ହାଇଦ୍ରାବାଦ:ମହିଳାଙ୍କ ମେନୋପଜ ପରେ ସେମାନେ ଗର୍ଭଧାରଣ କରିପାରନ୍ତି ନାହିଁ । ସେହିପରି ପୁରୁଷଙ୍କ ଆଣ୍ଡ୍ରୋପଜ୍ ପରେ ସେମାନଙ୍କ ପ୍ରଜନନ କ୍ଷମତା ଶେଷ ହୋଇଥାଏ । ପୁରୁଷମାନଙ୍କ ମଧ୍ୟରେ ଦେଖାଯାଉଥିବା ଏଣ୍ଡ୍ରୋପଜ ହେଉଛି ଏପରି ଏକ ପର୍ଯ୍ୟାୟ ଯେତେବେଳେ ଟେଷ୍ଟୋଷ୍ଟେରନ୍ ସମେତ କେତେକ ହରମୋନର ସ୍ତର ୫୦ରୁ6୦ ବର୍ଷ ପରେ ହ୍ରାସ ପାଇଥାଏ । ଯେପରି ମହିଳାଙ୍କୁ ମେନୋପୋଜ ସମୟରେ ଅନେକ ଶାରୀରିକ ପରିବର୍ତ୍ତନ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଠିକ ସେହିପରି ପୁରୁଷମାନଙ୍କ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଦେଖାଯାଏ । ବିଶେଷକରି ଏହି ପର୍ଯ୍ୟାୟରେ ସେକ୍ସ ହରମୋନ୍ 'ଟେଷ୍ଟୋଷ୍ଟେରନ୍'ର ସ୍ତର ହ୍ରାସ ଯୋଗୁଁ ପୁରୁଷଙ୍କ ସେକ୍ସ ଡ୍ରାଇଭ୍ ବହୁତ ପ୍ରଭାବିତ ହୋଇପାରେ ।
ଆଣ୍ଡ୍ରୋପଜ୍ ବିଷୟରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବ(ETV Bharat Sukhi Bhava) ହରିୟାଣାର ଆଣ୍ଡ୍ରୋଲୋଜିଷ୍ଟ୍ ଡ. ଦିନେଶ ଲାଲଙ୍କ ସହ ଅଧିକ ଆଲୋଚନା କରିଥିଲା । ତେବେ ଆସନ୍ତୁ ଏ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା:-
ଆଣ୍ଡ୍ରୋପଜ୍ କଣ ?
ଡ. ଦୀନେଶ ଲାଲ କହିଛନ୍ତି ଯେ ପୁରୁଷମାନଙ୍କ ଠାରେ ଆଣ୍ଡ୍ରୋପଜ୍ ବିଷୟରେ ଲୋକଙ୍କ ପ୍ରାୟତଃ କମ ଜାଣନ୍ତି । ବାସ୍ତବରେ ଉଭୟ ମେନୋପାଜ୍ କିମ୍ବା ଆଣ୍ଡ୍ରୋପୋଜ ହେଉଛି ସେହି ପର୍ଯ୍ୟାୟ ଯେଉଁଥିରେ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ଏବଂ ପୁରୁଷମାନଙ୍କ ଠାରେ ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତର କମ ହେବା ଆରମ୍ଭ କରେ । ଏଗୁଡ଼ିକ ହେଉଛି ହରମୋନ୍ ଯାହା ଯୌନ ସମ୍ପର୍କର ଇଚ୍ଛା ସହିତ ଶରୀରର ଅନେକ କାର୍ଯ୍ୟକୁ ପ୍ରଭାବିତ କରିଥାଏ ।
କେବଳ ପୁରୁଷମାନଙ୍କ ବିଷୟରେ କଥା ହେଲେ, ଆଣ୍ଡ୍ରୋପଜରେ ଟେଷ୍ଟୋଷ୍ଟେରନର ଅଭାବ ବ୍ୟତୀତ ସେମାନଙ୍କ ମଧ୍ୟରେ ଆଣ୍ଡ୍ରୋଜେନ ହରମୋନ୍ ମଧ୍ୟ କମିଯାଏ । ଏହାର ଫଳସ୍ବରୂପ ପୁରୁଷମାନଙ୍କର ସେକ୍ସ ଲାଇଫ୍ ପ୍ରଭାବିତ ହୋଇଥିବାବେଳେ ଅନ୍ୟ କେତେକ ପ୍ରକାରର ଶାରୀରିକ ଏବଂ ମାନସିକ ସମସ୍ୟା ଉପୁଜିଥାଏ । ପୁରୁଷଙ୍କ କ୍ଷେତ୍ରରେ ଏହି ପର୍ଯ୍ୟାୟକୁ ଆଣ୍ଟ୍ରୋଜେନ ଡେଫିସିଏନ୍ସି ଅଫ ଦି ଏଜିଂ ମେଲ(ADAM)ର ବୋଲି କୁହାଯାଏ ।
ଆଣ୍ଡ୍ରୋପଜ୍ର ଲକ୍ଷଣ ?
ଡକ୍ଟର ଦିନେଶ କହିଛନ୍ତି ଯେ ଆଣ୍ଡ୍ରୋପଜ୍ର ପ୍ରତ୍ୟକ୍ଷ ଲକ୍ଷଣ ସମସ୍ତ ପୁରୁଷଙ୍କ ମଧ୍ୟରେ ଦେଖାଯାଏ । କିଛି ପୁରୁଷଙ୍କ କ୍ଷେତ୍ରରେ ଏହି ଲକ୍ଷଣ ଅଧିକ ନଜର ଆସୁଥିବା ବେଳେ କିଛି ପୁରୁଷଙ୍କ କ୍ଷେତ୍ରରେ କମ ଲକ୍ଷଣ ଦେଖିବାକୁ ମିଳେ । ଏହି ଲକ୍ଷଣକୁ ଅନୁଭବ କରିପାରୁନଥିବା ପୁରୁଷଙ୍କ ଶରୀରରେ ଅନ୍ୟ ସମସ୍ୟା କାରଣରୁ ଏପରି ହୋଇଥାଏ ବୋଲି ଡ. ଦିନେଶ କହିଛନ୍ତି । ପୁରୁଷଙ୍କ ଆଣ୍ଡ୍ରୋପଜ୍ ସମୟରେ ନିମ୍ନଲିଖିତ ଲକ୍ଷଣ ଦେଖାଦେଇଥାଏ ।
- ଶରୀର ଦୁର୍ବଳ ଲାଗିବା ସହିତ ଇଚ୍ଛାଶକ୍ତି ହ୍ରାସ ପାଇବା ।
- ମେଦ ବହୁଳତା ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ହେବା ।
- ମୁଡ ସ୍ବିଂଗ ସହ ନିଦରେ ଅଭାବ, ଆତ୍ମବିଶ୍ବାସ ହ୍ରାସ ପାଇବା, କୌଣସି କାର୍ଯ୍ୟରେ ଧ୍ୟାନ ନ ଲାଗିବା ସହ ଅବସାଦଗ୍ରସ୍ତ ରହିବା ।
- ହିମୋଗ୍ଲୋବିନର ସ୍ତର ହ୍ରାସ ପାଇବା ।
- ଅସ୍ଥି ଦୁର୍ବଳ ହେବା ସହ ଆଣ୍ଠୁ ଗଣ୍ଠି ଆଦି ସ୍ଥାନରେ କଷ୍ଟ ହେବା ଭଳି ସମସ୍ୟା ଦେଖାଦିଏ ।
- ବନ୍ଧ୍ୟାଦୋଷ ଭଳି ସମସ୍ୟା ହେବା ।