ଓଡିଶା

odisha

ETV Bharat / sukhibhava

Anti-cancer drugs ସମେତ 384 ଔଷଧକୁ ଅତ୍ୟାବଶ୍ୟକ ବ୍ୟବହାର ମଞ୍ଜୁରୀ - ନ୍ୟାସନନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ

ନ୍ୟାସନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ ତାଲିକା (National List of Essential Medicines 2022) ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Union Health Minister Mansukh Mandaviya) । ଅତ୍ୟାବଶ୍ୟକ ମେଡିସନ୍ ତାଲିକା ଆଣ୍ଟି-କ୍ୟାନ୍ସର ଡ୍ରଗ୍ସ(Anti-cancer drugs) ସମେତ 384 ଟି ଔଷଧକୁ ମିଳିଲା ମଞ୍ଜୁରୀ । ଅଧିକ ପଢନ୍ତୁ

Anti-cancer drugs ସମେତ 384 ଔଷଧକୁ ଅତ୍ଯାବଶ୍ଯକ ବ୍ୟବହାର ମଞ୍ଜୁରୀ
Anti-cancer drugs ସମେତ 384 ଔଷଧକୁ ଅତ୍ଯାବଶ୍ଯକ ବ୍ୟବହାର ମଞ୍ଜୁରୀ

By

Published : Sep 14, 2022, 7:31 AM IST

ନୂଆଦିଲ୍ଲୀ:ଅତ୍ୟାବଶ୍ୟକ ମେଡିସନ୍ ତାଲିକା(National List of Essential Medicines 2022) ଘୋଷଣା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Union Health Minister Mansukh Mandaviya) । ଏଥିରେ 27 ଟି ବର୍ଗର 384 ଟି ଔଷଧକୁ ଅତ୍ୟାବଶ୍ୟକ ବ୍ୟବହାର କ୍ଷେତ୍ରରେ ଅନୁମତି ମିଳିଛି । ସେଗୁଡିକ ମଧ୍ୟରୁ ଅନେକ ଆଣ୍ଟିବାୟୋଟିକ୍, ଟିକା, କର୍କଟ ବିରୋଧୀ ଔଷଧ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଔଷଧ ସାମିଲ ଅଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଆଣ୍ଟି-ଇନଫେକ୍ଟିଭ୍ସ ଯେପରିକି ଇଭର୍ମେକ୍ଟିନ୍(Ivermectin), ମୁପିରୋସିନ୍(Mupirocin) ଏବଂ ନିକୋଟିନ୍ ରିପ୍ଲେସମେଣ୍ଟ ଥେରାପି ଇତ୍ୟାଦି ଜାତୀୟ ଅତ୍ୟାବଶ୍ୟକ ବ୍ୟବହାର ଔଷଧ ତାଲିକାରେ ସାମିଲ୍ ହୋଇଛି । ତେବେ ସଂଶୋଧିତ ତାଲିକାରୁ ରାନଟିଡାଇନ୍(Ranitidine), ସୁକ୍ରାଲଫେଟ୍(Sucralfate), ହ୍ବାଇଟ୍ ପେଟ୍ରୋଲାଟମ୍(white petrolatum), ଆଟିନୋଲଲ୍(Atenolol) ଏବଂ ମିଥାଇଲଡୋପା(Methyldopa) ଭଳି 26 ଟି ଔଷଧକୁ ତାଲିକାରୁ ବାଦ୍ ଦିଆଯାଇଛି । ମୂଲ୍ୟ-ପ୍ରଭାବ ଏବଂ ଉନ୍ନତ ଔଷଧର ଉପଲବ୍ଧତା ଉପରେ ଆଧାର କରି ଏଗୁଡିକୁ ବାଦ୍ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ମଙ୍ଗଳବାର ଏହି ତାଲିକା ପ୍ରକାଶ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି ଯେ, "ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା 2022 ପ୍ରକାଶ ପାଇଛି । ଏଥିରେ 27 ଟି ବର୍ଗରେ 384ଟି ଔଷଧ ରହିଛି । ଅନେକ ଆଣ୍ଟିବାୟୋଟିକ୍, ଟିକା, କର୍କଟ ବିରୋଧୀ ଔଷଧ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଔଷଧ ସୁଲଭ ହୋଇଛି, ଯାହା ରୋଗୀଙ୍କ ଖର୍ଚ୍ଚ ହ୍ରାସ କରିବ ।"

