ଓଡିଶା

odisha

ETV Bharat / sukhibhava

World Leprosy Day 2023: ସଚେତନ ହୁଅ, କୁଷ୍ଠ ରୋଗ ଦୂର କର - ବିଶ୍ବ କୁଷ୍ଠ ରୋଗ ଦିବସ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ବିଶ୍ବ କୁଷ୍ଠ ରୋଗ ଦିବସ ଭାବେ ପାଳନ କରାଯାଇଥାଏ । ତେବେ ଜାଣନ୍ତୁ କୁଷ୍ଠ ରୋଗ କଣ?

World Leprosy Day
World Leprosy Day

By

Published : Jan 29, 2023, 8:44 AM IST

ହାଇଦ୍ରାବାଦ: ଆଜି ବିଶ୍ବ କୁଷ୍ଠ ରୋଗ ଦିବସ । ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାରକୁ କୁଷ୍ଠ ଦିବସ ଭାବେ ପାଳନ କରାଯାଇଥାଏ । ମାଇକୋବ୍ୟାକ୍ଟେରିଅମ ଲେପ୍ରି ଓ ମାଇକୋବ୍ୟାକ୍ଟେରିଅମ ଲେପ୍ରୋମାଟୋସିସ ନାମକ ଦୁଇ ବ୍ୟାକ୍ଟେରିଆ ଦ୍ବାରା ଏହି ରୋଗ ବ୍ୟାପିଥାଏ ।

କୁଷ୍ଠ ରୋଗ ଏକ ସ୍ଥାୟୀ ରୋଗ । ପ୍ରତିବର୍ଷ ଏହି ତାରିଖରେ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ସାରା ବିଶ୍ବରେ ଏହି ଦିବସକୁ ପାଳନ କରାଯାଏ । ଦିନକୁ ଦିନ ବିଶ୍ବରେ ଏହି ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଚେତନତାର ଅଭାବ ଯୋଗୁଁ ବଢିବାରେ ଲାଗିଛି ଏହି ରୋଗ । କୁଷ୍ଠରୋଗୀଙ୍କ ପାଇଁ ଭେଦଭାବ ସୃଷ୍ଟି ନକରିବା, ସଚେତନତା ସୃଷ୍ଟି କରିବା ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା ପାଇଁ ଆଜିର ଦିନକୁ ବିଶ୍ବ କୁଷ୍ଠ ଦିବସ ଭାବେ ପାଳନ କରାଯାଉଛି ।

ମହାତ୍ମା ଗାନ୍ଧି କୁଷ୍ଠ ରୋଗୀଙ୍କ ପ୍ରତି ସର୍ବଦା ଦୟାବାନ ରହିଥିଲେ ଏବଂ ଲୋକମାନଙ୍କ ମଧ୍ୟର ସଚେତନାତା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ । ତେଣୁ ପ୍ରତିବର୍ଷ ତାଙ୍କ ତିରୋଧନ ଦିବସରେ ଏହି ଦିବସକୁ ପାଳନ କରାଯାଉଛି । ବର୍ତ୍ତମାନ ସମୟରେ ମଧ୍ୟ ଆମ ଦେଶରେ ଏହି ରୋଗ ବିଷୟରେ ନିରନ୍ତର ସଚେତନତା ସୃଷ୍ଟି କରିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ମଧ୍ୟ ଅନେକ ପ୍ରୟାସ କରାଯାଉଛି । ତେବେ ଚଳିତ ବର୍ଷର ଥିମ ରହିଛି ଆକ୍ଟ ନାଓ, ଏଣ୍ଡ ଲେପ୍ରୋସି(କାମରେ କର, କୁଷ୍ଠ ରୋଗ ହଟାଓ) । ଜନସାଧାରଣଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବା ଲକ୍ଷରେ ଏହି ଥିମ ରଖାଯାଇଛି ।

କୁଷ୍ଠ ରୋଗ କଣ ?

ପ୍ରତି ୧୦୦ଜଣ ଲୋକଙ୍କ ମଧ୍ୟରେ ଜଣେ କୁଷ୍ଠ ରୋଗୀ ଚିହ୍ନଟ ହୋଇଥାନ୍ତି । ସ୍ନାୟୁ, ଚର୍ମ, ଶ୍ବାସନଳୀ, ଚକ୍ଷୁ ଇତ୍ୟାଦିରେ ଏହି ରୋଗ ଗ୍ରାନୁଲୋମା ଆକାରରେ ଦେଖାଯାଇଥାଏ । ଚିକିତ୍ସା ଦ୍ବାରା ଏହି ରୋଗରେ କିଛି ଲୋକ ଆରୋଗ୍ୟ ହୋଇଥାନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ଏହି ଔଷଧ ମାଗଣାରେ ଦିଆଯାଇଥାଏ । ୧୯୮୦ ମସିହାରେ ୫.୨ ନିୟୁତ ରୋଗୀ ରହିଥିଲେ । ଏହାପରେ ୨୦୧୨ ମସିହାର ସର୍ଭେ ରିପୋର୍ଟ ଅନୁସାରେ, ୧୮୯୦୦୦ଜଣ କୁଷ୍ଠରୋଗୀ ଚିହ୍ନଟ ହୋଇଥିଲେ । କୁଷ୍ଠରୋଗ ଛୋଟ ବେଳୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସମସ୍ତ ବୟସରେ କୁଷ୍ଠରୋଗ ଦେଖାଯାଏ । ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା କଲେ କୁଷ୍ଠରୋଗକୁ ରୋକା ଯାଇପାରେ । କୁଷ୍ଠରୋଗୀଙ୍କ ନାକ ଏବଂ ପାଟିରୁ ବାହାରୁଥିବା ବୁନ୍ଦାର ବାରମ୍ବାର ଯୋଗାଯୋଗରେ ଆସିଲେ ଏହି ରୋଗ ସଂକ୍ରମିତ ହୁଏ ।

କୁଷ୍ଠ ରୋଗର ଲକ୍ଷଣ:ଚର୍ମରେ ଛଉ ଭଳି ଦାଗ ଦେଖାଯାଏ । ଚର୍ମ ମୋଟା ଓ ଶୁଷ୍କ ହୋଇଯାଏ । ଆଖିର ଆଇବ୍ରୋ ଓ ଆଖିପତାର ଝଡ଼ିଯାଏ । ଚର୍ମରେ ଦାଗ ଦେଖାଯାଇଥାଏ ।

ନିରାକରଣ:ନିୟମିତ ଚିକିତ୍ସା କରିବା ଦ୍ବାରା ଏହି ରୋଗରୁ ଆରୋଗ୍ୟ ଲାଭ ହୋଇଥାଏ । ଏମଡିଟି ଔଷଧ ଦ୍ବାରା ଏହି ରୋଗ ଭଲ ହୋଇଥାଏ । ଏହି ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ୧ରୁ ୨ ବର୍ଷ ସମୟ ଲାଗିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details