ଓଡିଶା

odisha

By

Published : Aug 11, 2022, 1:22 PM IST

ETV Bharat / sukhibhava

ବିପଦପୂର୍ଣ୍ଣ 5G, ମଣିଷ ଶରୀର ଉପରେ ପକାଇପାରେ ପ୍ରଭାବ

ଭାରତ ନିଜସ୍ବ ଉଦ୍ୟମରେ 5G ନେଟୱର୍କ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି । ତେବେ ଏହି ନେଟୱର୍କ ଦ୍ବାରା ମଣିଷ ଶରୀର ଉପରେ ପ୍ରଭାବ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

ବିପଦପୂର୍ଣ୍ଣ ୫ଜି, ମଣିଷ ଶରୀର ଉପରେ ପକାଇପାରେ ପ୍ରଭାବ
ବିପଦପୂର୍ଣ୍ଣ ୫ଜି, ମଣିଷ ଶରୀର ଉପରେ ପକାଇପାରେ ପ୍ରଭାବ

ନୂଆଦିଲ୍ଲୀ: ଭାରତ ସ୍ବଦେଶୀ ୫ଜି ନେଟୱର୍କ ସେବା ଆରମ୍ଭ କରିବା ଲାଗି ଉଦ୍ୟମ ଜାରି ରଖିଛି । ସେପ୍ଟେମ୍ବରରେ ଦେଶରେ ଏହି ସେବା ଉପଲବ୍ଧ ହେବ ବୋଲି ଚର୍ଚ୍ଚା ହେଉଛି । ହେଲେ ଆପଣ ଜାଣନ୍ତି କି ଏହି ହାଇସ୍ପିଡ଼ ନେଟୱର୍କ ମଣିଷ ଶରୀର ଉପରେ ମଧ୍ୟ ପ୍ରଭାବ (5G technology effect) ପକାଇବ, ଯାହାକି ଚିନ୍ତାଜନକ ବିଷୟ । ଇଣ୍ଟରେନଟ ନେଟୱର୍କର ଏହି ୫ମ ପିଢିରେ ଲୋକେ ଅନେକ ଅତ୍ୟାଧୁନିକ ସୁବିଧା ପାଇପାରିବେ ।

୫ଜି ଟେଷ୍ଟିଂର ଫଳାଫଳ:-

ଇଣ୍ଡିଆନ ସ୍ପାଇନାଲ ଇଞ୍ଜୁରୀ ସେଣ୍ଟର (Indian Spinal Injury Centre)ର ଇଣ୍ଟରନାଲ ମେଡିସିନ ଆଣ୍ଡ ପଲମୋନୋଲୋଜିର ଡାକ୍ତର ବିଜୟ ଦତ୍ତାଙ୍କ ଅନୁସାରେ ୫ଜି ନେଟୱର୍କର ରେଡିଓ ଚୁମ୍ବକୀୟ ତରଙ୍ଗରେ ମଣିଷ ଶରୀର ଆସିଲେ ବିଭିନ୍ନ ପ୍ରକାର କର୍କଟ ରୋଗ ହେବାର ସମ୍ଭାବନା ରହିଛି । ଲୋକେ କଥା ହେବା ସମୟରେ ସ୍ମାର୍ଟଫୋନ ମସ୍ତିଷ୍କ ପାଖରେ ରଖିଥାନ୍ତି । ଏଥିଲାଗି ଏହାର ସମ୍ଭାବନା ଅଧିକ ରହିଛି । ଏହା ହୃତପିଣ୍ଡ ଜନିତ ସମସ୍ୟାର କାରଣ ମଧ୍ୟ ହୋଇଥାଏ ।

WHOର ମତ:-

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁସାରେ, "ଆଜି ପର୍ଯ୍ୟନ୍ତ ହୋଇଥିବା ଅନେକ ଗବେଷଣା ଅନୁସାରେ ୱେୟାରଲେସ ଟେକନିକ ସଂସ୍ପର୍ଶରେ ଆସିବା ଦ୍ବାରା ସ୍ବାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ଆକସ୍ମିକ ଭାବରେ ପଡେ ନାହିଁ ।" ସଂଗଠନ କହିଛି ଯେ ରେଡିଓ ତରଙ୍ଗର ସ୍ତରର ପରିମାଣସ୍ବରୂପ ମାନବ ଶରୀରର ତାପମାନ ବୃଦ୍ଧି ପାଇଥାଏ ।

ଅନ୍ୟ ଦେଶ ଉପରେ ପ୍ରଭାବ: -

କାଉଣ୍ଟରପାଟ ରିସର୍ଚ୍ଚର ରିସର୍ଚ୍ଚ ଆନାଲିଷ୍ଟ ଚାରୁ ପାଲିୱାଲ କହିଛନ୍ତି ଯେ, "ଭାରତ 5G ଲଞ୍ଚ କରିବାର ପ୍ରଥମ ଦେଶ ନୁହେଁ । ଏହା ପୂର୍ବରୁ ୫୦ଟି ଦେଶ ଏହି ଟେକନିକକୁ ଲଞ୍ଚ କରିଛନ୍ତି । ସେଗୁଡିକ ମଧ୍ୟରେ ଆମେରିକା, କୋରିଆ, ଜାପାନ, ୟୁକେ ସାମିଲ ରହିଛି । ଚାରୁ କହିଛନ୍ତି ଯେ 5G ନେଟୱର୍କର ଏହି ସ୍ତର ମଣିଷ ଶରୀର ଉପରେ ସେଭଳି କୌଣସି ପ୍ରଭାବ ପକାଏ ନାହିଁ । ଏପର୍ଯ୍ୟନ୍ତ ଏହି କଥାକୁ ପ୍ରମାଣିତ କରିବା ଲାଗି ସେପରି କୌଣସି ଅଧ୍ୟୟନ ହୋଇନାହିଁ ।"

ABOUT THE AUTHOR

...view details