ହାଇଦ୍ରାବାଦ:ଆଲଜାଇମର ହେଉଛି ଏକ ସ୍ନାୟୁଗତ ବ୍ୟାଧି ଯାହା ମସ୍ତିଷ୍କର କାର୍ଯ୍ୟକଳାପ ଯେପରିକି ସ୍ମୃତି ଏବଂ ଜ୍ଞାନଗତ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆଲଜାଇମରକୁ ନେଇ ସମଗ୍ର ବିଶ୍ବରେ ମଧ୍ୟ ଅଧ୍ୟୟନ ଏବଂ ଅନୁସନ୍ଧାନ ଜାରି ରହିଛି । ରେଗର ଚିକିତ୍ସା ଏବଂ ପରିଚାଳନା ପାଇଁ ବୈଜ୍ଞାନିକମାନେ ମଧ୍ୟ କ୍ରମାଗତ ପ୍ରୟାସ ଜାରି ରଖିଛନ୍ତି । ଏହାରି ଭିତରେ ଆଉ ଏକ ଅନୁସନ୍ଧାନ ଆଶାର କିରଣ ଉଇଁଛି । ଆମେରିକାର ଷ୍ଟାନଫୋର୍ଡ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି ଯେ, ଆଲଜାଇମର ରୋଗ ହେତୁ ମସ୍ତିଷ୍କରେ ହେଉଥିବା ତ୍ରୁଟିକୁ ହ୍ରାସ କରିବା ପାଇଁ ଷ୍ଟେମ-ସେଲ୍ ଥେରାପୀ ବ୍ୟବହାର କରାଯାଇପାରିବ ।
ତେବେ ଏହାର ପରୀକ୍ଷଣ ମୂଷାମାନଙ୍କ କ୍ଷେତ୍ରରେ ସଫଳ ହୋଇଥିବା ନେଇ କୁହାଯାଇଛି । ଆଲଜାଇମର ରୋଗର ଚିକିତ୍ସା କ୍ଷେତ୍ରରେ ବ୍ରେନରେ ବୃଦ୍ଧି ହେଉଥିବା ଆମଲୋଇଡର ବୃଦ୍ଧିକୁ ରୋକିବା ପ୍ରଥମ ଲକ୍ଷ୍ୟ ଅଟେ। କେବଳ ଏହି ଲକ୍ଷଣ ଆଲଜାଇମର ଲକ୍ଷଣ କି ନୁହେଁ ତାହା ଅସ୍ପଷ୍ଟ।
ତେବେ ବୃଦ୍ଧାବସ୍ଥାରେ ଆଲଜାଇମର ମାଇକ୍ରୋଗ୍ଲିଆ ନାମକ ଏକ ପ୍ରକାର ମସ୍ତିଷ୍କ କୋଷରେ ପରିବର୍ତ୍ତନ ମଧ୍ୟରେ ଏକ ସ୍ପଷ୍ଟ ଲିଙ୍କ ଥିବା ଦେଖାଯାଇଛି। ମାଇକ୍ରୋଗ୍ଲିଆ ମସ୍ତିଷ୍କ କୋଷକୁ ଭୂତାଣୁ ଏବଂ ବ୍ୟାକ୍ଟେରିଆରୁ ରକ୍ଷା କରିଥାଏ । ଏହା ମସ୍ତିଷ୍କରେ ଜମା ହେଉଥିବା ମେଟାବୋଲିକ୍ ବର୍ଜ୍ୟବସ୍ତୁକୁ ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ବୈଜ୍ଞାନିକମାନେ ମାଇକ୍ରୋଗ୍ଲିଆର କେତେକ ଜେନେଟିକ୍ ଭାରିଆଣ୍ଟ୍ ଏବଂ ଆଲଜାଇମର ବିପଦ ମଧ୍ୟରେ ଏକ ଦୃଢ ସଂଯୋଗ ଚିହ୍ନଟ କରିଛନ୍ତି । ଏହା ଦେଖାଗଲା ଯେ ଏଥିରେ Trem-2 ଜିନ୍ ମଧ୍ୟ ଉପସ୍ଥିତ ରହିଥିଲା ।