ହାଇଦ୍ରାବାଦ:ଭାରତରେ ସବୁଠାରୁ ସାଧାରଣ ଆଲର୍ଜି ହେଉଥିବା ଖାଦ୍ୟ ସାମଗ୍ରୀ ହେଉଛି କ୍ଷୀର, ଅଣ୍ଡା ଏବଂ କଦଳୀ । IAP ସର୍ବେକ୍ଷଣ ଅନୁଯାୟୀ 14 ବର୍ଷରୁ କମ୍ ପିଲାମାନଙ୍କ ମଧ୍ୟରୁ 11.4 ପ୍ରତିଶତ କୌଣସି ପ୍ରକାରର ଆଲର୍ଜିରେ ପୀଡିତ ହୋଇଥାନ୍ତି । ଏହି ଆଲର୍ଜି ସାଧାରଣତଃ ମେ ମାସରେ ଅଧିକ ଦେଖାଯାଇଥାଏ । ଥଣ୍ଡା, ଛିଙ୍କିବା, କାଶିବା, ଲାଲ ଆଖି, ଜିଭ ଫୁଲିଯିବା ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ଭଳି ଲକ୍ଷଣ ଦେଖାଯାଏ ।
ଏହି ସମୟରେ ଶିଶୁଟି ଅସୁସ୍ଥ ଅନୁଭବ କରିବା ସହିତ ଏହା ପିତାମାତାଙ୍କୁ ବେଳେବେଳେ ବ୍ୟସ୍ତବିବ୍ରତ କରାଏ । ସମୟ ଗଡ଼ିବା ସହିତ ଆଲର୍ଜି ଅଧିକ ମାତ୍ରାରେ ଦେଖାଯାଏ । ଏଥିଲାଗି ପିତାମାତା ଧୈର୍ଯ୍ୟ ଧରିବା ସହିତ ଏଥିରୁ କିପରି ବର୍ତ୍ତିବେ ତାହା ଜାଣିବା ଆବଶ୍ୟକ । ତେବେ ଏହାକୁ ମୁକାବିଲା କରିବା ପାଇଁ ଜାଣନ୍ତୁ ଏହି ୫ଟି ଉପାୟ...
ବ୍ୟସ୍ତ ହେବା ଉଚିତ ନୁହେଁ:-
ଏହି ସମୟ ମଧ୍ୟରେ ଚାପମୁକ୍ତ ଏବଂ ଶାନ୍ତ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଆପଣ ଥରେ ଲକ୍ଷଣ ବିଷୟରେ ଜାଣିବା ପରେ, ନିଜ ପାଖରେ ସର୍ବଦା ପ୍ରାଥମିକ ଚିକିତ୍ସା ପାଇଁ ଆଣ୍ଟିଆଲର୍ଜିକ୍ କିଟ୍ ରଖିବା ଆବଶ୍ୟକ । ଏହି କିଟ୍କୁ ଶିଶୁରୋଗ ବିଶେଷଜ୍ଞଙ୍କ ସାହାଯ୍ୟରେ ତିଆରି କରାଯାଇ ପାରିବ ।
ଶିଶୁଙ୍କୁ ମାଟିରେ ଖେଳିବାକୁ ଅନୁମତି ଦିଅନ୍ତୁ:-
ଆମେ ସମସ୍ତେ ମାଟି ମାଆର ସନ୍ତାନ । ଆମର ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରକୃତିର ନିଜସ୍ବ ଉପାୟ ରହିଛି । ପିଲାମାନଙ୍କ ବିଷୟରେ ଅତ୍ୟଧିକ ପ୍ରତିରକ୍ଷାକାରୀ ହେବା, ସେମାନଙ୍କୁ ହାତକୁ ଅପରିଷ୍କାର ନକରିବା ସେମାନଙ୍କର ସମ୍ବେଦନଶୀଳତା ପ୍ରତିକ୍ରିୟାକୁ ବଢାଇଥାଏ । ଏଣୁ ସେମାନଙ୍କୁ ପାର୍କରେ ଖେଳିବାକୁ ଦିଅନ୍ତୁ ଏବଂ ଥରେ ମଇଳା ହେବାକୁ ଦିଅନ୍ତୁ ।