ଓଡିଶା

odisha

ETV Bharat / sukhibhava

Harvard Study: ସହରାଞ୍ଚଳ ଲୋକଙ୍କ କମୁଛି ଆୟୁଷ, ଜାଣନ୍ତୁ କାରଣ - ସହରାଞ୍ଚଳରେ ଲୋକଙ୍କର କମୁଛି ଆୟୁଷ

ସହରାଞ୍ଚଳରେ ଲୋକଙ୍କର କମୁଛି ଆୟୁଷ । ଅନେକ ଲୋକ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

air pollution reduces life
air pollution reduces life

By

Published : Jul 8, 2023, 9:37 AM IST

ହାଇଦ୍ରାବାଦ:ସହରୀ ପରିବେଶ ଏବଂ ଜୀବନଶୈଳୀ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି । ଏନେଇ କରାଯାଇଥିବା ଏକ ଅଧ୍ୟୟନରେ ଏକ ଚିନ୍ତାଜନକ ରିପୋର୍ଟ ପ୍ରକାଶ ପାଇଛି । କୁହାଯାଇଛି ଯେ, ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ ସହରାଞ୍ଚଳରେ ଲୋକଙ୍କର କମୁଛି ଆୟୁଷ । ଏଥିପାଇଁ ତ ଅନେକ କାରଣ ଥାଇପାରେ, କିନ୍ତୁ ଦ୍ରୁତ ଗତିରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ବୈଜ୍ଞାନିକମାନେ ଅଧିକ ଚିନ୍ତା ପ୍ରକଟ କରିଛନ୍ତି । ବାୟୁ ପ୍ରଦୂଷଣ ଫୁସଫୁସ ରୋଗ ଏବଂ ଆଲଜାଇମର ଭଳି ରୋଗର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି । ଯାହା କେବଳ ଜୀବନଶୈଳୀକୁ ଖରାପ କରିନଥାଏ ବରଂ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି ।

ହାଓ୍ବାର୍ଡ ମେଡିକାଲ୍ ସ୍କୁଲର ବିଶେଷଜ୍ଞମାନେ ଅଧ୍ୟୟନରେ ଉଦବେଗ ପ୍ରକାଶ କରିଛନ୍ତି ଯେ, ଯଦି ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆ ନଯାଏ ତେବେ ଏହା ଭବିଷ୍ୟତ ପାଇଁ ଏକ ଗୁରୁତର ସୂଚକ ହୋଇପାରେ । ଏହି କାରଣରୁ, ଲୋକଙ୍କ ଆୟୁଷ ହ୍ରାସ ପାଇଥିବାର ଦେଖାଯାଏ । ପୂର୍ବ ଅପେକ୍ଷା ଅନେକ ଗମ୍ଭୀର ଏବଂ କ୍ରନିକ ରୋଗର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଉଥିବା ଜଣାପଡିଛି ।

କାହିଁକି ହେଉଛି ଅକାଳ ମୃତ୍ୟୁ: ବାୟୁ ପ୍ରଦୂଷଣ ଫୁସଫୁସ କର୍କଟ, କ୍ରନିକ ଅବଷ୍ଟ୍ରକ୍ଟିଭ ପ୍ଲୋମନାରି ଡିଜିଜ(ସିଓପିଡି), ଆଜମା, ହୃଦରୋଗ ଏବଂ ଷ୍ଟ୍ରୋକ ସୃଷ୍ଟି କରିଥାଏ । ଚୀନରେ ସମ୍ପୃକ୍ତ ଏକ ଅଧ୍ୟୟନରୁ ଜଣାପଡିଛି ଯେ 75 ବର୍ଷରୁ ଅଧିକ ବୟସ୍କର ଲୋକେ ପ୍ରତି ଲକ୍ଷେରେ 1ହଜାର 166ଜଣଙ୍କ ମୃତ୍ୟୁ ହେଉଛି ଯାହାର କାରଣ ବାୟୁ ପ୍ରଦୂଷଣ । ବାୟୁ ପ୍ରଦୂଷଣ ହେତୁ ଡିମେନ୍ସିଆ ଏବଂ ଆଲଜାଇମର ରୋଗ ବୃଦ୍ଧି ପାଇଥିବାର ଦେଖାଯାଇଛି ।

ଅଧ୍ୟୟନରୁ ଜଣାପଡିଛି ଯେ, ବାୟୁ ପ୍ରଦୂଷଣ କଗନିଟିଭ ଏବିଲିଟି କ୍ଷମତାକୁ ହ୍ରାସ କରିପାରେ ଏବଂ ଡିମେନ୍ସିଆ ଓ ଆଲଜାଇମର ରୋଗ ଅଧିକ ହୋଇପାରେ। ଚୀନ୍ ଏବଂ ଆମେରିକାର ଅନୁସନ୍ଧାନକାରୀଙ୍କ ମିଳିତ ବିଶ୍ଳେଷଣରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ମାନସିକ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିପାରେ ।

ଏହା ମଧ୍ୟ ପଢନ୍ତୁ: ବାୟୁ ପ୍ରଦୂଷଣ ଦ୍ବାରା ଗରିବ ଦେଶରେ 91 ପ୍ରତିଶତ ପ୍ରିମାଚ୍ୟୁରିଟି ଶିଶୁର ମୃତ୍ୟୁ: ରିପୋର୍ଟ

ଅଧ୍ୟୟନରୁ ଏହା ଜଣାପଡିଛି: ଅନ୍ୟ ଏକ ଅଧ୍ୟୟନରେ 50ରୁ 79 ବର୍ଷର 130,978 ଜଣ ବୟସ୍କଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରେ 2,181 ଲୋକ ସମୟ ସହିତ ଡିମେନ୍ସିଆର ବିକାଶ ହୋଇଥିଲା । ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଏହି ବିପଦ ସର୍ବାଧିକ ଥିଲା । ଗବେଷକମାନେ ଜାଣିବାକୁ ପାଇଲେ ଯେ ସହରଗୁଡ଼ିକରେ ଯାନବାହାନର ଧୂଆଁ ଓ କାରଖାନା ଯୋଗୁଁ ବାୟୁ ପ୍ରଦୂଷଣ ଅଧିକ ହେଉଛି । ଗଛର ଅଭାବ ହେତୁ ଅମ୍ଳଜାନର ପରିମାଣ କମ ରହୁଛି ଯେଉଁଥିପାଇଁ ଏଠାକାର ଲୋକଙ୍କଠାରେ ଅଧିକ ବିପଦ ଦେଖାଯାଉଛି ।

ବୌଜ୍ଞାନିକମାନେ ଏହା କୁହନ୍ତି:ଅଧ୍ୟୟନର ଶେଷରେ ବୈଜ୍ଞାନିକମାନେ କହିଛନ୍ତି ଯେ ବାୟୁ ପ୍ରଦୂଷଣର ପ୍ରଭାବ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ । ଯେତେବେଳେ ଆମେ ବାୟୁ ପ୍ରଦୂଷଣରେ ନିଶ୍ୱାସ ନେଉ, ସେତେବେଳେ ଶ୍ବାସରୋଗ ଭଳି ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ଏହାର ପ୍ରଭାବ ମସ୍ତିଷ୍କ ଉପରେ ପଡୁଥିବା ବେଳେ ଏହା ଆୟୁଷ କମାଇ ଦେଇଥାଏ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details