ଓଡିଶା

odisha

ETV Bharat / sukhibhava

ନଖରୁ ମିଳେ ଅସୁସ୍ଥତାର ସଂକେତ - ନଖ

ନଖରେ ଆମ ସ୍ୱାସ୍ଥ୍ୟର ପ୍ରତିଫଳନ ହୁଏ ବୋଲି ଆପଣ ଜାଣନ୍ତି କି ? ସାଧାରଣତଃ ନଖ ସ୍ୱାସ୍ଥ୍ୟ ଉପରେ ଆମେ ଦୃଷ୍ଟି ଦେଉ ନ ଥାଉ । କିନ୍ତୁ ନଖରୁ ବି ନିର୍ଦ୍ଦିଷ୍ଟ କିଛି ତୀବ୍ର ସ୍ୱାସ୍ଥ୍ୟ ସ୍ଥିତି ଜଣାପଡେ । ସେଥିପାଇଁ ଡାକ୍ତରମାନେ ଜିଭକୁ ଦେଖିବା ସହ ନଖକୁ ଦେଖିଥାନ୍ତି । ଅଧିକ ପଢନ୍ତୁ...

ନଖରୁ ମିଳେ ଅସୁସ୍ଥତାର ସଂକେତ
ନଖରୁ ମିଳେ ଅସୁସ୍ଥତାର ସଂକେତ

By

Published : Mar 1, 2021, 7:27 AM IST

ନଖରେ ଆମ ସ୍ୱାସ୍ଥ୍ୟର ପ୍ରତିଫଳନ ହୁଏ ବୋଲି ଆପଣ ଜାଣନ୍ତି କି ? ସାଧାରଣତଃ ନଖ ସ୍ୱାସ୍ଥ୍ୟ ଉପରେ ଆମେ ଦୃଷ୍ଟି ଦେଉ ନ ଥାଉ । କିନ୍ତୁ ନଖରୁ ବି ନିର୍ଦ୍ଦିଷ୍ଟ କିଛି ତୀବ୍ର ସ୍ୱାସ୍ଥ୍ୟ ସ୍ଥିତି ଜଣାପଡେ । ସେଥିପାଇଁ ଡାକ୍ତରମାନେ ଜିଭକୁ ଦେଖିବା ସହ ନଖକୁ ଦେଖିଥାନ୍ତି । ମହିଳାମାନେ ସେମାନଙ୍କ ନଖକୁ ସୁନ୍ଦର ରଖିବା ପାଇଁ ରଙ୍ଗ କରନ୍ତି । କିନ୍ତୁ ରଙ୍ଗ ତଳେ ନଖ କେମିତି ରହେ,ତାହା ଉପରେ ଫୋକସ ରହିବା ଦରକାର । ଅତି କାମଳ, ଦୁର୍ବଳ ଓ ଧଳା ଦିଶୁଥିବା ନଖ ଆପଣଙ୍କ ଅନ୍ତଃନଳୀ ସ୍ୱାସ୍ଥ୍ୟ, ଯକୃତ ରୋଗ, ଫୁସଫୁସ, ହୃଦୟ ରୋଗ ସହ ଜଡିତ ଥାଏ । ଆସନ୍ତୁ ନଖର ଅବସ୍ଥା ଓ ରୋଗ ସଂପର୍କରେ ଜାଣିବା ।

୧. କାମଳ ନଖ –ସାଧାରଣତଃ କାମଳ ନଖ ଆନାମିଆ, କୁପୋଷଣ, କଂଜେଷ୍ଟିଭ ହାର୍ଟ ଫେଲର, ଯକୃତ ରୋଗର ଲକ୍ଷଣ । ଯଦି ନଖ କଳା ବୃତ୍ତ ସହ ଧଳା ଦିଶିଲା , ତାହା ହେଲେ ଆପଣ ଯକୃତ ଜନିତ ରୋଗରେ ପୀଡିତ ବୋଲି ଜଣାପଡିବ ।

ନଖରୁ ମିଳେ ଅସୁସ୍ଥତାର ସଂକେତ

୨. ଅତି ହଳଦିଆ ରଙ୍ଗର ନଖ - ନଖ ଯଦି ହଳଦିଆ ହୁଏ,ତାହା ହେଲେ ଏହା ଫଙ୍ଗଲ ଇନଫେକସନ ଯୋଗୁଁ ହିଁ ହୋଇଥାଏ । ଯଦି ସଂକ୍ରମଣ ଅଧିକ ଖରାପ ହେଲା, ନଖ ମୋଟା ହୋଇ ଭାଙ୍ଗିଯିବ । ଅବଶ୍ୟ ଆପଣ ଯଦି ନିମ୍ନମାନର ନେଲ ପେଇଂଟ୍ ବ୍ୟବହାର କରନ୍ତି, ତାହା ହେଲେ ବି ନଖ ହଳଦିଆ ରଂଗ ଧାରଣ କରିବ । ହଳଦିଆ ନଖ ବି ଗୁରୁତପ ସ୍ୱାସ୍ଥ୍ୟ ଅବସ୍ଥାର ସଂକେତ ଦିଏ । ଥାଇରଏଡ, ଫୁସଫୁସ, ମଧୁମେହ,ସୋରିଆସିସ୍ ଆଦି ରୋଗର ଲକ୍ଷଣ ହେଉଛି ହଳଦିଆ ନଖ ।

