ଓଡିଶା

odisha

ETV Bharat / sukhibhava

Bad Food Combination With Eggs: ଅଣ୍ଡା ସହ ଭୁଲରେ ଖାଆନ୍ତୁନି ଏସବୁ, ବିଗିଡିପାରେ ସ୍ବାସ୍ଥ୍ୟ

ଅଣ୍ଡାରେ ଅନେକ ପୋଷକ ତତ୍ତ୍ବ ରହିଥିବାରୁ ଏହାର ସେବନ ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ଅଣ୍ଡା ସହ କେତେକ ଖାଦ୍ୟ ପଦାର୍ଥ ଖାଇବା ଦ୍ବାରା ଏହା ଶରୀର ଉପରେ କୁପ୍ରଭାବ ପକାଇପାରେ ବୋଲି କୁହାଯାଏ । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 2, 2023, 5:27 PM IST

Bad Food Combination With Eggs
Bad Food Combination With Eggs

ହାଇଦ୍ରାବାଦ:ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଓମେଗା ଫ୍ୟାଟି ଏସିଡ ରହିଥାଏ । ତେଣୁ ଦୈନିକ ଦୁଇଟି ଅଣ୍ଡା ଖାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ତେବେ ଅନେକ ବ୍ୟକ୍ତି ଆଜି ମଧ୍ୟ ଜାଣିନାହାନ୍ତି ଅଣ୍ଡା ସହ କଣ ଖାଇବା ଅନୁଚିତ । ତେବେ ଏଭଳି କିଛି ଖାଦ୍ୟ ପଦାର୍ଥ ରହିଛି ଯାହା କି ଅଣ୍ଡା ସହ ଖାଇବା ଅନୁଚିତ ବୋଲି କୁହାଯାଇଛି । ଏହା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇବା ବଦଳରେ କୁପ୍ରଭାବ ପକାଇଥାଏ । ତେବେ ଅଣ୍ଡା ସହ କଣ ଖାଇବା ଅନୁଚିତ ନିମ୍ନ ତଥ୍ୟ ଉପରେ ନଜର ପକାନ୍ତୁ

  • ଅଣ୍ଡା ସହ ଚା'-କଫି: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଣ୍ଡା ସହିତ ଚା ଏବଂ କଫି ପିଅନ୍ତୁ ନାହିଁ । ନଚେତ୍‌ ହଜମ ସମସ୍ୟା ଦେଖାଦେଇପାରେ ବୋଲି କୁହାଯାଇଛି । କଫିନ୍ ଥିବା ଖାଦ୍ୟ କିମ୍ବା ପାନୀୟ ଗୁଡ଼ିକ ଅଣ୍ଡାରୁ ପୋଷକ ତତ୍ତ୍ୱକୁ ଅବଶୋଷିତ କରିଥାଏ । ଯାହା ଫଳରେ ପେଟରେ ଯନ୍ତ୍ରଣା ଏବଂ ଶରୀରରେ ପୁଷ୍ଟିକର ତତ୍ତ୍ବର ଅଭାବ ମଧ୍ୟ ସୃଷ୍ଟି କରିପାରେ ।
  • ଅଣ୍ଡା ଏବଂ କଦଳୀ: ଉଭୟ ଅଣ୍ଡା ଏବଂ କଦଳୀରେ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ସ୍ବାସ୍ଥ୍ୟ ପାଇଁ ଏହି ଦୁଇ ଖାଦ୍ୟ ଉପାଦାନ ଜରୁରୀ କିନ୍ତୁ ଅନେକ ଲୋକ ଜାଣନ୍ତିନି ଯେ ଏକାଠି ଖାଇବା ଦ୍ବାରା ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚି ଥାଏ । ଅଣ୍ଡା ସେବନ କରିବାର ୧ରୁ ୨ ଘଣ୍ଟା ପରେ ହିଁ କଦଳୀ ଖାଇବା ଆବଶ୍ୟକ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Egg Alternative: ଅଣ୍ଡା ଖାଉନାହାନ୍ତି କି ? ଏହି ଖାଦ୍ୟ ଖାଇପାରିବେ

  • ଅଣ୍ଡା ଏବଂ ମିଠା: ଅଣ୍ଡା ସହିତ ମିଠା ଖାଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଅଣ୍ଡା ସହିତ ଅଧିକ ଶର୍କରା ଯୁକ୍ତ ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଦୁହିଁଙ୍କ ମଧ୍ୟରେ ୧ ଘଣ୍ଟାର ବ୍ୟବଧାନ ଜରୁରୀ ବୋଲି କୁହାଯାଇଛି ।
  • ଅଣ୍ଡା ଏବଂ ସୋୟା: ଅଣ୍ଡା ବ୍ୟତୀତ ସେୟାର ମଧ୍ୟ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ । ତେଣୁ ଅଣ୍ଡା ସହିତ ସୋୟା ନଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଶରୀରରେ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ପ୍ରୋଟିନ ହେବା ଦ୍ବାରା ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଇଛି ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏହା ଏକ ତଥ୍ୟ ଭିତ୍ତିକ ଖବର ଅଟେ । ତେଣୁ ଅଣ୍ଡା ସହ ଜଡିତ କୌଣସି ପ୍ରକାର ସଙ୍କୋଚ ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ABOUT THE AUTHOR

...view details