ହାଇଦ୍ରାବାଦ:ସମ୍ପ୍ରତି କେବଳ ଶାକାହାରୀ ଖାଦ୍ୟ ନୁହେଁ, ଭେଜାନିଜିମ୍ ବା ଶାକାହାରୀ ଖାଦ୍ୟ ଗ୍ରହଣ କରିବାର ଅଭ୍ୟାସକୁ(Veganism) ମଧ୍ୟ ବହୁତ ପ୍ରୋତ୍ସାହନ ମିଳୁଛି । ଏହା କେବଳ ଡାଏଟ୍ ନୁହେଁ, ବରଂ ଏକ ଶାକାହାରୀ ଜୀବନଶୈଳୀ ବଞ୍ଚିବା ବର୍ତ୍ତମାନ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଶାକାହାରୀ ଖାଦ୍ୟ ଗ୍ରହଣ କରିବା ସହିତ ଏଥିଲାଗି ଏକ ଭିନ୍ନ ଲାଇଫଷ୍ଟାଇଲ ମଧ୍ୟ ରହିଛି । ଶାକାହାରୀ ଭୋଜନ କରୁଥିବେ ନିଜ ସ୍କିନ ବା ଚର୍ମ ପାଇଁ ମଧ୍ୟ ଅଧିକ ଯତ୍ନବାନ ହେବା ଆବଶ୍ୟକ । ଏହି ସମ୍ପର୍କରେ କଣ କହୁଛନ୍ତି ଚର୍ମ ବିଶେଷଜ୍ଞ ଆସନ୍ତୁ ଜାଣିବା ।
ଭେଗାନ ସ୍କିନ କେୟାର ରୁଟିନ ପାଇଁ ଏହି ୫ଟି ଜିନିଷକୁ ଅନ୍ତର୍ଭୁକ୍ତ କରିବା ଉଚିତ ନୁହେଁ:-
ଶାକାହାରୀ ଏବେ ଏକ ଜୀବନଶୈଳୀରେ ପରିଣତ ହୋଇଛି । ତେବେ ଜୀବନଶୈଳୀ ବିଷୟରେ ଆଲୋଚନା କଲେ ଚର୍ମର ଯତ୍ନ ଏହାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଯେଉଁମାନେ ଏକ ଶାକାହାରୀ ଜୀବନକୁ ଅନୁସରଣ କରନ୍ତି, ସେମାନେ ପଶୁମାନଙ୍କଠାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଆସୁଥିବା କୌଣସି ପ୍ରକାର ଖାଦ୍ୟ, ପୋଷାକ, ଅନ୍ୟାନ୍ୟ ଦ୍ରବ୍ୟକୁ ଖାଇବା ବା ବ୍ୟବହାର କରିବା ଉଚିତ ନୁହେଁ । ଏହାର ଉଦ୍ଦେଶ୍ୟ ହେଉଛି ପଶୁମାନେ ସାମନା କରୁଥିବା ନିଷ୍ଠୁରତାକୁ ହ୍ରାସ କରିବା । ଏହାକୁ ଦୃଷ୍ଟିରେ ରଖି ଭେଗାନ ସ୍କିନ କେୟାର ଉତ୍ପାଦ(Vegan skin care products)ର ଚାହିଦା ଅଧିକ ରହିଛି ।
ଏହାସହିତ ଏହି ସ୍କିନ କେୟାର ଉତ୍ପାଦଗୁଡ଼ିକର ଶରୀର ଉପରେ ପ୍ରଭାବ ମଧ୍ୟ କମ ରହିଥାଏ । କାରଣ ଏଥିରେ ରହିଥାଏ ଗଛ, ଫଳ, ଫୁଲ ଭଳି ଅନ୍ୟାନ୍ୟ ପ୍ରାକୃତିକ ତତ୍ତ୍ବ । ନିମ୍ନରେ କିଛି ପଦାର୍ଥ ସମ୍ପର୍କରେ କୁହାଯାଇଛି, ଯାହାକୁ ଶାକାହାରୀ ଭୋଜନ ଗ୍ରହଣ କରୁଥିବା ଲୋକମାନେ ବ୍ୟବହାର କରିବା ଅନୁଚିତ ।
ଜେଲାଟିନ୍(Gelatin):-
ଅନେକ କ୍ରିମ୍ ଏବଂ ଲୋସନରେ ଜେଲାଟିନ୍ ବ୍ୟବହୃତ ହୁଏ । ଏହା ଏକ ସ୍ବଚ୍ଛ, ରଙ୍ଗହୀନ, ସ୍ବାଦହୀନ ଉପାଦାନ ଯାହା ମୁଖ୍ୟତଃ ଗ୍ଲିସେରିନ୍ ଏବଂ ପ୍ରୋଲାଇନ୍ ନାମକ ଆମିନୋ ଏସିଡ ଦ୍ବାରା ଗଠିତ ହୋଇଥାଏ । ଏହା ସାଧାରଣତଃ ହାଡ଼, ଫାଇବ୍ରସ୍ ଟିସୁ ଏବଂ ପଶୁମାନଙ୍କ ଅଂଶରୁ ତିଆରି ହୋଇଥାଏ । ଶାକାହାରୀ ଭୋଜନ କରୁଥିବା ଲୋକେ ସ୍କିନ କେୟାର ରୁଟିନ ପାଇଁ ଏଗୁଡ଼ିକ ବ୍ୟବହାର କରିବା ଅନୁଚିତ ।
ଗ୍ଲିସେରିନ(Glycerin):-
ଶୀତଦିନେ ଚର୍ମର ଯତ୍ନ ପାଇଁ ଗ୍ଲିସେରିନ୍ ବ୍ୟବହୃତ ହୁଏ । ବିଶେଷ ଭାବରେ ଏହା ଏକ ଉତ୍କୃଷ୍ଟ ମଶ୍ଚରାଇଜର । କିନ୍ତୁ ଭେଗାନ୍ ଚର୍ମର ଯତ୍ନ ପାଇଁ ଏହାକୁ ନିତ୍ୟ ବ୍ୟବହାର୍ଯ୍ୟରେ ବ୍ୟବହୃତ ହୁଏ ନାହିଁ । କାରଣ ବେଳେବେଳେ ଏହା ପଶୁ ଚର୍ବିରୁ ତିଆରି ହୋଇଥାଏ ଏବଂ ଏହାକୁ ଶୁଦ୍ଧ କରିବା ପାଇଁ ହାଡ଼ ଗୁଣ୍ଡର ବ୍ୟବହାର ହୋଇଥାଏ ।