ହାଇଦ୍ରାବାଦ: ବର୍ତ୍ତମାନ ଶୀତ ଋତୁ ଅନୁଭୂତ ହୋଇଛି । ନଭେମ୍ବର ଆରମ୍ଭରୁ ସାମାନ୍ୟ ଥଣ୍ଡା ମଧ୍ୟ ଆରମ୍ଭ ହୋଇଛି । ପାଣିପାଗ ପରିବର୍ତ୍ତନ ହେତୁ ଆମର ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ । ଏହି କାରଣରୁ ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ । ଏପରି ପରିସ୍ଥିତିରେ, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ଲୋକମାନେ ସହଜରେ ଥଣ୍ଡା ଏବଂ ଫ୍ଲୁ ଭଳି ରୋଗର ଶିକାର ହୁଅନ୍ତି । ଏପରି ପରିସ୍ଥିତିରେ, ସଠିକ୍ ଖାଇବା ଅଭ୍ୟାସ ସାହାଯ୍ୟରେ, ଏହି ଋତୁରେ ନିଜକୁ ସୁସ୍ଥ ରଖିପାରିବା । କେଉଁ ସବୁଜ ପନିପରିବା ଶୀତଦିନେ ଖାଇବା ଦ୍ବାରା ଶରୀର ସୁସ୍ଥ ରୁହିବ । ଜାଣନ୍ତୁ...
ମେଥୀ ଶାଗ
ମେଥୀ ଶାଗ ଫାଇବରରେ ଭରପୁର ଅଟେ । ଯାହା ଭୋକ କମାଇବାରେ ସାହାଯ୍ୟ କରିଥାଏ । ଅର୍ଥାତ୍ ଏହା ଅଧିକ ଖାଦ୍ୟ ଖାଇବାରେ ରୋକିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏହା ଶରୀରକୁ ଫିଟ୍ ଏବଂ ଶକ୍ତିରେ ପରିପୂର୍ଣ୍ଣ ରଖିବା ପାଇଁ ଏହା ଏକ ଉତ୍ତମ ଉତ୍ସ ବୋଲି ବିବେଚନା କରାଯାଏ ।
ଗୁଆଁର
କ୍ଲଷ୍ଟର ବିନ୍ସ, ଯାହାକୁ ଗୁଆଁର ବୋଲି କୁହାଯାଏ । ଏଥିରେ ଫାଇବର ଏବଂ ପୋଟାସିୟମରେ ଭରପୁର ମାତ୍ରାରେ ରହିଥାଏ । ଏହା ବ୍ୟତୀତ ଏଥିରେ ଚର୍ବି ଏବଂ କ୍ୟାଲୋରୀ ପରିମାଣ ମଧ୍ୟ ବହୁତ କମ୍ ଏବଂ ଉଦ୍ଭିଦରୁ ପ୍ରାପ୍ତ ପ୍ରୋଟିନ୍ ଅଧିକ ମାତ୍ରାରେ ଥାଏ । ଏପରି ପରିସ୍ଥିତିରେ, ଶୀତଦିନେ ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏବଂ କୋଲେଷ୍ଟ୍ରଲ ହ୍ରାସ କରିବା ବ୍ୟତୀତ ଏହା ରକ୍ତ ପ୍ରବାହ ଏବଂ ରକ୍ତଚାପ ସ୍ତରକୁ ମଧ୍ୟ ବଜାୟ ରଖେ, ଯାହା ହାର୍ଟକୁ ସୁସ୍ଥ କରିଥାଏ ।
ଧନିଆ ପତ୍ର
ଧନିଆ ପତ୍ର ସାଧାରଣତଃ ଖାଦ୍ୟ ଉପରେ ସଜାଇବା କିମ୍ବା ଚଟନି ଇତ୍ୟାଦି ବ୍ୟବହାର କରାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କେବଳ ଦୃଷ୍ଟି ଶକ୍ତିରେ ଉନ୍ନତି କରେ ନାହିଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଏହା ବ୍ୟତୀତ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଧନିଆ ପତ୍ର ହାଡକୁ ମଜଭୁତ କରେ ଏବଂ ହାର୍ଟକୁ ମଧ୍ୟ ସୁସ୍ଥ କରିଥାଏ ।