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ । କାରଣ ଏହି ଋତୁରେ ସମୁଦ୍ର ପ୍ରାଣୀମାନଙ୍କର ପ୍ରଜନନ ସମୟ ହୋଇଥାଏ । ଏହି କାରଣରୁ ସାମୁଦ୍ରିକ ମାଛ ଖାଇବା ଦ୍ବାରା ରୋଗ ହେବାର ଆଶଙ୍କା ରହିଥାଏ ।

ନନଭେଜ:ବର୍ଷା ଋତୁରେ ଆମର ହଜମ ପ୍ରକ୍ରିୟା ବହୁତ ଦୁର୍ବଳ ହୋଇଯାଏ, ତେଣୁ ଭାରି ଖାଦ୍ୟ ହଜମ କରିବା କଷ୍ଟକର ହୋଇଥାଏ । ଏପରି ପରିସ୍ଥିତିରେ, ଏହି ଋତୁରେ ନନଭେଜ୍ ଖାଇବା ଠାରୁ ଦୂରେଇ ରୁହିବା ଉଚିତ୍ । ଏପରି ପରିସ୍ଥିତିରେ ଅଧିକ ଚର୍ବି କିମ୍ବା ରେଡ ମିଟ ଖାଇବା ମଧ୍ୟ ଏଡାଇବା ଉଚିତ୍ ।

ସାଲାଡ:ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଉଥିବା ସାଲାଡଗୁଡିକ ମଧ୍ୟ ଏହି ଋତୁରେ ଖାଇବା ଅନୁଚିତ । କେବଳ ସାଲାଡ ନୁହେଁ, ବର୍ଷା ଋତୁରେ କଞ୍ଚା କିଛି ଖାଇବା ଠାରୁ ଦୂରେଇ ରହିବା ଦରକାର । ଏହା ବ୍ୟତୀତ କଟା ଫଳ ଏବଂ ପନିପରିବା ଖାଆନ୍ତୁ ନାହିଁ କାରଣ ସେଥିରେ ପୋକ ହେବାର ଆଶଙ୍କା ରହିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details