ହାଇଦ୍ରାବାଦ: ପରିବାରରେ ଥିବା ବରିଷ୍ଠ ଲୋକମାନେ ବହୁ ପ୍ରାଚୀନ ନୀତି-ନିୟମ ବାବଦରେ କହି ଥାଆନ୍ତି । ଏହି ଖାଦ୍ୟ ଖାଇବା ପରେ ପାଣି ପିଅ ନାହିଁ, ଦହିରେ ଏହି ଖାଦ୍ୟ ଖାଅ ନାହିଁ, କ୍ଷୀରକୁ ଏହି ସମୟରେ ପିଇଲେ ଉପାଦେୟ ଇତ୍ୟାଦି ଇତ୍ୟାଦି । ମାତ୍ର ବର୍ତ୍ତମାନ ସମୟରେ ଅନେକ ଏସବୁ ନୀତି-ନିୟମକୁ ଶୁଣିବାକୁ କିମ୍ବା ମାନିବାକୁ ନାରାଜ । ବାସ୍ତବରେ ସେମାନେ କହିଥିବା ଏହି ନୀତି-ନିୟମରେ ଯଥାର୍ଥତା ରହିଛି । ଆୟୁର୍ବେଦ ଚିକିତ୍ସା ମଧ୍ୟ ଏହିପରି ପରାମର୍ଶ ଦେଇଥାଏ ।
ଆୟୁର୍ବେଦ ଅନୁଯାୟୀ, ଖାଦ୍ୟକୁ ସଠିକ୍ ଉପାୟରେ ଖାଇଲେ ହିଁ ଏହାର ସୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ । ନଚେତ୍ ପ୍ରତିକୂଳ ପ୍ରଭାବ ପଡେ । ଆଣ୍ଟି-ଡାଏଟ୍ ଖାଇବା ଦ୍ୱାରା ଜଣେ ବ୍ୟକ୍ତିରେ ଅନେକ ଗମ୍ଭୀର ରୋଗ ଏବଂ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଆଣ୍ଟି-ଡାଏଟ୍ର କି କି ପାର୍ଶ୍ବ ପ୍ରତିକ୍ରିୟା ରହିଛି, ଜାଣନ୍ତୁ...
ଆଣ୍ଟି-ଡାଏଟ୍ ଏବଂ ଏହାର ଅସୁବିଧା
ଆରୋଗ୍ଯଧାମର ବୈଦ୍ୟ ତଥା ପ୍ରାକୃତିକ ଚିକିତ୍ସକ ସୁରେନ୍ଦ୍ର ବୈଦ୍ୟ ବ୍ୟାଖ୍ୟା କରିଛନ୍ତି ଯେ, ଆୟୁର୍ବେଦରେ ପ୍ରତ୍ୟେକ ଖାଦ୍ୟର ପ୍ରକୃତି, ଗୁଣ, ତ୍ରୁଟି ଏବଂ ପ୍ରଭାବକୁ ଭିନ୍ନ ବିବେଚନା କରାଯାଏ । ଋତୁ, ସ୍ଥାନ ଏବଂ ଶରୀରର ପ୍ରକୃତି ଅନୁଯାୟୀ ଏଗୁଡିକର ବ୍ୟବହାର ଏବଂ ପ୍ରଭାବ ଭିନ୍ନ ଭିନ୍ନ ରହିଥାଏ । କିଛି ଖାଦ୍ୟ ପଦାର୍ଥ ଅଛି ଯାହା ଏକାକୀ ଖାଇବା କିମ୍ବା ଅନ୍ୟ ଖାଦ୍ୟ ପଦାର୍ଥ ସହ ମିଶ୍ରିତ କରି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ମାତ୍ର ଯଦି ଆଣ୍ଟି-ଡାଏଟ୍ ଅର୍ଥାତ୍ ଗୋଟିଏ ଖାଦ୍ୟର ଅନ୍ୟ ଏକ ବିରୋଧୀ ଖାଦ୍ୟ ସେବନ କରାଯାଏ, ତେବେ ଏହା ସ୍ବାସ୍ଥ୍ୟ ହାନିକାରକ ସାବ୍ୟସ୍ତ ହୁଏ । ଏପରି ଖାଦ୍ୟ ବେଳେବେଳେ ବିଷ ତୁଲ୍ୟ ହୋଇଯାଆନ୍ତି ।
ଏହା ବ୍ୟତୀତ, ଏହି ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ୍ ବାଧାପ୍ରାପ୍ତ ହୋଇପାରେ, ଖାଦ୍ୟରୁ ପୁଷ୍ଟିକର ଅବଶୋଷଣରେ ସମସ୍ୟା ହୋଇପାରେ ଏବଂ ଖାଦ୍ୟର ଶକ୍ତି ମଧ୍ୟ ଅସନ୍ତୁଳିତ ହୋଇପାରେ । ବୈଦ୍ୟ ସୁରେନ୍ଦ୍ର କହିଛନ୍ତି ଯେ, ଜାଣିଶୁଣି କିମ୍ବା ଅଜାଣତରେ, ଯଦି ଭୁଲ ଖାଦ୍ୟର ବ୍ୟବହାର କ୍ରମାଗତ ଭାବରେ କରାଯାଏ, ତେବେ ଏହା ଶରୀରରେ ରକ୍ତ, ରସ ଏବଂ ଅନ୍ୟାନ୍ୟ ଧାତୁ ଉପରେ କୁପ୍ରଭାବ ପକାଇପାରେ । ସାଧାରଣ ଭାଷାରେ କହିବାକୁ ଗଲେ, ଏହି କାରଣରୁ ଶରୀରରେ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ମଧ୍ୟ ଉତ୍ପନ୍ନ ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: ନିୟମିତ ଦିନକୁ ମୁଠାଏ ୱଲନଟ୍ ଖାଇଲେ ଉନ୍ନତ ହେବ ମସ୍ତିଷ୍କ ସ୍ବାସ୍ଥ୍ୟ
