ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା । ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଓଜନ ବୃଦ୍ଧି ଏକ ସମସ୍ୟା ଯାହା ଅନେକ ଲୋକଙ୍କୁ ବ୍ୟଥିତ କରିଥାଏ । ଓଜନ ହ୍ରାସ କରିବାକୁ ବିଭିନ୍ନ ଲୋକ ବିଭିନ୍ନ ପନ୍ଥା ଆପଣେଇଥାନ୍ତି । ତେବେ ଓଜନ ବୃଦ୍ଧି ପାଇଁ ଚିନ୍ତତ ହେବା ପରିବର୍ତ୍ତେ ଓଜନ ବୃଦ୍ଧିର କାରଣ ଜାଣି ସତର୍କତା ଅବଲମ୍ବନ କରନ୍ତୁ ।
ଜାଣନ୍ତୁ ଓଜନ ବୃଦ୍ଧିର କାରଣ:
୧. ଡିପ୍ରେସନ(Depression)
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ବର୍ତ୍ତମାନ ବିଶ୍ବରେ ପ୍ରାୟ ୩୫୦ ମିଲିୟନ ଲୋକ ଅବସାଦର(Depression) ଶିକାର ହେଉଛନ୍ତି । ଏକୁଟିଆ ଯୋଗୁଁ ଯେଉଁମାନେ ଡିପ୍ରେସନରେ ରହୁଛନ୍ତି ସେମାନଙ୍କ ଓଜନ ବୃଦ୍ଧି ହେବା ସମ୍ଭାବନା ଅଧିକ ହୋଇଥାଏ!
ଏହା ମଧ୍ୟ ପଢନ୍ତୁ:ଜଟିଳ ରୋଗର ଲକ୍ଷଣ ହୋଇପାରେ ବାରମ୍ବାର ଥଣ୍ଡା ଓ କାଶ, କରନ୍ତୁ ନାହିଁ ଅଣଦେଖା
2. ଚାପ(Stress)
ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାର ଚାପ କିମ୍ବା ଠିକ ସମୟରେ ଘରକାମ ଶେଷ କରିବାର ଚାପ ମଧ୍ୟ ଓଜନ ବୃଦ୍ଧି କରିଥାଏ ।
3. ଥାଇରଏଡ ସମସ୍ୟା:
ସୁସ୍ଥ ଶରୀର ପାଇଁ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟ ଠିକ ହେବା ଉଚିତ୍ । ଏହି ଗ୍ରନ୍ଥି ହରମୋନ ସୃଷ୍ଟି କରି ମେଟାବଲିଜିମ ନିୟନ୍ତ୍ରଣ କରିଥାଏ । ତେଣୁ ଏହା ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଯଦି ସ୍ବାସ୍ଥ୍ୟକୁ ଠିକ ରଖିବାକୁ ଚାହୁଁଛନ୍ତି ତେବେ ଥାଇରଏଡ ଗ୍ରନ୍ଥିର କାର୍ଯ୍ୟ ପ୍ରଣାଳିକୁ ଠିକ ରଖିବା ଉଚିତ । ଥାଇରଏଡ ଗ୍ରନ୍ଥିର ପରିବର୍ତ୍ତନ ଯୋଗୁଁ ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇଥାଏ ।
4.କୃତ୍ରିମ ଖାଦ୍ୟ ରଙ୍ଗ
ଖାଦ୍ୟକୁ ଆକର୍ଷଣ କରିବା ପାଇଁ ଖାଦ୍ୟରେ ଆଜିକାଲି ବିଭିନ୍ନ ପ୍ରକାର କ୍ଷତିକାରକ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଥାଏ । ଯାହାକି ଓଜନ ବଢାଇଥାଏ । ତେଣୁ ଆପଣ ରଙ୍ଗବିହୀନ ଖାଦ୍ୟ ଖାଇବା ଉଚିତ ।
5. ଔଷଧର ବ୍ୟବହାର