ଓଡିଶା

odisha

ETV Bharat / sukhibhava

Air Pollution Effects: ଶିଶୁର ବିକାଶରେ ବାଧା ଦିଏ ବାୟୁ ପ୍ରଦୂଷଣ, ଏହି ରୋଗର ଆଶଙ୍କା ଅଧିକ ! - ଶିଶୁ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ

ପିଲାଙ୍କ ଉପରେ ବାୟୁ ପ୍ରଦୂଷଣର ଅଧିକ ପ୍ରଭାବ ପଡିଥାଏ । ଶିଶୁର ବିକାଶରେ ବାଧା ଦିଏ ବାୟୁ ପ୍ରଦୂଷଣ । ଅଧିକ ପଢ଼ନ୍ତୁ

Air Pollution
Air Pollution

By ETV Bharat Odisha Team

Published : Oct 27, 2023, 10:30 AM IST

ହାଇଦ୍ରାବାଦ:ଦୀପାବଳି ପୂର୍ବରୁ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ । ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଗମ୍ଭୀର ହେବାରେ ଲାଗିଛି। ପ୍ରତିବର୍ଷ ପାଣିପାଗରେ ପରିବର୍ତ୍ତନ, ବାଣ ଧୂଆଁ ଏବଂ ଅଧିକ ଯାନବାହାନର ବ୍ୟବହାର ଯୋଗୁଁ ଏହାର ପ୍ରଭାବ ଦିଲ୍ଲୀରେ ଅଧିକ ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ଦିଲ୍ଲୀ ଏନ୍‌ସିଆର୍‌ରେ ରହୁଥିବା ଲୋକଙ୍କ ପାଇଁ ପ୍ରଦୂଷଣ ଏକ ମୁଖ୍ୟ ସମସ୍ୟା ହୋଇ ଉଭା ହୋଇଛି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାର ପ୍ରଭାବ ବିଶେଷ ଭାବେ ଶିଶୁ ଏବଂ ବୃଦ୍ଧକୁ ପ୍ରଭାବିତ କରିଥାଏ। ଧୂଆଁ ଯୋଗୁଁ ବାୟୁ ବିଷାକ୍ତ ହୋଇଥାଏ। ଏହି ପରିବେଶରେ ରହିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡିଥାଏ।

ଛୁଆଙ୍କ ଉପରେ ବାୟୁ ପ୍ରଦୂଷଣର ପ୍ରଭାବ:ବାୟୁ ପ୍ରଦୂଷଣ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ। କାରଣ ଛୁଆମାନେ ଅଧିକ ବାହାରେ ରହିବା କାରଣରୁ ବିଷାକ୍ତ ବାୟୁକୁ ଗ୍ରହଣ କରିଥାଆନ୍ତି। ଏଭଳି ପରିସ୍ଥିତିରେ ଛୁଆଙ୍କୁ ପ୍ରଦୂଷଣରୁ ବର୍ତ୍ତାଇବା ପିତାମାତାଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜ ପାଲଟିଛି। ଦୂଷିତ ବାୟୁରେ ଅଧିକ ସମୟ ରହିବା ଦ୍ବାରା ଛୁଆଙ୍କୁ ନିମୋନିଆ, ଫୁସଫୁସ ସମସ୍ୟା, ଶ୍ୱାସ ରୋଗ, ହୃଦୟଜନିତ ସମସ୍ଯା, ବ୍ରୋଙ୍କାଇଟିସ୍, ସାଇନସ୍ ଏବଂ ଆସ୍ଥମା ଭଳି ରୋଗ ହେବାର ସମ୍ଭାବନା ରହିଥିଏ । ପ୍ରାଥମିକ ସ୍ତରରେ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେବା ସହ ଫୁସ୍‌ଫୁସ୍‌ ମଧ୍ୟ ସଠିକ ଭାବେ କାର୍ଯ୍ୟ କରିପାରେ ନାହିଁ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଦୂଷିତ ବାୟୁରେ ନିଶ୍ବାସ ନେବା ଦ୍ବାରା ଛୁଆଙ୍କର ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଫଳରେ ଅନେକ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।

ଏହା ମଧ୍ୟ ପଢନ୍ତୁ: Air turns silent killer: ବାୟୁ ପ୍ରଦୂଷଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

ବାୟୁ ପ୍ରଦୂଷଣରୁ ଛୁଆଙ୍କୁ କିଭଳି ସୁରକ୍ଷିକ ରଖିବେ:ବାୟୁ ଗୁଣାବତ୍ତା କମ ରହୁଥିବା ସ୍ଥାନରେ ବିଶେଷକରି ଛୁଆମାନଙ୍କର ଯତ୍ନ ନେବା ଜରୁରୀ ଅଟେ । ଘରେ କିମ୍ବା ବାହାରକୁ ଯିବା ସମୟରେ ନିଶ୍ବାସପ୍ରଶ୍ବାସ ପ୍ରତି ଯତ୍ନ ନେବା ଜରୁରୀ । ଘରେ ବାୟୁର ଗୁଣାବତ୍ତାରେ ଉନ୍ନତି ଆଣିବା ପାଇଁ ଉଦ୍ଭିଦ ଲଗାଇ ପାରିବେ । ଏହାସହ ଘରେ ଏୟାର ପ୍ୟୁରିଫାୟର୍ ମଧ୍ୟ ବ୍ୟବହାର କରିପାରିବେ । ଯାହା ଦ୍ବାରା ଘର ଭିତରେ ବାୟୁ ସ୍ବଚ୍ଛ ହୋଇଥାଏ । ଏହା ଶିଶୁର ବିକାଶରେ ସହାୟକ ହୋଇଥାଏ । ଯଦି ଦୂଷିତ ବାୟୁରେ ଛୁଆମାନେ ବାହାରକୁ ଖେଳିବାକୁ ଯାଆନ୍ତି ତେବେ ମାସ୍କ୍‌ ବ୍ୟବହାର କରିବା ଜରୁରୀ ଅଟେ । ବାହାରକୁ ଯିବା ପୂର୍ବରୁ ଭରପୁର ମାତ୍ରାରେ ପାଣି ପିଇବା ଜରୁରୀ ଅଟେ । ତେବେ ବାହାରୁ ଆସିବା ମାତ୍ରେ ଗରମ ବାମ୍ଫ ନିଅନ୍ତୁ । ଛୁଆଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଭିଟାମିନ୍‌ ସି' ଏବଂ ଜିଙ୍କ୍‌ ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହାସହ ଯୋଗ ଏବଂ ବ୍ୟାୟାମ କରିବା ପାଇଁ ପରାମର୍ଶ ଦିଅନ୍ତୁ ।

ABOUT THE AUTHOR

...view details