ଓଡିଶା

odisha

By

Published : Aug 17, 2022, 10:55 AM IST

ETV Bharat / sukhibhava

Monkeypox, ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ଅଧିକ ବ୍ୟାପୁଛି

ମଙ୍କିପକ୍ସ ସଂକ୍ରମଣକୁ ନେଇ ଆସିଲା ରୋଚକ ତଥ୍ୟ । ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷ ମଙ୍କିପକ୍ସରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଅଧିକ ପଢନ୍ତୁ

Etv BharatMonkeypox, ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ଅଧିକ ବ୍ୟାପୁଛି
Etv BharatMonkeypox, ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ପୁରୁଷଙ୍କୁ ଅଧିକ ବ୍ୟାପୁଛି

ପ୍ୟାରିସ: ମଙ୍କିପକ୍ସ ସଂକ୍ରମଣକୁ ନେଇ ଆସିଲା ରୋଚକ ତଥ୍ୟ । ଯେଉଁ ପୁରଷ, ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ସେମାନଙ୍କୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ କରୁଛି । ବର୍ତ୍ତମାନ ସମୟରେ ମଙ୍କିପକ୍ସ ସଂକ୍ରମିତଙ୍କ ମଧ୍ୟରେ ଏହି କାରଣ ଅଧିକ ଥିବାରୁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ମେ' ମାସରେ ସର୍ବାଧିକ ମଙ୍କିପକ୍ସ ଭୂତାଣୁରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ପୁରୁଷ ଏବଂ ସେମାନେ ପୁରୁଷମାନଙ୍କ ସହ ହିଁ ଶାରୀରିକ ସମ୍ପର୍କ ରଖିଥିବା, ଫ୍ରେଞ୍ଚର ଏକ ଅନୁସନ୍ଧାନକାରୀ ଟିମ୍ ସ୍ପଷ୍ଟ କରିଛି ।

ତେବେ ଅଧିକାଂଶ ସଂକ୍ରମଣ ଘା' ବା କ୍ଷତ ଦ୍ୱାରା ସଂକ୍ରମିତ ହେଉଥିବା ଜଣାପଡିଛି । ଆନ୍ନାଲ୍ସ ଅଫ୍ ଇଣ୍ଟର୍ନାଲ୍ ମେଡିସିନର ପ୍ରକାଶିତ ଏକ ରିପୋର୍ଟରେ, ତିନି ଜଣ ଲକ୍ଷଣବିହୀନ ପୁରୁଷଙ୍କ କ୍ଷତ ଚିହ୍ନ ନାହିଁ କିନ୍ତୁ ସେମାନେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଏହି ବ୍ୟକ୍ତିଙ୍କର ଟୀକାକରଣ ହୋଇଥିଲେ ମଧ୍ୟ ଟିକା କୌଣସି ପ୍ରଭାବଶାଳୀ ହେବ ନାହିଁ । କିନ୍ତୁ ବର୍ତ୍ତମାନର ବିଶ୍ବବ୍ୟାପୀ ମଙ୍କିପକ୍ସ ମହାମାରୀ ଏବଂ ମାନବ-ରୁ-ମାନବ ସଂକ୍ରମଣ ତଥ୍ୟ ଏହା ଦର୍ଶାଉଛି ଯେ, ଲକ୍ଷଣବିହୀନ କିମ୍ବା ପ୍ରିକ୍ଲିନିକାଲ୍ ସ୍ପ୍ରେଡ୍ ହୋଇପାରେ ବୋଲି ଫ୍ରାନ୍ସର ବିଚାଟ-କ୍ଲୋଡ୍ ବର୍ନାର୍ଡ ହସ୍ପିଟାଲର ଅନୁସନ୍ଧାନକାରୀମାନେ କହିଛନ୍ତି ।

"ଯଦି ଏପରି ହୁଏ, ତେବେ ସମ୍ଭାବ୍ୟ କିମ୍ବା ନିଶ୍ଚିତ ହୋଇଥିବା ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ ରିଙ୍ଗ ପୋଷ୍ଟକ୍ସପୋଜର ଟୀକାକରଣ ପର୍ଯ୍ୟାପ୍ତ ହୋଇନପାରେ ବୋଲି ଅନୁସନ୍ଧାନକାରୀ ଟିମ୍ କହିଛି । ଏହି ଟିମ୍ ସମସ୍ତ ଆନୋରେକ୍ଟାଲ୍ ସ୍ବାବ୍ ଉପରେ ମଙ୍କିପକ୍ସ ଭାଇରସ୍ ପରୀକ୍ଷଣ କରିବା ପରେ ଏକ ଯୌନ ସଂକ୍ରମଣ ସ୍କ୍ରିନିଂ ପ୍ରୋଗ୍ରାମର ଅଂଶ ଭାବରେ ସଂଗୃହିତ କରିଥିଲା ।

ଫ୍ରେଞ୍ଚ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ପ୍ରକାର ସ୍କ୍ରିନିଂ ପ୍ରତି ତିନିମାସରେ ପୁରୁଷମାନଙ୍କ ମଧ୍ୟରେ ଯୌନ ସମ୍ପର୍କ ରଖୁଥିବା ପୁରୁଷ ଏବଂ HIV preexposure prophylaxis (PrEP) ଅର୍ଥାତ୍ ଯେଉଁମାନଙ୍କୁ HIV ସଂକ୍ରମିତ ହୋଇଥାଏ କିମ୍ବା ଯେଉଁମାନେ HIV antiretroviral ଚିକିତ୍ସା ହୋଇଥାନ୍ତି ସେମାନଙ୍କୁ ନେଇ କରାଯାଇଥାଏ । HIV ସ୍କ୍ରିନ ହୋଇଥିବା 200 ଲକ୍ଷ୍ୟଣବିହୀନ ବ୍ୟକ୍ତିଙ୍କ ମଧ୍ୟରୁ N. gonorrhoeae ଏବଂ C. trachomatis(ଯୌନସଂକ୍ରମଣଜନିତ ସମସ୍ୟା) ରେ ନେଗେଟିଭ୍ ଚିହ୍ନଟ ହୋଇଥିଲେ । ମାତ୍ର 13 ଜଣ(6.5 ପ୍ରତିଶତ) ନମୁନା ମଙ୍କିପକ୍ସରେ ସଂକ୍ରମିତ ହୋଇଥିଲେ ଏବଂ ଏହି 13 ଜଣଙ୍କ ମଧ୍ୟରୁ 2 ଜଣଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ବୃଦ୍ଧିପାଉଥିବା ଜଣାପଡିଛି । ତେବେ ଟୀକାର ବ୍ୟାପକତାକୁ ଅଧିକ ଗୁରୁତ୍ବ ଦେବାକୁ ଅନୁସନ୍ଧାନକାରୀ ଟିମ୍ ପରାମର୍ଶ ଦେଇଛନ୍ତି ।

ABOUT THE AUTHOR

...view details