ହାଇଦ୍ରାବାଦ:ଆକର୍ଷଣୀୟ ଓ ଘନ କେଶ ସୁନ୍ଦର ଚେହାର ପାଇଁ ଏକ ମୁଖ୍ୟ ଭୂମିକା ନିଭାଇଥାଏ ବୋଲି ବିବେଚନା କରାଯାଏ । ଯୁବପିଢି ହୁଅନ୍ତୁ ଅବା ବୟସ୍କ ସମସ୍ତେ ଆକର୍ଷଣୀୟ କେଶ ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ମାତ୍ର ବର୍ତ୍ତମାନ ସମୟରେ କେଶ ଝଡିବା ସାଧାରଣ ହୋଇଗଲାଣି । ଏଥିପାଇଁ ପରିବର୍ତ୍ତିତ ଜଳବାୟୁ କିମ୍ବା ଜୀବନଶୈଳୀ ଦାୟୀ ହୋଇପାରେ । ତେଣୁ ଜୀବନଶୈଳୀରେ ପରିବର୍ତ୍ତନ ସାଙ୍ଗକୁ ସଠିକ୍ ଖାଦ୍ୟ ଗ୍ରହଣ ଦ୍ବାରା ଆମେ ଏହି ସମସ୍ୟାକୁ ରୋକିପାରିବା ।
କେଶ ବୃଦ୍ଧି, ବୟସ, ସ୍ୱାସ୍ଥ୍ୟ, ଜେନେଟିକ୍ସ, ପରିବେଶ ପ୍ରଦୂଷଣ, ବିଭିନ୍ନ ମେଡିସିନ୍ର ପାର୍ଶ୍ବ ପ୍ରତିକ୍ରିୟା ଏବଂ ଖାଦ୍ୟ ସହିତ ଅନେକ କାରଣ ସହ ଜଡିତ । ବୟସ ଏବଂ ଜେନେଟିକ୍ସ ପରି କେତେକ କାରଣ ସହିତ ମୁକାବିଲା କରାଯାଇପାରିବ ନାହିଁ, ଉପଯୁକ୍ତ ଜୀବନଶୈଳୀ ଏବଂ ଖାଦ୍ୟପେୟ ଦ୍ୱାରା କେଶର ସ୍ୱାସ୍ଥ୍ୟ ବୃଦ୍ଧି କରାଯାଇପାରିବ । ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଅଭାବରୁ କେଶ ଝଡିବାରେ ଲାଗିଥାଏ ।
ତେଣୁ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା କେଶ ବୃଦ୍ଧି ହୋଇଥାଏ । ଏହିସବୁ ଖାଦ୍ୟ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି(Best Vitamins for Hair Growth)
କେଶ ବୃଦ୍ଧି ପାଇଁ ଭିଟାମିନ୍(Hair Growth Tips):-
ଭିଟାମିନ୍ କେଶ ବୃଦ୍ଧି ପାଇଁ ଜଣାଶୁଣା । ଏହି ପୋଷକ ତତ୍ତ୍ୱ ଖାଇବା ଦ୍ୱାରା କେଶ ଝଡିବା ରୋକିବାରେ ସାହାଯ୍ୟ କରିଥାଏ । କେଶ ବୃଦ୍ଧି ପାଇଁ ଏହି ଭିଟାମିନ୍ ସହିତ ସପ୍ଲିମେଣ୍ଟେସନ୍ ଆଶ୍ଚର୍ଯ୍ୟକର ଭାବେ କାମ କରିଥାଏ । ଏହି ଭିଟାମିନ୍ ମଧ୍ୟରୁ କେତେକ ହେଉଛି...
ବାୟୋଟିନ୍(Biotin)
ବାୟୋଟିନ୍ ଭିଟାମିନ୍ B7 ଭାବରେ ମଧ୍ୟ ଜଣାଶୁଣା । ବାୟୋଟିନ୍ର ନିମ୍ନ ସ୍ତର କେଶ ଝଡ଼ିବା, ଚର୍ମ କୁଣ୍ଡାଇ ହେବା ଏବଂ ଅଧାରୁ ନଖ ଭାଙ୍ଗିବାର କାରଣ ହୋଇପାରେ । ଅଣ୍ଡାର କେଶର, ମାଂସ ଏବଂ ସବୁଜ ପନିପରିବାରେ ବାୟୋଟିନ୍ ମିଳିଥାଏ । କେଶ ବୃଦ୍ଧି ପାଇଁ ଭିଟାମିନ୍ ମଧ୍ୟରେ ବାୟୋଟିନ୍ ବେଶ୍ ପ୍ରଭାବୀ । ନିରାମିଶି ଏବଂ ଶାକାହାରୀ ବ୍ୟକ୍ତିଙ୍କ ଶରୀରରେ ବାୟୋଟିନ କମ୍ ଥାଏ । ଏହାକ ସପ୍ଲିମେଣ୍ଟେସନ୍ ପ୍ରାୟତଃ ଭଲ ଫଳାଫଳ ଦେଇଥାଏ । ଅଧିକାଂଶ ହେୟାର କେୟାର ସପ୍ଲିମେଣ୍ଟ ଏବଂ ଉତ୍ପାଦରେ ଏହି ଭିଟାମିନ୍ ଥାଏ ।
ଆଇରନ୍(Iron)