ହାଇଦ୍ରାବାଦ: ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକତା ରହିଛି । ବିଶେଷ କରି ଜନ୍ମିତ ଶିଶୁଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ଆବଶ୍ୟକ, କାରଣ ଜନ୍ମରୁ ସଠିକ୍ ଯତ୍ନ ନିଆଗଲେ ଭବିଷ୍ୟତର ନାନା ଶାରୀରିକ ସମସ୍ୟାରୁ ରକ୍ଷା ମିଳିପାରିବ । ଏଥିପାଇଁ ଗର୍ଭାବସ୍ଥାରୁ ମହିଳାମାନେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ୍ । ଗର୍ଭବତୀ ମହିଳା ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ଫାଇବର ପରି ପୁଷ୍ଟିକର ଖାଦ୍ୟ ଉପଯୁକ୍ତ ପରିମାଣରେ ସେବନ କରିବା ଆବଶ୍ୟକ ।
ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭିଟାମିନ୍-ଏ, ଯାହା ଗର୍ଭବତୀ ଏବଂ ଜନ୍ମିତ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗର୍ଭାବସ୍ଥାରେ ଭିଟାମିନ୍ ଏ ଶିଶୁର ଅଙ୍ଗ, ଆଖି, ହାଡ ଏବଂ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ବିକାଶ ପାଇଁ ଜରୁରୀ । ତେବେ ଭିଟାମିନ୍-ଏ'ର କାହିଁକି ଆବଶ୍ୟକତା ରହିଛି, କେଉଁ ଖାଦ୍ୟରେ ଏହା ମିଳିଥାଏ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଗର୍ଭାବସ୍ଥାରେ ଭିଟାମିନ୍-ଏ'ର ଆବଶ୍ୟକତା:-ଭିଟାମିନ୍-ଏ ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍, ଯାହା ଯକୃତରେ ଗଚ୍ଛିତ ହୁଏ । ଏହା ନବଜାତର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ, ଯେଉଁଥିରେ ହୃଦୟ, ଫୁସଫୁସ, କିଡନୀ, ଆଖି ଏବଂ ହାଡର ବିକାଶ ସହିତ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ବିକାଶ କରିଥାଏ । ଯେଉଁ ମହିଳାମାନେ ପ୍ରସବ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଭିଟାମିନ-ଏ ବିଶେଷ ଜରୁରୀ, କାରଣ ଏହା ପ୍ରସବ ପରେ ଟିସୁ ପୁନଃଗଠନ କରିବାରେ ସାହାଯ୍ୟ କରିଥାଏ ।