ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ଚା' ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ତେବେ ଚା'କୁ କିଛି ଜଣ କ୍ଷତିକାରକ କହୁଥିବା ବେଳେ କିଛି ଜଣ ଲାଭଦାୟକ ବୋଲି କହନ୍ତି । ଏନେଇ ଦୀର୍ଘ ବର୍ଷ ହେଲା ତର୍କବିତର୍କ ଜାରି ରହିଛି । କିନ୍ତୁ ଚା' ପିଇବା ମଧ୍ୟ ସାଂଘାତିକ ହୋଇପାରେ କି ? ମଧ୍ୟପ୍ରଦେଶରୁ ଏଭଳି ଏକ ଖବର ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।
ଅକ ମିଡିଆ ରିପୋର୍ଟ ଅନୁସାରେ, ଏକ ଦେଢ଼ ମାସର ଶିଶୁର ଚା ପିଇବା ପରେ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ଚା ’ପିଇବାର କିଛି ସମୟ ପରେ ପିଲାଟି ନିଶ୍ୱାସ ନେବା ବନ୍ଦ କରିଦେଇଥିଲା, ଡାକ୍ତରଖାନା ନେବାପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ କିଛି ଜଣ ଚା' କାରଣରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଚା ’ପିଇବା ଦ୍ବାରା ପ୍ରକୃତରେ ଛୋଟ ଛୁଆଙ୍କ ପାଇଁ ବିପଦଜ୍ଜନକ ହୋଇପାରେ କି । ଜାଣନ୍ତୁ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...
ଚା' ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ କେଉଁ ପ୍ରକାର ପ୍ରଭାବ ପକାଇପାରେ ତାହା ସ୍ପଷ୍ଟ ହୋଇନାହିଁ । ଅନୁସନ୍ଧାନରୁ ଜଣାପଡିଛି ଯେ ଚା'ରେ କ୍ୟାଫିନ୍ ଥାଏ । 12 ବର୍ଷରୁ କମ୍ ପିଲାମାନଙ୍କ ପାଇଁ କ୍ୟାଫିନ୍, ଏକ ଉତ୍ତେଜକ ହୋଇଥାଏ । ଏହା ଶୋଇବାରେ ଅସୁବିଧାଠାରୁ ଆରମ୍ଭ କରି ପରିସ୍ରା, ସୋଡିୟମ୍ ଏବଂ ପୋଟାସିୟମ୍ ସ୍ତର ହ୍ରାସ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ । ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟାଗୁଡ଼ିକର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖା ଦେଇପାରେ ।