ଆଜିକାଲି ନିଜ ନିଜର ଅଫିସ କାର୍ଯ୍ୟ, ଅନଲାଇନ୍ ଅଧ୍ୟୟନ,ଏପରିକି ଟିଭି ଦେଖିବା ଓ ଆରାମ କରିବା ସମୟରେ ଜଣକୁ ଘଣ୍ଟା ଘଣ୍ଟା ଧରି ବସିବାକୁ ପଡିଥାଏ । ଆପଣଙ୍କ ବସିବା ଶୈଳୀ ହିଁ ଦୀର୍ଘକାଳିନ ଭାବେ ଆପଣଙ୍କ ବ୍ୟକ୍ତିତ୍ୱ ନିରୁପଣ କରିବ । ବଜାରରେ ଅନେକ ପ୍ରକାର ଚେୟାର ଓ ସୋଫା ଉପଲବ୍ଧ ହେଉଛି । ଆମେ ସେଗୁଡିକ ବାବଦରେ ଅବଗତ ହେବା ଦରକାର । ଆମକୁ ବିଶେଷ ଭାବେ ଦରକାର ହେଉଥିବା ଚେୟାର ବା ସୋଫା ହିଁ ଆମେ କିଣିବା ଦରକାର । ଏର୍ଗୋନୋମିକାଲ ଭାବେ ଡିଜାଇନ ହୋଇଥିବା ବା ଅଲଟ୍ରା କମ୍ଫର୍ଟବଲ୍ ଚେୟାର ବା ସୋଫା ଆବଶ୍ୟକତା ଅନୁସାରେ କିଣି ବ୍ୟବହାର କରିବା ଆବଶ୍ୟକ । ଆମର ବସିବା ଶୈଳୀ ଠିକ୍ ହେବା କାହିଁକି ଜରୁରୀ , ସେ ନେଇ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଫିଜିଓଥେରାପିଷ୍ଟ ଡକ୍ଟର ଜାହ୍ନଭୀ କଥ୍ରାନିଙ୍କ ସହ ଆଲୋଚନା କରାଯାଇଥିଲା । ଗୋଟିଏ ଜାଗାରେ ବସିବା ବେଳେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡିବ ।
୧. ଆପଣଙ୍କ ପାଦକୁ ଚଟାଣ ବା ଅନ୍ୟ ସପୋର୍ଟରେ ରଖନ୍ତୁ
୨. ଆଂଠୁ ୯୦ ଡିଗ୍ରୀରୁ ଅଧିକ ଯେପରି ନଇଁବ ନାହିଁ
୩. ଆଂଠୁଯୋଡାଠାରୁ ଅଂଟାକୁ ସାମାନ୍ୟ ଉପରେ ରଖନ୍ତୁ । ତଳେ ଯେମିତି ଫୋମ୍ ଓ ଦୃଢ ସପୋର୍ଟ ଥିବ ,ତାହା ନିଶ୍ଚିତ କରିବା ଦରକାର ।
୪. ପିଠିର ନିମ୍ନ ଭାଗ ଆରାମଦାୟକ ସ୍ଥିତିରେ ରହିବା ଦରକାର ।
୫. ବେକ ଓ ଦୃଷ୍ଟି ଭୂମିରୁ ସମାନ୍ତରାଳ ଭାବେ ରହିବା ଦରକାର । ଏ ଅନୁସାରେ ଡେସ୍କ ଓ କଂପ୍ୟୁଟର ସ୍କ୍ରିନକୁ ଆଡଜଷ୍ଟ କରିବା ଆବଶ୍ୟକ ।
୬. ଆରାମଦାୟକ ପୋଷାକ ପିନ୍ଧିବା ଭୁଲନ୍ତୁ ନାହିଁ । ସଠିକ ବସିବା ଶୈଳୀ ଦ୍ୱାରା ଆଂଠୁଗଣ୍ଠି ଯୋଡା ପୀଡା ନିୟନ୍ତ୍ରିତ ହୁଏ । ମୁଣ୍ଡକୁ ରକ୍ତ ସଂଚାଳନ ଭଲ ହୋଇଥାଏ । ତେଣୁ ମୁଣ୍ଡବ୍ୟଥା, କ୍ଲାନ୍ତି କମ୍ ହୋଇଥାଏ । ଯଦି ଯନ୍ତ୍ରଣା ହେଉଥିବ ବା କୌଣସି ଅସ୍ତ୍ରୋପଚାର ଜନିତ ସ୍ଥିତି ଥିବ, ତାହା ହେଲେ ବସିବା ଶୈଳୀରେ କିଛିଟା ପରିବର୍ତନ କରାଯାଇପାରେ ।
୧. ପିଠିର ନିମ୍ନ ଭାଗ ଓ ଗୋଡର ସପୋର୍ଟ ପାଇଁ ଫୋମ୍ ରୋଲ୍ସ ବା ତକିଆ ବ୍ୟବହାର କରନ୍ତୁ ।