ହାଇଦ୍ରାବାଦ:ରୋଗରୁ ମୁକ୍ତି ପାଇଁ ସମସ୍ତେ ଆଣ୍ଟିବାୟୋଟିକ୍ସ ସେବନ କରିଥାଆନ୍ତି । ସାଧାରଣତଃ ସଂକ୍ରମଣ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ଅଧିକ ହୋଇଥାଏ । ତେବେ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଛୁଆଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ ଔଷଧ ପ୍ରଭାବ ପକାଉନଥିବା ନେଇ ନିକଟରେ ଏକ ଅନୁସନ୍ଧାନରୁ ଜଣାପଡୁ ନାହିଁ । ଛୁଆଙ୍କୁ ସଂକ୍ରମଣ ହେଲେ ଆଣ୍ଟିବାୟୋଟିକ ଔଷଧ ଫଳଦାୟୀ ନୁହେଁ ବୋଲି କୁହାଯାଇଛି । ତେବେ ଭାରତ ସମେତ ଅନେକ ଦେଶରେ ଏହାର ପ୍ରଭାବ ପଡୁନଥିବା ନେଇ ସିଡନୀ ୟୁନିଭର୍ସିଟିର ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।
ତେବେ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ(AMR) ଅଧିକ ମାତ୍ରାରେ ସେବନ ଯୋଗୁଁ ପ୍ରଭାବ ଶରୀର ଉପରେ ପଡେ ନାହିଁ ବୋଲି ଅଷ୍ଟ୍ରେଲିଆଲ ସିଡନୀ ୟୁନିଭର୍ସିଟି କରିଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ତେବେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ମଧ୍ୟ ଆଣ୍ଟିବାୟୋଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଉପରେ ରିସର୍ଚ୍ଚ କରିଥିଲା । ତେବେ ଆଣ୍ଟିବାୟୋଟିକ୍ର ସେବନ ଯୋଗୁଁ 10ଟି ଗମ୍ଭୀର ରୋଗ ହେବାର ସମ୍ଭାବନା ବୃଦ୍ଧି ରହିଥିବା ଜଣାପଡିଥିଲା ।
ତଥ୍ୟ ଅନୁସାରେ, ବିଶ୍ବରେ ପ୍ରତିବର୍ଷ 30 ଲକ୍ଷ ଛୁଆ ସେପଶିଶ(ପାଚନଶକ୍ତି କମିଯିବା ଏବଂ ସେଲ୍ଗୁଡ଼ିକ ମରିଯିବା ସହିତ ଅଙ୍ଗ ଉପରେ କୁପ୍ରଭାବ ପଡ଼ିବା)ରେ ପୀଡିତ ରହିଥାଆନ୍ତି । ସେମାନଙ୍କ ମଧ୍ୟରୁ 5 ଲକ୍ଷ 70 ହଜାର ଛୁଆଙ୍କର ମୃତ୍ୟୁ ହୋଇଯାଇଥାଏ । ତେବେ ଶରୀରରେ ଆଣ୍ଚିବାୟୋଟିକ ଠିକ୍ ଭାବେ କାମ ନକରିବା କାରଣରୁ ଏହି ମୃତ୍ୟୁ ହୋଇଥାଏ ବୋଲି କୁହାଯାଇଛି । ଖରାପ ବ୍ୟାକ୍ଟେରିଆକୁ ମାତ ଦେଇପାରେ ନାହିଁ ଆଣ୍ଟିବାୟୋଟିକ । ତେବେ ଏହି ରିସର୍ଚ୍ଚ ମେଡିକାଲ ଜୋର୍ଣ୍ଣାଲ ଲାନସେଟ୍ରେ ଏହା ପ୍ରକାଶିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Antibiotics ନିୟମିତ ଖାଉଥିଲେ ସାବଧାନ ! ହୋଇପାରେ ଏହି ସବୁ ଜଟିଳ ସମସ୍ୟା