ହାଇଦ୍ରାବାଦ: ସୁନ୍ଦର ଓ ସୁସ୍ଥ ନଖ ଏବଂ କେଶକୁ ପ୍ରାୟତଃ ଶରୀରର ପ୍ରତୀକ ଭାବରେ ବିବେଚନା କରାଯାଏ । ଆଙ୍ଗୁଠି ନଖ ଗୁଡ଼ିକ କେରାଟିନ ନାମକ ଏକ ପ୍ରୋଟିନର ସ୍ତର ସହିତ ଗଠିତ । ସାଧାରଣତ ସୁସ୍ଥ ନଖ ଗୁଡ଼ିକ ଚିକ୍କଣ, ରେଖା କିମ୍ବା ଗର୍ତ୍ତ ବିହୀନ ହୋଇଥାଏ । ଯଦି ଆପଣଙ୍କର ଭଗ୍ନ ନଖ ଅଛି ବା ପରସ୍ତ ପରସ୍ତ ହୋଇ ନଖ ବାହାରି ଯାଉଛି ତେବେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ଖାଦ୍ୟ ତାଲିକାରେ ସାମାନ୍ୟ ପରିବର୍ତ୍ତନ ଦ୍ବାରା ସୁନ୍ଦର ନଖ ପାଇପାରିବେ । ଏକ ସୁସ୍ଥ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ବ୍ୟତୀତ, ସହଜ ଟିପ୍ସ ଏବଂ କୌଶଳଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିଛୁ ଯାହା ଆପଣଙ୍କୁ ସୁନ୍ଦର ନଖ ହାସଲ କରିବାରେ ସହାୟକ ହେବ । ନିମ୍ନରେ ପ୍ରାକୃତିକ ଉପାୟରେ ସୁସ୍ଥ ନଖ ପାଇବା ପାଇଁ 5ଟି ସହଜ ଉପାୟ ବାବଦରେ ଆଲୋଚନା କରାଯାଇଛି(Beautiful Nails Tips)...
1. ନଖକୁ ପାଣିଠୁ ଦୂରେଇ ରଖନ୍ତୁ
ନଖକୁ ଦୀର୍ଘ ସମୟ ପାଣିରେ ଭିଜାଇ ରଖିବା ଦ୍ୱାରା ନଖ ନରମ ହୋଇପାରେ, ଯାହା ଦ୍ବାରା ନଖ ଭାଙ୍ଗି ଯାଇଥାଏ । ବାସନ ଧୋଇବା ସମୟରେ ନଖକୁ ରକ୍ଷା କରିବା ପାଇଁ ଗ୍ଲୋଭସ୍ ବ୍ୟବହାର କରନ୍ତୁ । ଗାଧୋଇବା ସମୟରେ ନଖ ଯେପରି ପାଣିରେ ଅଧିକ ସମୟ ଭିଜି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
2. ନଖକୁ ଛୋଟ ରଖନ୍ତୁ
ଲୋକମାନେ ଆପଣଙ୍କ କେଶ ଏବଂ ନଖକୁ ବେଳେବେଳେ କାଟିବାକୁ ପରାମର୍ଶ ଦେବା ପଛରେ ଏକ ଯୁକ୍ତି ଅଛି । ଯେତେବେଳେ ନଖଗୁଡ଼ିକ ବହୁତ ଲମ୍ବା ହୋଇଯାଏ, ଭାଙ୍ଗିଯିବାର ସମ୍ଭାବନା ଅଧିକ ହୋଇଥାଏ । ଫଳରେ ନଖଗୁଡିକ ଅସମାନ ହୋଇଯିବା ସହ ସୁନ୍ଦର ଦେଖାଯାଇ ନଥାଏ ।
3. ନଖକୁ ନିୟମିତ ମଶ୍ଚରାଇଜ କରନ୍ତୁ