ହାଇଦ୍ରାବାଦ:ବର୍ତ୍ତମାନ ସମୟରେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟିଲାଣି । ଏମିତି ବି କିଛି ଲୋକ ଅଛନ୍ତି, ଯେତେବେଳେ ସେମାନେ କିଛି ଖାଇ ପିଇ ଦିଅନ୍ତି ତାହାଲେ ସେମାନଙ୍କ ନିକଟରେ ଏସିଡିଟି ଦେଖାଦେଇଥାନ୍ତି । ଏହି କାରଣରୁ ପେଟରେ ଅନେକ ସମସ୍ୟା ହୋଇଥାଏ । ବେଳେବେଳେ ଅଲସର, ଗ୍ୟାଷ୍ଟ୍ରିକ୍ ପ୍ରଦାହ, ହୃଦଘାତ ଏବଂ ହାର୍ଟବର୍ଣ୍ଣ ସମସ୍ୟା ମଧ୍ୟ ହୋଇଥାଏ । ଖାଦ୍ୟରେ ଅନିୟମିତତା, ଶାରୀରିକ କାର୍ଯ୍ୟକଳାପର ଅଭାବ, ମଦ୍ୟପାନ-ସିଗାରେଟ୍ ପିଇବା, ଟେନସନ, ଫ୍ୟାଟି ଡାଏଟ୍, ପେଟରେ ଟ୍ୟୁମର୍, ଗ୍ୟାଷ୍ଟ୍ରୋସୋଫେଜ୍ ରିଫ୍ଲକ୍ସ ରୋଗ ଏବଂ ପେପ୍ଟିକ୍ ଅଲସର୍ ଭଳି ସମସ୍ୟା ହେତୁ ଅସବୁଧା ହୋଇଥାଏ । ଯଦି କୌଣସି କାରଣରୁ ପେଟରେ ଏସିଡ୍ ଅଧିକ ହୁଏ, ଏହା କେବଳ ଗ୍ୟାସ୍, ଜ୍ବଳନ, ପେଟ ଏବଂ ଛାତିରେ ଯନ୍ତ୍ରଣା ସୃଷ୍ଟି କରେ ନାହିଁ, ବରଂ ହଜମ ପ୍ରକ୍ରିୟାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏଭଳି ପରିସ୍ଥିତିରେ କିଛି ଲୋକ ଏଥିରୁ ମୁକ୍ତି ପାଇବା ପାଇଁ ଔଷଧ ମଧ୍ୟ ଖାଇଥାଆନ୍ତି । ଯାହାକି ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ତେବେ ଏହା ଏପରି ଏକ ସମସ୍ୟା ଯାହାକୁ ଏଡାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମେଡିସିନ୍ ସେବନ ଅପେକ୍ଷା ସତର୍କ ରହିବା ଆବଶ୍ୟକ ।
କିଛି ଲୋକ ଏସିଡିଟିକୁ ଏଡାଇବା ପାଇଁ ଔଷଧ ଖାଇଥାଆନ୍ତି । ଯାହା କି କିଛି ଦିନ ପାଇଁ ଲାଭ ଦାୟକ ହୋଇଥାଏ । କିନ୍ତୁ ଔଷଧ ଛାଡିବା ମାତ୍ରେ ପୁଣି ଥରେ ଏସିଡିଟି ଭଳି ସମସ୍ୟା ଦେଖାଯାଇଥାଏ । ତାପରେ ଔଷଧ ଖାଇବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏସିଡିଟି ପାଇଁ ଔଷଧ ଅତି ବେଶିରେ 4 ସପ୍ତାହ ପର୍ଯ୍ୟନ୍ତ ଖାଇପାରିବେ । ତେବେ କେତେକ କ୍ଷେତ୍ରରେ ଏହି ଔଷଧ ସେବନ ଦ୍ବାରା କିଡନୀ ରୋଗ ହୋଇଥାଏ ।
ଦୀର୍ଘ ଦିନ ଧରି ଏସିଡିଟି ଔଷଧ ଖାଇବା ଦ୍ବାରା ସମସ୍ୟା:
- ଗ୍ୟାସ ପାଇଁ ଅଧିକ ଔଷଧ ଆପଣଙ୍କ ସ୍ମୃତି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏହି ଔଷଧର ଅତ୍ୟଧିକ ବ୍ୟବହାର ଡିମେନ୍ସିଆର ସମସ୍ୟାକୁ ବଢାଇପାରେ । ଯଦି ଆପଣ ଏହି ଔଷଧଗୁଡିକୁ ଦୀର୍ଘ ସମୟ ଧରି ନିଅନ୍ତି ତେବେ ଭୁଲିବା ସମସ୍ୟା ମଧ୍ୟ ହୋଇପାରେ ।