ହାଇଦ୍ରାବାଦ: ପ୍ରତିବର୍ଷ 26 ନଭେମ୍ବରରେ ବିଶ୍ବ ମେଦବହୁଳତା ବିରୋଧୀ ଦିବସ(World Anti-Obesity Day 2022) ପାଳନ କରାଯାଏ । ମେଦବହୁଳତା ଏବଂ ଏହି କାରଣରୁ ସୃଷ୍ଟି ହେଉଥିବା ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଆମ ମଧ୍ୟରେ କେତେକ ଲୋକ ଅଛନ୍ତି, ଯେଉଁମାନଙ୍କର ଖୁବ୍ କମ୍ ସମୟ ମଧ୍ୟରେ ଅତ୍ୟଧିକ ଓଜନ ବୃଦ୍ଧି ପାଇଥାଏ । ଯାହା ଫଳରେ ସେମାନେ ନାନା ରୋଗର ସମ୍ମୁଖୀନ ହୋଇଥାନ୍ତି ।
ତେବେ ମେଦବହୁଳତାକୁ ଦୂରେଇ ପାରିଲେ ରୋଗକୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ । ଆସନ୍ତୁ ଜାଣିବା ମେଦବହୁଳତା କାରଣରୁ କେଉଁ ରୋଗ ହୋଇଥାଏ...
କରୋନାରୀ ଧମନୀ ରୋଗ(Coronary Artery Disease):- ଇସକେମିକ୍ ଷ୍ଟ୍ରୋକ୍ ଏବଂ କରୋନାରୀ ଧମନୀ ରୋଗ ବିପଜ୍ଜନକ । ମୋଟାପଣ ଏହାର ମୁଖ୍ୟ କାରଣ । ଧମନୀରେ, ଚର୍ବି ଏବଂ କୋଲେଷ୍ଟ୍ରଲ ଜମାଟ ବାନଅଧିବାକୁ ଆରମ୍ଭ କରେ, ଯାହା ଷ୍ଟ୍ରୋକର ଆଶଙ୍କା ବଢାଇ ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମୋଟାପଣ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗର ଆଶଙ୍କା ବୃଦ୍ଧିପାଏଏ ।
ଟାଇପ୍ ୨ ଡାଇବେଟିସ୍:-ଟାଇପ୍-୨ ଡାଇବେଟିସ୍ ଥିବା ଅଧିକାଂଶ ଲୋକ ଅଧିକ ଓଜନିଆ ବା ମୋଦବହୁଳଥାନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଓଜନ ହ୍ରାସ, ଏକ ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ ଏବଂ ଅଧିକ ବ୍ୟାୟାମ ଟାଇପ୍-୨ ମଧୁମେହର ଆଶଙ୍କା ହ୍ରାସ କରିଥାଏ ।
ଗଲ୍ବ୍ଲାଡର ରୋଗ(Gallbladder Disease):- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମେଦବହୁଳ ଲୋକଙ୍କର ଗଲ୍ବ୍ଲାଡର ବୃଦ୍ଧି, ଗଲ୍ବ୍ଲାଡର ରୋଗ କିମ୍ବା ଷ୍ଟୋନ୍ ହେବାର ସମ୍ଭାବନା ଅଧିକ ଥାଏ । ଏହି ପରିସ୍ଥିତିରେ ଓଜନ ହ୍ରାସ ଘଟିନଥାଏ, ଫଳରେ ଗଲ୍ ଷ୍ଟୋନ୍ର ଆଶଙ୍କା ଆହୁରି ବଢିଯାଏ ।
ଅଷ୍ଟିଓଆର୍ଥ୍ରାଇଟିସ୍(Osteoarthritis):ଅଷ୍ଟିଓଆର୍ଥ୍ରାଇଟିସ୍ ଆଣ୍ଠୁ, ହିପ୍ସ କିମ୍ବା ପିଠି ଉପରେ ପ୍ରଭାବ ପକାଇଥାଏ । ମୋଟାପଣ ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ, ଯାହାଦ୍ୱାରା ହାଡଗୁଡ଼ିକ ନମନୀୟ ହୋଇଯାଏ ।
ଅନ୍ୟାନ୍ୟ ରୋଗ: ମେଦବହୁଳତା ହୃଦସ୍ପନ୍ଦନ ଏବଂ ଯକୃତ ସମସ୍ୟାକୁ ମଧ୍ୟ ବଢାଇଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, ମେଦବହୁଳ ବ୍ୟକ୍ତିମାନେ ମଧ୍ୟ କେତେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏହା ପ୍ରଜନନକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏକ ଅଧ୍ୟୟନରେ ମହିଳା ବନ୍ଧ୍ୟାକରଣ ଏବଂ ମୋଟାପଣ ମଧ୍ୟରେ ଲିଙ୍କ୍ ଥିବା ଜଣାପଡିଥିଲା ।
ମେଦବହୁଳତା କାରଣ:-
- ଜେନେଟିକ୍ସ
- ବଂଶାନୁକ୍ରମିକ
- ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ
- ଅସ୍ୱାସ୍ଥ୍ୟକର ଜୀବନଶୈଳୀ
- ମାନ୍ଦା ବା ନିସ୍ତେଜ ଜୀବନଶୈଳୀ
- ଭାବପ୍ରବଣତା
- ନିଦ୍ରାହୀନତା
- ଔଷଧୀୟ ଚିକିତ୍ସା
- ସ୍ୱାସ୍ଥ୍ୟ ସମସ୍ୟା/ରୋଗ
- ଗର୍ଭାବସ୍ଥା