ଓଡିଶା

odisha

ମଧୁମେହ ରୋଗୀଙ୍କ ପାଇଁ ବିପଦ ଆଣିଦିଏ ଡାଇବେଟିକ୍ ରେଟିନୋପାଥୀ, ରୁହନ୍ତୁ ସତର୍କ

By

Published : Feb 22, 2023, 7:25 AM IST

ଡାଇବେଟିକ୍ ରେଟିନୋପାଥି ଏକ ଏପରି ସମସ୍ୟା, ଯାହା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । ବେଳେବେଳେ ଏହି ସମସ୍ୟା ଦୃଷ୍ଟିଶକ୍ତି ହ୍ରାସର କାରଣ ହୋଇପାରେ, ଜାଣନ୍ତି କିପରି କରିବେ ଏହାର ଚିକିତ୍ସା ।

an woman used to Amsler grid
an woman used to Amsler grid

ହାଇଦ୍ରାବାଦ: ମଧୁମେହ ଏକ ଏପରି ଅବସ୍ଥା, ଯାହା ସହଜରେ ଭଲ ହୋଇନଥାଏ କି ଅନ୍ୟ ରୋଗକୁ ମଧ୍ୟ ଭଲ ହେବାକୁ ଦେଇନଥାଏ । ମଧୁମେହ ଥିଲେ ଜଣେ ବ୍ୟକ୍ତି ଅନ୍ୟାନ୍ୟ ରୋଗରୁ ମୁକ୍ତି ପାଇବା ମଧ୍ୟ କଷ୍ଟକର ହୋଇପଡେ । ଆପଣ ଜାଣନ୍ତି କି ମଧୁମେହ ମଧ୍ୟ ଚକ୍ଷୁ ସମସ୍ୟା ସୃଷ୍ଟି କରିପାରେ ? ଆଜ୍ଞା ହଁ, ମଧୁମେହ କାରଣରୁ ଆଖିରୋଗ ହୋଇପାରେ, ଯାହାକୁ ଡାଇବେଟିକ୍ ରେଟିନୋପାଥି କୁହାଯାଏ । ଏହି କାରଣରୁ ରକ୍ତରେ ଶର୍କରା ସ୍ତର ରେଟିନାକୁ ରକ୍ତ ଯୋଗାଉଥିବା କ୍ଷୁଦ୍ର ରକ୍ତଭଣ୍ଡାରର ନେଟୱାର୍କକୁ କ୍ଷତି ପହଞ୍ଚିଥାଏ । ଫଳରେ ଦୃଷ୍ଟିଶକ୍ତିରେ ସମସ୍ୟା ଦେଖାଯାଏ ।

ଏହା ସାଧାରଣତଃ ଏକ ମୃଦୁ ରୋଗ ଭାବରେ ଆରମ୍ଭ ହୁଏ । କିଛି ଲୋକ ସେମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ଲକ୍ଷ୍ୟ କରନ୍ତି, ଯେପରି ଦୂରରେ ଥିବା ଅକ୍ଷର ପଢିନପାରିବା କିମ୍ବା ଜିନିଷ ଦେଖିବାରେ ଅସୁବିଧା । ରୋଗର ପରବର୍ତ୍ତୀ ପର୍ଯ୍ୟାୟରେ, ରେଟିନାରେ ଥିବା ରକ୍ତବାହୀ ଗୁଡ଼ିକ ଭିଟେରସ୍-ଫ୍ଲୁଇଡ୍‌ରେ ରକ୍ତସ୍ରାବ ଆରମ୍ଭ ହୁଏ । ବେଳେବେଳେ ସମ୍ପୂର୍ଣ୍ଣ ରୂପେ ଆଖିରେ ମଧ୍ୟ ଏହି ରକ୍ତ ଭର୍ତ୍ତି ହୋଇଯାଏ । ଏହି କାରଣରୁ ଜଣେ ବ୍ୟକ୍ତି ଅସ୍ଥାୟୀ କିମ୍ବା ସ୍ଥାୟୀ ଦୃଷ୍ଟିଶକ୍ତି ହରାଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ:-Diabetes: ମଧୁମେହ ରୋଗୀ ଏହି ଫଳ ଓ ପନିପରିବାଠୁ ଦୂରେଇ ରୁହନ୍ତୁ

