ହାଇଦ୍ରାବାଦ: ଶୀତଋତୁରେ ମଧୁମେହ ରୋଗୀ, ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍ । ସଂକ୍ରମଣ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ମଧୁମେହ ରୋଗୀଙ୍କ ପାଇଁ ନିହାତି ଆବଶ୍ୟକ । ଶୀତ ଦିନରେ ଅଳଶୁଆମି କାରଣରୁ ଅନେକ ଲୋକେ ଶାରୀରିକ କାର୍ଯ୍ୟକଳାପରୁ ଦୂରେଇ ରହିଥାନ୍ତି, ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ଘଟିଥାଏ ।
ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ଆମ ଦେଶରେ ପ୍ରାୟ 98 ନିୟୁତ ଲୋକ ମଧୁମେହରେ ଆକ୍ରାନ୍ତ ହେବେ । କିନ୍ତୁ ଆଶ୍ବସନାର ବିଷୟ ହେଉଛି କି, ମଧୁମେହକୁ ରୋକାଯାଇପାରିବ ଏବଂ ପରିଚାଳନା ମଧ୍ୟ କରାଯାଇପାରିବ । ଏହାକୁ ଜଣେ ମଧୁମେହ ରୋଗୀ ଚାହିଁଲେ ମଧ୍ୟ କରିପାରିବେ, କେବଳ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିପାରିଲେ ଏହା ସମ୍ଭବ । ଶୀତ ଦିନରେ କେଉଁ ଖାଦ୍ୟ ଖାଇଲେ ମଧୁମେହ ନିୟନ୍ତ୍ରଣ ହୋଇଥାଏ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଅଁଳା:-
ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଅଁଳା ଲାଭଦାୟକ । ଏହା କ୍ରୋମିୟମରେ ଭରପୂର, ରକ୍ତରେ ଶର୍କରା ସ୍ତରକୁ ସ୍ଥିର କରିଥାଏ ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରିଥାଏ । ଆହୁରି ମଧ୍ୟ, ଏହା ଭିଟାମିନ୍ ସିରେ ଭରପୁର, ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଉଭୟ ପ୍ରକାରର ମଧୁମେହ ରୋଗୀ(ଟାଇପ୍-1, ଟାଇପ୍-2)ଙ୍କ ପାଇଁ ଲାଭଦାୟକ ।
ବିଟ୍:-
ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ବିଟ୍ ଖାଇବା ଲାଭଦାୟକ । ଫାଇବର ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଯେପରିକି ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଏବଂ ଫାଇଟୋକେମିକାଲ୍ସ ଥାଏ, ଏହା ରକ୍ତରେ ଶର୍କରା ହ୍ରାସ କରିବାରେ ଏବଂ ଶରୀରରେ ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ନଡ଼ିଆରେ ମିଶାଇ ସୁପ୍ ତିଆରି କରି ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।