ଓଡିଶା

odisha

ETV Bharat / sukhibhava

Almond Oil for Beauty: ପ୍ରତିଦିନ 2 ଡ୍ରପ ଆଲମଣ୍ଡ ଅଏଲ, ବୃଦ୍ଧି ପାଇବ ସୌନ୍ଦର୍ଯ୍ୟ - ଆଲମଣ୍ଡ ଅଏଲର ଉପକାରିତା

କୁଞ୍ଚନ, ବ୍ରଣ, ଦାଗ କିମ୍ବା କେଶ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଅଏଲ ଦୂର ହେବ ସମସ୍ୟା

Almond Oil for Beauty
Almond Oil for Beauty

By

Published : Aug 19, 2023, 12:06 PM IST

ହାଇଦ୍ରାବାଦ:ଆଲମଣ୍ଡ ଏକ ସ୍ବାସ୍ଥ୍ୟ ଉପକାରୀ ଡ୍ରାଏଫ୍ରିଟ୍ସ ଅଟେ । ଏହାକୁ ସୁପର ଫ୍ରୁଡ୍ସ ଭାବେ ବିବେଚନା କରାଯାଏ । ଏଥିରେ ପ୍ରୋଟିନ୍, ଫାଇବର, ଜିଙ୍କ, ପୋଟାସିୟମ୍, ଭିଟାମିନ୍-ଇ ଏବଂ ଓମେଗା ଫ୍ୟାଟି ଏସିଡ୍ ଭରପୂର ପରିମାଣରେ ଥାଏ । ଆଲମଣ୍ଡରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ତେବେ ଆଲମଣ୍ଡ ସହିତ ଅଏଲ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ । ଏଥିରେ ଥିବା ପୁଷ୍ଟିକର ତତ୍ତ୍ବ ଯେପରିକି ଭିଟାମିନ୍ ଇ, ମୋନୋସାଟୁରେଟେଡ୍ ଫ୍ୟାଟି ଏସିଡ୍, ପ୍ରୋଟିନ୍, ପୋଟାସିୟମ୍, ଜିଙ୍କ୍ ଇତ୍ୟାଦି ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

❖ କେଶ ଫାଟିଯିବା ଏବଂ କେଶର ଶୁଷ୍କତା ଭଳି ସମସ୍ୟା କିଛି ଲୋକଙ୍କୁ ବ୍ୟଥିତ କରିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପୀଡିତ ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ଏହି ପରିସ୍ଥିତିରେ ବାଦାମ ତେଲ, କାଷ୍ଟର ତେଲ ଏବଂ ଅଲିଭ୍ ତେଲକୁ ସମାନ ଅଂଶରେ ମିଶାନ୍ତୁ । ପ୍ରତି ସପ୍ତାହରେ ଦୁଇଥର ବ୍ୟବହାର କରିବା ଦ୍ବାରା କେଶରେ ଉନ୍ନତି ଆସିବ ।

ଏହା ମଧ୍ୟ ପଢନ୍ତୁ:Almond Benefits: ନିୟମିତ ମୁଠାଏ ଆଲମୋଣ୍ଡ ଯୋଗାଏ ଶକ୍ତି, ଶରୀରପାଇଁ ହିତକାରୀ

❖ଗାଧୋଇବା ପୂର୍ବରୁ ଶରୀରରେ ମାଲିସ କରନ୍ତୁ ଆଲମଣ୍ଡ ଅଏଲ । ଏହାର ପୋଷକ ତତ୍ତ୍ୱ ଚର୍ମକୁ ମଶ୍ଚୁରାଇଜ୍ କରିଥାଏ।

❖ ଆଖି ତଳ କଳାଦାଗ ପାଇଁ ଚିନ୍ତିତ କି ? ତେବେ ରାତିରେ ଶୋଇବା ପୂର୍ବରୁ 2ରୁ 3 ଡ୍ରପ ଆଲମଣ୍ଡ ଅଏଲ ନେଇ ଆଖିତଳେ ଘଷନ୍ତୁ। ଏକ ସପ୍ତାହ ଏଭଳି କରିବା ଦ୍ବାରା ଆପଣ ଫରକ ଜାଣିପାରିବେ ।

❖ ଯେଉଁମାନେ ଯୁବାବସ୍ଥାରେ ଚର୍ମ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି ସେମାନେ ଆଲମଣ୍ଡ ଅଏଲ ବ୍ୟବହାର କରିପାରିବେ। ଏହାର ପୋଷକ ତତ୍ତ୍ବ ଆଣ୍ଟିଏଜିଂ ଭାବେ କାମ କରିଥାଏ । କିଛି ଦିନ ବ୍ୟବହାର କରିବା ଦ୍ବାରା କୁଞ୍ଚନ, ବ୍ରଣ ସମସ୍ୟା ଦୂର ହୋଇଥାଏ।

ଏହା ମଧ୍ୟ ପଢନ୍ତୁ:Superfood Special: ହୃଦୟ ସ୍ବାସ୍ଥ୍ୟଠୁ ରକ୍ତଚାପ ସମସ୍ୟା ଦୂର କରେ ଏହି ସବୁ ଡ୍ରାଏ ଫ୍ରୁଟ୍ସ

❖ ଧୂଳି ଏବଂ ମଇଳା ଚର୍ମକୁ କ୍ଷତି ପହଞ୍ଚାଇଥାଏ । 2 ଚାମଚ ମେଥିପାଉଡର ନେଇ ଆଲମଣ୍ଡ ତେଲ ସହିତ ମିଶାନ୍ତୁ । ଏହାକୁ ଚର୍ମରେ ଲଗାଇବା ଦ୍ବାରା ମୃତକୋଷ ବାହାରକୁ ବାହାରି ଆସିଥାଏ । ଏହା ଦ୍ବାରା ଚର୍ମରେ ଚମକ ଆସିଥାଏ ।

❖ ଆଲମଣ୍ଡ ଅଏଲ ସନସ୍କ୍ରିନ ଭାବେ ମଧ୍ୟ କାମ କରିଥାଏ । ଖରାକୁ ବାହାରିବା ପୂର୍ବରୁ ଚର୍ମରେ ଆଲମଣ୍ଡ ଅଏଲ ଲଗାଇବା ଦ୍ବାରା ଚର୍ମ ସମସ୍ୟା ଦୂର ହୋଇଥାଏ।

❖ ତ୍ବଚା ଶୁଷ୍କ ହୋଇଯାଉଥିଲେ ଏହି ତେଲ ଲଗାଇବା ଦ୍ବାରା ଆପଣ ଫରକ ଜାଣିପାରିବେ ।

ABOUT THE AUTHOR

...view details