କିଡନୀ ରୋଗୀମାନେ ସମ୍ମୁଖୀନ ହେଉଥିବା ଏକାଧିକ ହିମୋଡାଏଲିସିସ ସଂପର୍କିତ ଲକ୍ଷଣ ଏରୋବିକ୍ସ ଏକ୍ସରସାଇଜ ଦ୍ୱାରା ହ୍ରାସ ହୋଇପାରେ । ଏକ ନୂଆ ଅଧ୍ୟୟନରୁ ଏହା ଜଣାପଡିଛି । ଏରୋବିକ୍ସ ଏକ୍ସରସାଇଜ ଦ୍ୱାରା ଅନେତ ହିମୋଡାଏଲିସିସ ସଂପର୍କିତ ଲକ୍ଷଣ କମ୍ କରିପାରେ । ଏପରିକି ରେଷ୍ଟଲେସ୍ ଲେଗ୍ ସିଂଡ୍ରୋମ, ଅବସାଦର ଲକ୍ଷଣ, ମସଲ୍ କ୍ରାମ୍ପିଂ ଓ କ୍ଲାନ୍ତି ଭଳି ମଧ୍ୟ ଲକ୍ଷଣ ହ୍ରାସ କରିବାରେ ସମର୍ଥ ହୋଇପାରିବ ଏରୋବିକ୍ସ ରକ୍ଷା କରିପାରିବ ।
ସପ୍ତାହରେ ଦୁଇ ତିନି ଥର ୨୦ରୁ ୩୦ ମିନିଟ ଅବଧି ବିଶିଷ୍ଟ ଏରୋବିକ୍ସ ହିମୋଡାଏଲିସିସରେ ଥିବା ଲୋକଙ୍କ ଏକାଧିକ ସାଧାରଣ ଲକ୍ଷଣ ଦୂର ହୁଏ । ସେମାନେ ଆଶ୍ୱସ୍ତି ଅନୁଭବ କରିବେ ବୋଲି କାନାଡାର ମାନିଟୋବା ବିଶ୍ୱବିଦ୍ୟାଳୟର ଗବେଷକ କ୍ଲାରା ବୋହମ କହିଛନ୍ତି ।
ହିମୋଡାଏଲିସିସରେ ଥିବା ରୋଗୀଙ୍କ ଲକ୍ଷଣ ଉପରେ ବ୍ୟାୟାମର ପ୍ରଭାବ ନେଇ କିଛି ଅଧ୍ୟୟନ ପ୍ରକାଶିତ ହୋଇଛି । ତେବେ, ଏ ନେଇ ବ୍ୟାପକ ଓ ଗଭୀର ଅନୁଧ୍ୟାନ ସାଧାରଣ ଲକ୍ଷଣ ଉପରେ ବ୍ୟାୟାମର ପ୍ରଭାବ ସଂପର୍କରେ ଅଧିକ ସ୍ପଷ୍ଟ ସୂଚନା ପ୍ରଦାନ କରିଛି ବୋଲି କ୍ଲାରା ବୋହମ କହନ୍ତି । ହିମୋଡାଏଲିସିସ ହେଉଛି ଏକ ପ୍ରକ୍ରିୟା ଯେଉଁଠି ଡାଏଲିସିସ ମେସିନ ଓ ଏକ ସ୍ପେଶାଲ ଫିଲଟର ବା ଡାଏଲାଇଜର ସହାୟତାରେ ରକ୍ତ ସଫା କରାଯାଏ ।