ଡାଇବେଟିକ୍ ରେଟିନୋପାଥି କାହା ପାଇଁ ବିପଦ:ମଧୁମେହ ରୋଗୀ, ସେ ଟାଇପ୍-1 ହୁଅନ୍ତୁ କିମ୍ବା ଟାଇପ୍-2 ଉଭୟ ବର୍ଗର ରୋଗୀଙ୍କ କ୍ଷେତ୍ରରେ ଡାଇବେଟିକ୍ ରେଟିନୋପାଥି ଦେଖା ଦେଇପାରେ । ମଧୁମେହ ଥିବା ଗର୍ଭବତୀ ମହିଳାମାନେ ମଧ୍ୟ ଏହି ଚକ୍ଷୁ ରୋଗର ସମ୍ମୁଖୀନ ହୋଇପନ୍ତି । ଗର୍ଭାବସ୍ଥାରେ ମଧୁମେହ ଚିହ୍ନଟ ହେଲେ ନିୟମିତ ଆଖି ଯାଞ୍ଚ କରାଇନେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:-ମଧୁମେହ ରୋଗୀଙ୍କ ପାଇଁ ଏହି ସବୁ ଫଲ ଉପକାରୀ

ଡାଇବେଟିକ୍ ରେଟିନୋପାଥିର କେତେକ ଲକ୍ଷଣ:ଅସ୍ପଷ୍ଟ ଦେଖାଯିବା, କୌଣସି ବସ୍ତୁ ୱେଭ୍ ଭଳି ଅର୍ଥାତ୍ ବିଚ୍ଛୁରିତ ଭଳି ଦେଖାଯିବା, ରଙ୍ଗ ପରିବର୍ତ୍ତନ, ରାତିରେ ଦୃଷ୍ଟିଶକ୍ତି ହ୍ରାସ ପାଇବା ଇତ୍ୟାଦି ଡାଇବେଟିକ୍ ରେଟିନୋପାଥିର ଲକ୍ଷଣ ଭାବେ ବିବେଚନା କରାଯାଏ ।

ଚିକିତ୍ସା:ପ୍ରଭାବିତ ଆଖିର ଅବସ୍ଥା ଉପରେ ନିର୍ଭର କରେ ଚିକିତ୍ସା । ଅବସ୍ଥାର ଜଟିଳତା ଉପରେ ନିର୍ଭର କରି, ଚକ୍ଷୁ ବିଶେଷଜ୍ଞ ଲେଜର ଚିକିତ୍ସା କିମ୍ବା ସର୍ଜିକାଲ୍ ପଦ୍ଧତି ପରାମର୍ଶ ଦେଇପାରନ୍ତି । କେତେକ ବିଶେଷ ଅବସ୍ଥାରେ ଇଣ୍ଟ୍ରାଭାଇଟ୍ରିଆଲ୍ ଇଞ୍ଜେକ୍ସନ୍ ସୁପାରିଶ କରାଯାଇପାରେ । ଏହା ବ୍ୟତୀତ ଡାଇବେଟିସ୍ ରେଟିନୋପାଥିକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା । ଏଥିପାଇଁ ପ୍ରତିଦିନ ବ୍ୟାୟାମ କରିବା ସହ ସୁସ୍ଥ ଖାଦ୍ୟ ଗ୍ରହଣ, ଇନସୁଲିନ୍ ଏବଂ ମଧୁମେହ ଔଷଧ ପାଇଁ ଡାକ୍ତରଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରି ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରଣରେ ରଖନ୍ତୁ । ସବୁଠୁ ବଡ କଥା ହେଉଛି କି, ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେବା ଆବଶ୍ୟକ । ଉପରସ୍ତ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ପ୍ରତ୍ୟାଖ୍ୟାନ:ଉପରସ୍ତ ପରାମର୍ଶଗୁଡ଼ିକ କେବଳ ସାଧାରଣ ସୂଚନା ଉପରେ ଆଧାରିତ । ଅସୁସ୍ଥତା କିମ୍ବା ସଂକ୍ରମଣର ଲକ୍ଷଣ ଦେଖାଦେଲେ ନିଶ୍ଚିତ ରୂପେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ABOUT THE AUTHOR

...view details