ହାଇଦ୍ରାବାଦ: ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ଏବଂ ହାଇଡ୍ରେଟ୍ (ଆଦ୍ର) ରଖିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏହି ଋତୁରେ ଡିହାଇଡ୍ରେସନ୍ ଏବଂ ଝାଳ ବୋହିବା କାରାଣରୁ ଲୋକମାନେ କ୍ଳାନ୍ତ ଅନୁଭବ କରନ୍ତି । ତଥାପି ଗ୍ରୀଷ୍ମଋତୁରେ ପ୍ରକୃତି ଏପରି କିଛି ଫଳ ଭେଟି ଦେଇଛି, ଯାହା ସମସ୍ତ ସମସ୍ୟାକୁ ଦୂର କରିପାରବ । ଏସବୁ ଫଳଗୁଡିକ ମଧ୍ୟରୁ ତରଭୁଜ ଅନ୍ୟତମ । ଆଜିର ଏହି ଆର୍ଟିକିଲରେ ତରଭୁଜର କେତେକ ସ୍ବତନ୍ତ୍ର ପାନୀୟର ଟିପ୍ସ ଦିଆଯାଇଛି, ଯାହା ଗ୍ରୀଷ୍ମଋତୁରେ ଉତ୍ତାପରୁ ଆରାମ ଦେବା ସହ ହାଇଡ୍ରେଟ୍ ରଖିବ...
ୱାଟରମିଲନ୍ ଷ୍ଟ୍ରବେରୀ ସ୍ମୁଥୀ:
ଗ୍ରୀଷ୍ମ ଦିନରେ ଏହି ସ୍ମୁଥୀ ସତେଜ ଜୁସ୍ ଦିନସାରା ଏନର୍ଜି(ଶକ୍ତି) ପ୍ରଦାନ କରିବାରେ ସାହାଯ୍ୟ କରିବ । ତରଭୁଜ-ଷ୍ଟ୍ରବେରୀ ସ୍ମୁଥୀ ସ୍ୱାସ୍ଥ୍ୟକର ପୋଷକ ତତ୍ତ୍ୱରେ ଭରପୂର । ଏଥିରେ ତାଜା ଷ୍ଟ୍ରବେରି, ତରଭୁଜ, ଚିଆ ସିଡ୍ସ, ମହୁ ଏବଂ ଦହି ମିଶ୍ରଣ ହୋଇଥାଏ । ଗ୍ରୀଷ୍ମଋତୁରେ ଶରୀରରକୁ ହାଇଡ୍ରେଟ୍ ରଖିବା ପାଇଁ ଏହା ସର୍ବୋତ୍ତମ ପାନୀୟ ।
ୱାଟରମିଲନ୍ ମୋଜିଟୋ:
ସତେଜ ସ୍ବାଦ ସହିତ ମିଣ୍ଟି (ପୁଦିନା) ମୋଜିଟୋ ଗ୍ରୀଷ୍ମଋତୁ ପାଇଁ ଉପଯୁକ୍ତ । ଏହି ସ୍ବାଦିଷ୍ଟ ପାନୀୟ ପ୍ରସ୍ତୁତ କରିବା ପାଇଁ ସତେଜ ତରଭୁଜ, ପୁଦିନା, ଏବଂ ଲେମ୍ବୁ ବ୍ୟବହୃତ ହୁଏ । ଏହା ସ୍ବାଭାବିକ ଭାବରେ ମିଠା ମଧ୍ୟ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ ।
ଏହା ମଧ୍ୟ ପଢନ୍ତୁ:-ଏଥି ପାଇଁ ଅନବରତ କାନ୍ଦିଥାଏ ନବଜାତ ଶିଶୁ, କେମିତି ନେବେ ଯତ୍ନ ଜାଣନ୍ତୁ