ହାଇଦ୍ରାବାଦ:ଆସ୍ଥମା ହେଉଛି ଏକ ରୋଗ ଯେଉଁଥିରେ ବାୟୁପଥରେ ପ୍ରଦାହ ହୁଏ । ଯେଉଁ କାରଣରୁ ଶ୍ବାସକ୍ରିୟାରେ ସମସ୍ୟା ସୃଷ୍ଟି ହେବାକୁ ଲାଗେ । ଏହି କାରଣରୁ, ନିଶ୍ବାସ ନେବାରେ ଅସୁବିଧା, କାଶ ହେବା ସହ କେତେକାଂଶରେ ଗଳା ଦରଜ ହୋଇଥାଏ। ଆଜମା ବା ଆସ୍ଥମା କିଛି ଲୋକଙ୍କ ପାଇଁ ଏକ ସାମାନ୍ୟ ସମସ୍ୟା କିନ୍ତୁ ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ନହୁଏ ତେବେ ଏହା ଏକ ବଡ଼ ସମସ୍ୟା ହୋଇପାରେ । କେବଳ ଏତିକି ନୁହେଁ, କିଛି ସମୟ ପରେ ଏହା ଏତେ ବିପଜ୍ଜନକ ହୋଇଯାଏ ଯେ, ଏହା ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।
ଆସ୍ଥମା ହେଉଛି ଏକ ସମସ୍ୟା ଯାହା 6 ମାସର ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ହୋଇପାରେ । ବଂଶାନୁକ୍ରମିକତା, କୌଣସି ସ୍ୱାସ୍ଥ୍ୟ ସମସ୍ୟା, ଆଲର୍ଜି, ସଂକ୍ରମଣ, ମୌସୁମୀ ପରିବର୍ତ୍ତନ ଏବଂ ପ୍ରଦୂଷଣ ଇତ୍ୟାଦି ଭଳି ଅନେକ କାରଣ ଆସ୍ଥମା ପାଇଁ ଦାୟୀ ହୋଇପାରେ । ଶାରୀରିକ ସମସ୍ୟା ଏବଂ ପରିବେଷ ପ୍ରଦୂଷଣ ଯୋଗୁଁ ଏହି ରୋଗ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଏହା ଜେନେଟିକ ବା ବଶଂଗତ ରୋଗ ଅଟେ ।
ଆସ୍ଥମାର ଲକ୍ଷଣ: ଆସ୍ଥମାର ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ । ଏହି ସମସ୍ୟା ବା ଲକ୍ଷଣ ବହୁତ କମ୍ ସମୟ ପାଇଁ ଦେଖାଇଥାଏ । ବ୍ୟାୟାମ ଏବଂ ଜିମ୍ ଯିବା ସମୟରେ ଶ୍ବାସକ୍ରିୟାରେ ସମସ୍ୟା ହୋଇଥାଏ ।
- ନିଶ୍ବାସ ନେବାରେ ସମସ୍ୟା
- ଶୋଇବା ସମୟରେ ଯନ୍ତ୍ରଣା ହେବା
- ଶୋଇବା ସମୟରେ ଘୁଙ୍ଗୁଡି ହେବା
- ବାରମ୍ବାର ଗୋଟିଏ ପ୍ରକାରର ଆଲର୍ଜି ସଂକ୍ରମଣ କରିବା
- ନିଶ୍ବାସ ନେବା ସମୟରେ ଅସୁବିଧା
ଆସ୍ଥମା ଏକ ଅଣସଂକ୍ରାମକ ରୋଗ ଅଟେ । 2019ର ରିପୋର୍ଟ ଅନୁସାରେ, 262 ମିଲିୟନ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏହାସହ ଅଧିକାଂଶ ଲୋକଙ୍କର ଏହି ରୋଗ ଦ୍ବାରା ମୃତ୍ୟୁ ବି ହୋଇଥାଏ । ତେବେ ବିଶ୍ବ ଆସ୍ଥମା ଦିବସ ଉପଲକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା WHO ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଏହାକୁ ମାନିଲେ ଆସ୍ଥମା ରୋଗରୁ ବର୍ତ୍ତିପାରିବେ।