ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ଡରାଇଲାଣି କୋରୋନା । ଚୀନରେ କରାଳ ରୂପ ଦେଖାଉଛି ଏହି କାଳ ରୂପି ମହାମାରୀର ସବ୍-ଭାରିଏଣ୍ଟ ଓମିକ୍ରନ BF.7 । ଏହି କାରଣରୁ ସେଠାରେ ସଂକ୍ରମଣ ବୃଦ୍ଧି ପାଇବା ସହ ପ୍ରତିଦିନ ହଜାର ହଜାର ବ୍ୟକ୍ତିଙ୍କ ଜୀବନ ଯାଉଛି, ଯାହାକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି ।
ଖବର ଅନୁସାରେ ଦେଶରେ 3 ଜଣ BF.7 ରେ ଆକ୍ରାନ୍ତ ହୋଇ ଥିବାବେଳେ ଆମ ରାଜ୍ୟରୁ ଜଣେ ବ୍ୟକ୍ତି ଏହି ଭାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି । ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମଧ୍ୟ ଜାରି କରାଯାଇଛି । ତେବେ BF.7 ଓମିକ୍ରୋନ ସବ୍-ଭାରିଆଣ୍ଟର କଣ ରହିଛି ଲକ୍ଷଣ ଜାଣନ୍ତୁ(All about BF.7 Omicron sub-variant)...
ଏହାକୁ ଓମିକ୍ରନ୍ ସ୍ପାଉନ୍(Omicron Spawn) ମଧ୍ୟ କୁହାଯାଏ, BF.7 ସବ୍-ଭାରିଏଣ୍ଟ, ଅକ୍ଟୋବରରେ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା, ଏହା ଓମିକ୍ରୋନର ନୂତନ ଫର୍ମ, ଯେଉଁଥିରେ ହାଇ ଟ୍ରାନ୍ସମିସିବିଲିଟି ଅଛି । ଅର୍ଥାତ୍ ଏହା ଦ୍ରୁତଗତିରେ ବ୍ୟାପୁଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର କାରଣ ହେଉଛି ନୂତନ ପ୍ରକାର ଶୀଘ୍ର ରୋଗ ପ୍ରତିରୋଧକ କ୍ଷମତାକୁ ଅତିକ୍ରମ କରୁଛି । ଏହି କାରଣରୁ, ବିଶ୍ୱ ମହାମାରୀର ଚତୁର୍ଥ ୱେଭ୍ ଦେଖିପାରେ ବୋଲି ଆଶଙ୍କା କରାଯାଉଛି ।