ହାଇଦ୍ରାବାଦ:ପ୍ରୋଟିନ ଆମ ଶରୀର ପାଇଁ ନିହାତି ଆବଶ୍ୟକ । ଫିଟ ଏବଂ ଫାଇନ ରହିବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ । ଯାହା ମାଂସପେଶୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ କେଶ ଏବଂ ଚର୍ମକୁ ସୁସ୍ଥ ଏବଂ ଚମକ ବଜାୟ ରଖିବାରେ ସହାୟକ ହୋଇଥାଏ । ଯଦି ପ୍ରୋଟିନ କଥା ଆସେ ତାହାଲେ ଛେଳି ମାଂସ କିମ୍ବା ଚିକେନ କଥା ସାମ୍ନାକୁ ଆସିଥାଏ । ଯଦି ଆପଣ ଭେଜିଟେରିଆନ ହା ଶାକାହାରୀ ହୋଇଥାଆନ୍ତି ତାହେଲେ ଶରୀର ପାଇଁ ପ୍ରୋଟିନ ଆହୁରି ଆବଶ୍ୟକ ହୋଇଥାଏ । ତେବେ କେଉଁ ଶାକାହାରୀ ଖାଦ୍ୟ ଖାଇଲେ, ଶରୀରକୁ ପ୍ରୋଟିନ୍ ମିଳିଥାଏ ଜାଣନ୍ତୁ ।
ବାଦାମ: ଦିନର ଆରମ୍ଭ ଆପଣ ନଟ ଖାଇ କରନ୍ତୁ । ଏହା ଖାଇବା ଦ୍ବାରା ଶରୀରକୁ ପ୍ରୋଟିନ ମିଳିବା ସହ ସୁଗାର ଲେବଲକୁ ନିୟନ୍ତ୍ରିତ ରଖିଥାଏ । ରାତିରେ 7ରୁ 8 ଆଲମଣ୍ଡକୁ ପାଣିରେ ଭିଜାଇ ରଖନ୍ତୁ । ଏହାପରେ ଚୋପା ଛଡାଇ ଆପଣ ବ୍ରେକଫାଷ୍ଟ ମଧ୍ୟ ଏହାକୁ ଖାଇପାରିବେ । ଆଲମଣ୍ଡ ସହ କାଜୁ, କିସମିସ ମଧ୍ୟ ଖାଆନ୍ତୁ ।
ଦହି: ଜଳଖାଇ ଖାଇବା ସମୟରେ କିଛି ଦହିକୁ ମଧ୍ୟ ଖାଆନ୍ତୁ । ତେବେ ଏହା ପ୍ରୋଟିନ ଯୋଗାଇବା ବ୍ୟତିତ ଘରେ ତିଆରି କରାଯାଇଥିବା ଦହିରେ ପ୍ରୋବାୟୋଟିକ ରହିଥାଏ । ପ୍ରୋଟିନ୍ ଗ୍ରହଣରେ ଉନ୍ନତି ବ୍ୟତୀତ, ଘରେ ତିଆରି କଦଳୀ ସଠିକ୍ ପରିମାଣର ପ୍ରୋବୋଟିକ୍ସ ଯୋଗାଇଥାଏ ଯାହା ଅନ୍ତସ୍ଥଳର ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଏବଂ ହଜମ, ଅବଶୋଷଣ କରିବାରେ ସାହାଯ୍ୟ କରିଥାଏ । 100 ଗ୍ରାମ ଦହିରେ 10 ଗ୍ରାମର ପ୍ରୋଟିନ ରହିଥାଏ । ଏଥିରେ କ୍ୟାଲସିୟମ ଅଧିକ ରହିଥିବାକୁ ଏହା ହାଡ ଏବଂ ଦାନ୍ତକୁ ସୁରକ୍ଷିତ ରଖିଥାଏ ।
ସ୍ପ୍ରାଉଟ: ମୁଗ, ଟମାଟୋ, ରଙ୍ଗଚଣା, କାକୁଡି, ବୁଟ, ଧଣିଆ ପତ୍ରକୁ ମିଶାଇ ସ୍ପ୍ରାଉଟ ତିଆରି କରାଯାଇଥାଏ । ଏହାକୁ ଆପଣ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ମଧ୍ୟ ଖାଇପାରିବେ । ଏହା ସ୍ବାସ୍ଥ୍ୟ ଉପରକାରୀ ବୋଲି ବିବେଚନା କରାଯାଇଥାଏ । ଶରୀରରେ ଆମିନୋ ଏସିଡର ମାତ୍ରାକୁ ସଠିକ ରଖିବା ପାଇଁ ସ୍ପ୍ରାଉଟ ଖାଇପାରିବେ ।