ହାଇଦ୍ରାବାଦ: ଆର୍ଥ୍ରାଇଟିସ୍ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଆଣ୍ଠୁ ଗଣ୍ଠିରେ ଫୁଲା ସହିତ ଯନ୍ତ୍ରଣା ଦେଖାଯାଇଥାଏ। ବେଳେବେଳେ ଯନ୍ତ୍ରଣା ଏତେ ଅଧିକ ମାତ୍ରାରେ ଦେଖାଯାଏ ଯେ, ଏହା ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ। ଏପରି ପରିସ୍ଥିତିରେ ଖାଦ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟକଳାପରେ ପରିବର୍ତ୍ତନ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଆରାମ ଦେଇପାରେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ଖାଇବା ଆବଶ୍ୟକ।
- ଫ୍ୟାଟି ମାଛ: ଆର୍ଥ୍ରାଇଟିସ୍ ରୋଗୀମାନେ ଫ୍ୟାଟି ମାଛ ଖାଇବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । କାରଣ ଏଥିରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ ଯାହା ଗଣ୍ଠି ଯନ୍ତ୍ରଣା ଏବଂ ଫୁଲାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଲମନ, ମେକରଲ, ସାର୍ଡିନ୍, ହେରିଂ, ଟ୍ରାଉଟ୍ ଆଦି ମାଛକୁ ଡାଏଟରେ ସାମିଲ କରିବା ଉଚିତ ବୋଲି କୁହାଯାଇଛି । ଏହି ମାଛରେ ଓମେଗା-3 ଫ୍ୟାଟି ଏସିଡ୍ ଅଧିକ ମାତ୍ରାରେ ରହିଥାଏ । ଯାହା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣରେ ପରିପୂର୍ଣ୍ଣ । ଏହା ଶରୀରରେ ଫୁଲାକୁ ହ୍ରାସ କରିଥାଏ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ତେଣୁ ଆର୍ଥ୍ରାଇଟିସ୍ ରୋଗୀମାନେ ସପ୍ତାହରେ ଅତି କମରେ ଦୁଇଥର ମାଛ ଖାଇବା ଉଚିତ ବୋଲି କୁହାଯାଇଛି ।
- ରସୁଣ:ରସୁଣ ଅନେକ ପୋଷକ ତତ୍ତ୍ବରେ ଭରପୂର । ଯାହା ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ । ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ । ଏହି ଗୁଣ ଶରୀରରେ ପ୍ରଦାହକୁ ହ୍ରାସ କରିବା ସହିତ ଆର୍ଥ୍ରାଇଟିସ୍ର ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ରସୁଣ, ଅଦା ଏବଂ ହଳଦି ଖାଇବା ଆର୍ଥ୍ରାଇଟିସରେ ପ୍ରଦାହ ଏବଂ ଯନ୍ତ୍ରଣା ହ୍ରାସ କରିବାରେ ପ୍ରଭାବଶାଳୀ ହୋଇପାରେ । ତେଣୁ ଆର୍ଥ୍ରାଇଟିସ୍ ରୋଗୀମାନେ ନିୟମିତ ଭାବରେ ରସୁଣ ଖାଇବା ଉଚିତ ବୋଲି କୁହାଯାଇଛି । ଏହା ସେମାନଙ୍କ ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହୋଇପାରେ ।