ହାଇଦ୍ରାବାଦ:ମାଇଗ୍ରେନ ସମସ୍ୟା ଭୋଗୁଥିବା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ଆଉ ଆବଶ୍ୟକ ହେବ ନାହିଁ ଔଷଧ । ଏଣିକି ଡିଭାଇସ ସାହାଯ୍ୟରେ ଭଲ ହେବ ମାଇଗ୍ରେନ । ବର୍ତ୍ତମାନ ଏଭଳି ଏକ ଡିଭାଇସ ତିଆରି କରାଯାଇଛି, ଯାହାକି ପିନ୍ଧି ଅସହ୍ୟ ଯନ୍ତ୍ରଣାକୁ ମୁକ୍ତି ପାଇପାରିବେ । ଯଦି ଦେଖାଯାଏ ମାଇଗ୍ରେନ ଯନ୍ତ୍ରଣା କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଅସହ୍ୟ ହୋଇଥାଏ । ମୁଣ୍ଡରେ ଯନ୍ତ୍ରଣା ହେବା ପରେ ପୁରା ଶରୀରରେ ଏହା ଯନ୍ତ୍ରଣା ହୋଇଥାଏ । ମାଇଗ୍ରେନରେ ମୁଣ୍ଡବିନ୍ଧା ସମସ୍ୟାକୁ କମ କରିବା ପାଇଁ ଔଷଧର ଆବଶ୍ୟକତା ହୋଇଥାଏ। କିନ୍ତୁ ଏହାର ପ୍ରଭାବ କିଡନୀ ଉପରେ ପଡିଥାଏ । ଏପରି ପରିସ୍ଥିତିରେ ଏକ କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଉପକରଣ ବା ଡିଭାଇସ ବେସ ସହାୟକ ହେବ ବୋଲି କୁହାଯାଇଛି । ଏଡି ଡିଭାଇସକୁ ବାହୁରେ ପିନ୍ଧାଯାଇଥାଏ । 12 ବର୍ଷରୁ ଅଧିକ ବୟସର ବ୍ୟକ୍ତି ବିଶେଷ ଏହାକୁ ପିନ୍ଧି ପାରିବେ ।
ମାଇଗ୍ରେନ ଡିଭାଇସର ଦାମ: ଏହି ଡିଭାଇସକୁ ପିନ୍ଧିବା ଦ୍ବାରା ମାଇଗ୍ରେନରୁ ମୁକ୍ତି ମିଳିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ସୂଚନା ଅନୁସାରେ, ଏହାର ମୂଲ୍ୟ 14 ହଜାରରୁ 16 ହଜାର ମଧ୍ୟରେ ରହିଛି । ଏହି ଡିଭାଇସ ବ୍ୟବହାର କରିବା ଦ୍ବାରା ଯନ୍ତ୍ରଣାରୁ ମୁକ୍ତି ପାଇପାରିବ ବୋଲି କୁହାଯାଇଛି । ସ୍ନାୟୁତନ୍ତ୍ରର ଶେଷ ଭାଗକୁ ଉତ୍ତେଜିତ କରି ମଡ୍ୟୁଲେସନକୁ ସକ୍ରିୟ କରିବା ପାଇଁ ଇଲେକ୍ଟ୍ରିକାଲ ନ୍ୟୁରୋମୋଡ୍ୟୁଲେସନ ସିଷ୍ଟମ ବ୍ୟବହାର କରାଯାଇଥାଏ । ସାଧାରଣ ଅର୍ଥରେ ଯଦି ବୁଝିବା ସ୍ନାୟୁ ତନ୍ତ୍ରର ଶେଷକୁ ଛୁଇଁ ଏକ ଯନ୍ତ୍ରଣା ବା ପେନ୍ ଦିଆଯାଏ ଯାହାକୁ କଣ୍ଡିଂସନାଲ ପେନ କୁହାଯାଏ ।