ହାଇଦ୍ରାବାଦ:କୋରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହେବା ପରେ ଘ୍ରାଣଶକ୍ତି ଚାଲିଯିବା ଗୋଟିଏ ଲକ୍ଷଣ ରହିଛି । ଏହି ଲକ୍ଷଣ ପ୍ରାୟତଃ ସମସ୍ତଙ୍କ କ୍ଷେତ୍ରରେ ଦେଖାଦେଉଛି । ତେବେ ଏହା ଉପରେ ନେଇ ଗବେଷକମାନେ ଅଧ୍ୟୟନ କରିଥିଲେ । ଗବେଷଣାରୁ ଜଣାପଡ଼ିଛି ଯେ ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଘ୍ରାଣଶକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରୁନଥିବା ବେଳେ କିଛି ଆକ୍ରାନ୍ତଙ୍କ ଘ୍ରାଣଶକ୍ତି ସ୍ଥାୟୀ ଭାବରେ ପ୍ରଭାବିତ ହେଉଛି ।
ଏହି ସମ୍ପର୍କରେ ଜାଣିବା ପାଇଁ ସ୍ବିଡେନର ଷ୍ଟକହୋଲ୍ମର କାରୋଲିନସ୍କା ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ୨୦୨୦ ମସିହା ପ୍ରଥମ ଲହରରେ ଆକ୍ରାନ୍ତ ହୋଇଥିବା ୧୦୦ ଜଣଙ୍କୁ ନେଇ ସର୍ଭେ କରିଥିଲେ । ଏଥିରୁ ଜଣାପଡ଼ିଥିଲା ଯେ କୋଭିଡ଼ ସଂକ୍ରମଣରୁ ସୁସ୍ଥ ହେବାର ୧୮ ମାସ ପରେ ମଧ୍ୟ ୪ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କର ଘ୍ରାଣଶକ୍ତି ପାଇ ପାରିନାହାନ୍ତି । ପୂର୍ବପରି ସେମାନେ କୌଣସି ବାସ୍ନା ବାରି ପାରୁନଥିବା କହିଥିଲେ । ଏହାସହିତ ପ୍ରାୟ ଏକ ତୃତୀୟାଂଶ ଗନ୍ଧକୁ ବାରି ପାରୁନଥିବା ବେଳେ ଅଧା ଲୋକେ ଜିନିଷର ସଠିକ୍ ଗନ୍ଧ ବାରି ପାରୁନଥିବା କହିଥିଲେ ।
ଏହା ବି ପଢନ୍ତୁ: ରୋଗୀଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଦୀର୍ଘଦିନର କୋଭିଡ଼ ସଂକ୍ରମଣ: ବୈଜ୍ଞାନିକ