ହାଇଦ୍ରାବାଦ:ଶରୀରରେ LDL ତଥା ଖରାପ କୋଲେଷ୍ଟ୍ରଲର ବୃଦ୍ଧି ଆଜିର ଯୁଗରେ ଏକ ସାଧାରଣ ସମସ୍ୟା ଭାବରେ ବିବେଚନା କରାଯାଉଛି । ବିଶ୍ବର ପ୍ରାୟ ପ୍ରତ୍ୟେକ ବୟସର ଲୋକଙ୍କ ମଧ୍ୟରେ ଏହି ସମସ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ଏଥିପାଇଁ, ବିଶେଷତଃ ଖାଦ୍ୟ ଏବଂ ବ୍ୟାୟାମ ସହିତ ଅନ୍ୟାନ୍ୟ କାରଣ ଜଡିତ । ଅସନ୍ତୁଳିତ ଅଭ୍ୟାସ ଏଥିଲାଗି ମୁଖ୍ୟତଃ ଦାୟୀ ବୋଲି ବିଶ୍ବାସ କରାଯାଏ ।
- ଖରାପ କୋଲେଷ୍ଟ୍ରୋଲର ସମସ୍ୟା କ'ଣ ?
କୋଲେଷ୍ଟ୍ରଲ ହେଉଛି ଏକ ଚର୍ବି ପରି ପଦାର୍ଥ ଯାହା ଆମ ଶରୀରର ପ୍ରାୟ ସମସ୍ତ କୋଷରେ ମିଳିଥାଏ । ଏହା ଶରୀରରେ ମିଳୁଥିବା ଏକ ପ୍ରକାର ପ୍ରୋଟିନ୍ ହୋଇଥାଏ । ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ମିଳିଥାଏ । ପ୍ରଥମଟି ହେଉଛି LDL, ଯାହାର ଅର୍ଥ ହେଉଛି ନିମ୍ନ ସାନ୍ଦ୍ରତା ଲିପୋପ୍ରୋଟେନ୍ ଏବଂ ଦ୍ବିତୀୟ HDL ର ଅର୍ଥ ହେଉଛି ଉଚ୍ଚ ସାନ୍ଦ୍ରତା ଲିପୋପ୍ରୋଟେନ୍ । ଏଥିମଧ୍ୟରେ LDLକୁ ଖରାପ କୋଲେଷ୍ଟ୍ରଲ ଏବଂ HDLକୁ ଭଲ କୋଲେଷ୍ଟ୍ରଲ ବୋଲି କୁହାଯାଏ ।
ଅନେକ ଥର ଏହି ସମସ୍ୟା ଯେଉଁ ଖାଦ୍ୟରେ ଚର୍ବିର ପରିମାଣ ଅଧିକ ରହିଥାଏ, ସେହି ଖାଦ୍ୟ ଖାଇବା କାରଣରୁ ଦେଖାଦିଏ । ବେଳେ ବେଳେ ଶାରୀରିକ ସ୍ବାସ୍ଥ୍ୟ କିମ୍ବା ଚାପ ଭଳି ସମସ୍ୟା ଯୋଗୁଁ ଶରୀରରେ LDL ସ୍ତର ବଢିପାରେ । ଯେତେବେଳେ ଶରୀରରେ LDL ସ୍ତର ବଢେ, HDL ସ୍ତର କମିବା ଆରମ୍ଭ କରେ । ଏପରି ଅବସ୍ଥାରେ ଆମ ରକ୍ତଭଣ୍ଡାର ଏବଂ ଧମନୀରେ ଚର୍ବି ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଫଳସ୍ବରୂପ ହୃତପିଣ୍ଡ, ମସ୍ତିଷ୍କ ଏବଂ ଶରୀରର ଅନେକ ଅଙ୍ଗରେ ରୋଗ ବା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢିଥାଏ ।
- ଆପଣାନ୍ତୁ ସୁସ୍ଥ ଜୀବନଶୈଳୀ
ବେଙ୍ଗାଲୁରୁର ଚିକିତ୍ସକ ଡକ୍ଟର ଆର. ରାମଚନ୍ଦ୍ରନଙ୍କ ଅନୁସାରେ ଶରୀରରେ ଖରାପ କୋଲେଷ୍ଟ୍ରୋଲର ବୃଦ୍ଧି ଜୀବନଶୈଳୀ ଯୋଗୁଁ ହୋଇଥାଏ । ବ୍ୟାୟାମ ନ କରିବା, ସୁସ୍ଥ ଖାଦ୍ୟ ନ ଖାଇବା, ନିଦର ଅଭାବ ଆଦି ଅସନ୍ତୁଳନ ଲାଇଫ ଷ୍ଟାଇଲ ଯୋଗୁଁ ହୋଇଥାଏ । ସବୁଠୁ ବଡ଼ ସମସ୍ୟା ହେଉଛି ଶରୀରରେ କୋଲେଷ୍ଟ୍ରୋଲ ବଢିବା ସମ୍ପର୍କରେ ପ୍ରାଥମିକ ଅବସ୍ଥାରୁ ଜଣାପଡ଼ିନଥାଏ । ଶରୀରରେ ଏହା ଜଣାପଡ଼ିବା ବେଳକୁ ଅନେକ ଅଙ୍ଗ ଏଥିରେ ପ୍ରଭାବିତ ହୋଇସାରିଥିବାର ଦେଖାଯାଏ । ଏଭଳି ସ୍ଥିତିରେ ଏହା ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ସମୟ ବ୍ୟବଧାନରେ ଶରୀରର ଯାଞ୍ଚ କରିବା ଆବଶ୍ୟକ ।
ଯେତେବେଳେ ଖରାପ କୋଲେଷ୍ଟ୍ରୋଲ ଶରୀରକୁ ସେତେଟା ପ୍ରଭାବିତ କରିନଥାଏ, ସେତେବେଳେ ଡାକ୍ତର ମଧ୍ୟ ଔଷଧ ବଦଳରେ କିଛି ଭଲ ଅଭ୍ୟାସ ଆପଣେଇବା ପାଇଁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି । ନିମ୍ନରେ ଦିଆଯାଇଥିବା କିଛି ଭଲ ଅଭ୍ୟାସକୁ ଆପଣେଇବା ଦ୍ବାରା ଖରାପ କୋଲେଷ୍ଟ୍ରୋଲରୁ ଶରୀରରେ ଜମା ହୋଇନଥାଏ ଏବଂ ଶରୀର ସୁସ୍ଥ ରହିଥାଏ ।
- ମେଦ ବହୁଳତାରୁ ଦୂରେଇ ରୁହନ୍ତୁ