ହାଇଦ୍ରାବାଦ:ବାୟୁପଥରେ ଫୁଲା ବା ଶ୍ବାସକକ୍ରିୟାରେ ସଂକ୍ରମଣ ହେତୁ ଏହା ସଂକୁଚିତ ହୁଏ ଏବଂ ଆସ୍ଥମା ସମସ୍ୟା ଦେଖାଦେଇଥାଏ। ଫଳସ୍ୱରୂପ ରୋଗୀ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ କରେ । ପିଲାଙ୍କ ଠାରେ ଆସ୍ଥମା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ । ଏକ ଆକଳନ ଅନୁଯାୟୀ, ଆସ୍ଥମା ରୋଗର ଲକ୍ଷଣ ପ୍ରଥମ 6 ବର୍ଷରେ ପ୍ରାୟ 80 ପ୍ରତିଶତ ପିଲାଙ୍କଠାରେ ଦେଖାଯାଏ । ଏହା ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ । ଏହା ସେମାନଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ଶିଶୁରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ପିଲାମାନଙ୍କର ଆସ୍ଥମା ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଏହା ଜଟିଳ ହୋଇପାରେ । ବୟସ ବଢିବା ସହ ସ୍ବାସ୍ଥ୍ୟ ଉପରେ ଆହୁରି ଖରାପ ପ୍ରଭାବ ପଡିପାରେ । ପିଲାମାନଙ୍କ ଠାରେ ଆସ୍ଥମା ଜେନେଟିକ୍ ବା ବଂଶଗତତ ମଧ୍ୟ ହୋଇପାରେ। ପାଣିପାଗର ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଭଳି କାରଣ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ଉଦାହରଣ ସ୍ୱରୂପ, ଯଦି ଏକ ଶିଶୁର ଉଭୟ ପିତାମାତାଙ୍କର ଶ୍ୱାସରୋଗ ଥାଏ, ତେବେ ଶିଶୁର ଏହି ରୋଗ ହେବାର ସମ୍ଭାବନା ବହୁତ ଅଧିକ । ଏଥିସହ କିଛି ଶାରୀରିକ ରୋଗ, ପଶୁମାନଙ୍କ ସଂସ୍ପର୍ଶରେ ଆସିବା, ଆଲର୍ଜି, ସଂକ୍ରମଣ ଏବଂ କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହି ସମସ୍ୟା ହୋଇପାରେ ।
ଛୋଟ ଛୁଆଙ୍କ କ୍ଷେତ୍ରରେ ଆସ୍ଥମାର ଲକ୍ଷଣ:
ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା
ଛାତି ଭାରି ଭାରି ଲାଗିବା
ଥଣ୍ଡା, କାଶ ଲାଗି ରହିବା ସହ ଛିଙ୍କ ହେବା
ଶ୍ୱାସକ୍ରିୟାରେ ସଂକ୍ରମଣ ଶୀଘ୍ର ଠିକ ନହେବା
କ୍ଳାନ୍ତ ଲାଗିବା
କେମିତି ଜାଣିବେ ପିଲାଙ୍କ କ୍ଷେତ୍ରରେ ଆସ୍ଥମା:ପିଲାମାନେ ଯେଭଳି ଆସ୍ଥମାରେ ପୀଡିତ ହେବେ ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଯଦି ଆସ୍ଥମା ଦେଖାଯାଏ ତାହାଲେ ଉତ୍ତମ ଚିକିତ୍ସା ଯୋଗାଇବା ଆବଶ୍ୟକ। ଯଦି ପିଲାମାନେ 5 ବର୍ଷରୁ ଅଧିକ ବୟସର ହୋଇଥାଆନ୍ତି, ତେବେ ଫୁସଫୁସ ଫଙ୍କସନ୍ ଟେଷ୍ଟ ଦ୍ବାରା ଆସ୍ଥମା ପରୀକ୍ଷା କରାଯାଇଥାଏ । ଏହା ବ୍ୟତୀତ ଏହା ପିକ ଏକ୍ସପାୟାରିଟୋ ଫ୍ଲୋ (PEF) ଏବଂ ସ୍ପିରୋମେଟ୍ରି ପରୀକ୍ଷା ଦ୍ୱାରା ମଧ୍ୟ ଚିହ୍ନଟ ହୋଇପାରିବ । ଅଧିକାଂଶ ବିଦ୍ୟାଳୟର ପିଲାମାନଙ୍କ ପାଇଁ ଫେନୋ ଟେଷ୍ଟ କରାଯାଏ ।