ଏହି ତାଲିକାରେ ଏଣ୍ଡୋକ୍ରାଇନ୍ ଔଷଧ ଏବଂ କଣ୍ଟ୍ରାସିପଟିଭ୍ସ ଫ୍ଲୁଡ୍ରୋକର୍ଟିସୋନ୍, ଓର୍ମେଲୋକ୍ସିଫିନ୍, ଇନସୁଲିନ୍ ଗ୍ଲାର୍ଜିନ୍ ଏବଂ ଟେନିଲିଗ୍ଲିଟିନ୍ ଯୋଗ କରାଯାଇଛି । ଶ୍ବାସକ୍ରିୟା କ୍ଷେତ୍ରରେ କାର୍ଯ୍ୟ କରୁଥିବା ମୋଣ୍ଟେଲୁକାଷ୍ଟ ଏବଂ ଚକ୍ଷୁ ଚିକିତ୍ସା ଔଷଧ ଲାଟାନୋପ୍ରୋଷ୍ଟ ଅତ୍ୟାବଶ୍ୟକ ବ୍ୟବହାର ତାଲିକାରେ ଅଛି । ପଲ୍ଲିଏଟିଭ୍ କେୟାରରେ ବ୍ୟବହୃତ ଔଷଧ ବ୍ୟତୀତ ହୃଦ୍‌ରୋଗ ଔଷଧ ଡାବିଗେଟ୍ରାନ୍(Dabigatran) ଏବଂ ଟେନେଟେପ୍ଲେଜ୍(Tenecteplase) ମଧ୍ୟ ତାଲିକାରେ ସ୍ଥାନ ପାଇଛି ।

ଗତ ବର୍ଷ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅଧୀନରେ ଏକ ବିଶେଷଜ୍ଞ କମିଟି ଦ୍ୱାରା 399 ଫର୍ମୁଲେସନର ସଂଶୋଧିତ ତାଲିକା ଦାଖଲ କରାଯାଇଥିଲା । ଭାରତୀୟ ଆବଶ୍ୟକତାର ବିସ୍ତୃତ ବିଶ୍ଳେଷଣ ପରେ, ମାଣ୍ଡଭିୟାଙ୍କ ଦ୍ବାରା ପ୍ରମୁଖ ପରିବର୍ତ୍ତନ କରାଯିବା ପରେ ଏହି ତାଲିକା ପ୍ରକାଶ ପାଇଛି । NLEMରେ ଥିବା ଔଷଧଗୁଡିକ ନିର୍ଦ୍ଧାରିତ ବର୍ଗରେ ଅନ୍ତର୍ଭୁକ୍ତ ଏବଂ ଏହାର ମୂଲ୍ୟ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ଦ୍ୱାରା ନିୟନ୍ତ୍ରିତ ହୋଇଛି ବୋଲି ଡକ୍ଟର ଷ୍ଟାଣ୍ଡାର୍ଡ ନ୍ୟାସନାଲ କମିଟିର ଉପାଧ୍ୟକ୍ଷ ଡ. Y K Gupta କହିଛନ୍ତି ।

ତେବେ ନ୍ୟାସନନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନ ତାଲିକା(NLEM 2022)ରୁ ବାଦ୍ ପଡିଥିବା ଟିକା ଗୁଡିକ ହେଉଛି...

1. Alteplase

2. Atenolol

3. Bleaching Powder

4. Capreomycin

5. Cetrimide

6. Chlorpheniramine

7. Diloxanide furoate

8. Dimercaprol

9. Erythromycin

10. Ethinylestradiol

11. Ethinylestradiol(A) + Norethisterone (B)

12. Ganciclovir

13. Kanamycin

14. Lamivudine (A) + Nevirapine (B) + Stavudine (C)

15. Leflunomide

16. Methyldopa

17. Nicotinamide

18. Pegylated interferon alfa 2a, Pegylated interferon alfa 2b

19. Pentamidine

20. Prilocaine (A) + Lignocaine (B)

21. Procarbazine

22. Ranitidine

23. Rifabutin

24. Stavudine (A) + Lamivudine (B)

25. Sucralfate

26. White Petrolatum

ABOUT THE AUTHOR

...view details