ଏହା ବ୍ୟତୀତ, ହଜମ ପ୍ରକ୍ରିୟାରେ ସମସ୍ୟା ସହିତ, ଆଣ୍ଟି-ଡାଏଟ୍ ବ୍ୟବହାର, ଷ୍ଟୁଲ୍, ଫୁଡ୍ ପଏଜନ୍, ମଧୁମେହ, ପାଇଲସ୍, ଶକ୍ତିହୀନତା, ପେଟରେ ପାଣି ଜମିବା, ଫିଷ୍ଟୁଲା, କୁଷ୍ଠରୋଗ, ଧଳା ଦାଗ ଏବଂ ଯକ୍ଷ୍ମା ଭଳି ଜଟିଳ ତଥା ଦୀର୍ଘସ୍ଥାୟୀ ସ୍ବାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ଅଧିକ ଥାଏ । ସେ କହିଛନ୍ତି ଯେ, ଆମର ପାରମ୍ପାରିକ ଭାରତୀୟ ଖାଦ୍ୟରେ ସାଧାରଣତଃ ଅଧିକାଂଶ ମେଳ ଖାଉଥିବା ଖାଦ୍ୟ ରନ୍ଧାଯାଏ ।
କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦ ପ୍ରତି ଅଧିକ ଗୁରୁତ୍ବ ଦେବା ଆରମ୍ଭ କରି ଦେଇଛନ୍ତି । ଅନ୍ୟ ଦେଶର ଖାଦ୍ୟ ଏବଂ ପରୀକ୍ଷାମୂଳକ ରନ୍ଧନ ସହିତ ଭାରତୀୟ ସ୍ୱାଦକୁ ମିଶ୍ରଣ କରୁଛନ୍ତି । ବର୍ତ୍ତମାନ ସମୟରେ ଫ୍ୟୁଜନ୍ ଡାଏଟ୍ ନାମରେ ପରିବେଷିତ ଖାଦ୍ୟରେ ଅଧିକ ଆଣ୍ଟି-ଡାଏଟ୍ ଗୁଣ ରହୁଛି । ଏହି କାରଣରୁ ହଜମ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ପ୍ରକାରର ସମସ୍ୟା ବୃଦ୍ଧି ପାଉଛି । ଏହାକୁ ଏଡାଇବା ପାଇଁ ବୈଦ୍ୟ ସୁରେନ୍ଦର କେତେକ ଆଣ୍ଟି-ଡାଏଟ୍ର ଉଦାହରଣ ଦେଇଛନ୍ତି...
- ଏକତ୍ର ରାଇତା ଏବଂ ଖୀର ଖାଇବା ଅନୁଚିତ୍
- କ୍ଷୀର ସହିତ ଦହି, ମାଛ, ମୂଳା କିମ୍ବା ଏହାର ପତ୍ର, ଲେମ୍ବୁ କିମ୍ବା ଲେମ୍ବୁଯୁକ୍ତ ଖାଦ୍ୟ, କଞ୍ଚା ସାଲାଡ, ଖଟା, ତରଭୁଜ, ବେଲ, ଡାଳିମ୍ବ କିମ୍ବା ଜାମୁକୋଳ ଇତ୍ୟାଦି ଖାଇବା ଅନୁଚିତ୍ ।
- ଦହି ସହିତ କମଳା, ମୌସୁମ୍ବି, ସପୁରୀ ଇତ୍ୟାଦି ଖାଇବା ଅନୁଚିତ୍ ।
- କଞ୍ଚା ଫଳ, କଦଳୀ, ଲେମ୍ବୁ ଇତ୍ୟାଦି ଖଟା ଫଳ ଆଲକୋହଲରେ ଖାଆନ୍ତୁ ନାହିଁ ।
- ଥଣ୍ଡା ପାଣି ସହିତ ଅଧିକ ଘିଅ, ତେଲ, ତରଭୁଜ, ଚିନା ବାଦାମ, ଗୁଆ, କାକୁଡି, କଦଳୀ ବାଦାମ ଇତ୍ୟାଦି ଖାଇବା ।
- ତରଭୁଜ ସହିତ ରସୁଣ, କଦଳୀ, କ୍ଷୀର, ମୂଳା ପତ୍ର, ପାଣି ଇତ୍ୟାଦି ।
- ଚାଉଳ ସହିତ ଭିନେଗାର ।
- ହରଡ ଡାଲ ସହିତ ମୂଳା ।
ବୈଦ୍ୟ କହିଛନ୍ତି ଯେ, ଡାଏଟ୍ ସ୍ୱଦେଶୀ ହେଉ କିମ୍ବା ବିଦେଶୀ, ଯଥାସମ୍ଭବ ଏହାକୁ ଜାଣିବା ଏବଂ ବୁଝିବା ପରେ ଖାଇବା ଉଚିତ୍ । ବିଶେଷକରି ଯେଉଁମାନଙ୍କର ହଜମ ପ୍ରକ୍ରିୟା ପୂର୍ବରୁ ଦୁର୍ବଳ କିମ୍ବା ପିତ୍ତ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ବିଶେଷ ଭାବରେ ଏହି ପ୍ରକାରର ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଉଚିତ୍ ।