ନଖରୁ ମିଳେ ଅସୁସ୍ଥତାର ସଂକେତ

୩. ଭଙ୍ଗା ବା ଫାଟିଯାଇଥିବା ନଖ - ନଖ ଶୁଖିଲା ବା ଦୁର୍ବଳ ରହିଲେ ,ତାହା ସହଜରେ ଉପୁଡିଯାଏ । ଏହା କୁପୋଷଣର ସଙ୍କେତ । ଅଧ୍ୟୟନରୁ ଜଣାପଡିଛି ଯେ, ଏଭଳି ନଖ ଥାଇରଏଡ ରୋଗ ସହ ଜଡିତ । ହଳଦିଆ ଫଟା ଓ ଭଙ୍ଗା ନଖ ଫଙ୍ଗାଲ ଇନଫେକସନର କାରଣ ହୋଇଥାଏ ।

ନଖରୁ ମିଳେ ଅସୁସ୍ଥତାର ସଂକେତ

୪. ପଫି ନେଲ୍ ଫୋଲ୍ଡସ- ଏହା ନଖ ଚାରିପେ ରେଡ୍ ଓ ପଫି ସ୍କିନକୁ ବୁଝାଏ । ଇନଫ୍ଲେମଡ୍ ନେଲ୍ ଫୋଲ୍ଡ ନାମରେ ବି ଏ ପ୍ରକାର ନଖ ସ୍ଥିତି ଜଣାଶୁଣା । ସଂକ୍ରମଣ ଯୋଗୁଁ ନଖର ଏଭଳି ସ୍ଥିତି ସୃଷ୍ଟି ହୁଏ । ଏହା ମଧ୍ୟ ଲୁପୁସ ବା ଏ ସଂପର୍କିତ ଟିସୁ ବିକୃତିର ସଂକେତ ହୋଇପାରେ ।

୫. ନୀଳ ନଖ-ଆପଣଙ୍କ ଶରୀର ଯଦି ଯଥେଷ୍ଟ ଅକ୍ସିଜେନ ପାଉନାହିଁ,ତାହା ହେଲେ ନଖର ରଙ୍ଗ ନୀଳ ହୋଇଯାଏ । ନୀଳ ନଖ ଫୁସଫୁସ ଓ ହୃଦ ସମସ୍ୟା ସହ ଜଡିତ । ଔଷଧର ପାଶ୍ୱର୍ ପ୍ରତିକ୍ରିୟା ସହ ନୀଳ ନଖ ସଂପୃକ୍ତ ।

ନଖରୁ ମିଳେ ଅସୁସ୍ଥତାର ସଂକେତ

୬. ଖାଲି ନଖ – ଏ ପ୍ରକାର ନଖ ସେମାନଙ୍କ ପାଖରେ ଦେଖାଯାଏ, ଯେଉଁମାନଙ୍କର ନଖ ଚୋବାଇବା ଅଭ୍ୟାସ ରହିଛି । ଦୀର୍ଘ ସମୟ ଧରି ନଖ ଚୋବାଇବା ଦ୍ୱାରା ନଖ ବୋଲି କିଛି ରହେ ନାହିଁ । ଅବସେସିଭ କଂପଲସିଭ ଡିଜଅର୍ଡର-(ଓସିଡି) ସହ ଏ ଧରଣର ନଖ ସଂପୃକ୍ତ । ଆପଣଙ୍କ ନଖର ସ୍ୱାଭାବିକ ରଂଗରୂପ ଯଦି ବଦଳିଲା, ତାହା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଭଲ ନଖ ପାଇଁ କିଛି ଟିପ୍ସ

  • ନଖକୁ ଶୁଷ୍କ ଓ ସ୍ୱଚ୍ଛ ରଖନ୍ତୁ
  • ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖନ୍ତୁ
  • ନଖକୁ ଚୋବାନ୍ତୁ ନାହିଁ । ନେଲ କଟର ଦ୍ୱାରା ନଖକୁ ଛୋଟ କରନ୍ତୁ
  • ଫାଟି ଯାଇଥିବା ନଖକୁ ଚିରନ୍ତୁ ନାହିଁ
  • ଗାଧୋଇବା ପରେ ହିଁ ନଖକୁ କାଟି ଛୋଟ କରନ୍ତୁ । କାରଣ
  • ସେତେବେଳେ ନଖ ନରମ ଥାଏ
  • ନଖରେ ଯଦି କୌଣସି ଅସ୍ୱାଭାବିକ ସ୍ଥିତି ଦେଖନ୍ତି, ତାହା ହେଲେ
  • ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ

ABOUT THE AUTHOR

...view details