ହାଇଦ୍ରାବାଦ: ପାଖାପାଖି ୫ ଲକ୍ଷ ଅଷ୍ଟ୍ରେଲିଆ ଲୋକେ ଡିମେନ୍ସିଆ, ପାଗଳାମି ବା ମାନସିକ ରୋଗରେ ପୀଡିତ । ଯଦି କୌଣସି ନିରାକରଣ କରାନଯାଏ ଏହି ସଂଖ୍ୟା ୨୦୫୮ ସୁଦ୍ଧା ୧୧ ଲକ୍ଷରେ ପହଞ୍ଚିଯିବ ବୋଲି ଆଶଙ୍କା କରାଯାଉଛି । ବିଶେଷ କରି ଡିମେନ୍ସିଆ ଉଚ୍ଚ ରକ୍ତଚାପ, ରକ୍ତରେ ଶର୍କରା ପରିମାଣ ବୃଦ୍ଧି, ଓଜନ ବୃଦ୍ଧି ଏବଂ ଅତ୍ୟଧିକ ମଦ୍ୟପାନ କରିବା ଦ୍ବାରା ହୋଇଥାଏ । ଏହା ରକ୍ତ ନଳୀକୁ କ୍ଷତି ପହଞ୍ଚାଇଥାଏ ଏବଂ ମସ୍ତିଷ୍କକୁ ରକ୍ତ ଏବଂ ଅମ୍ଳଜାନର ପ୍ରବାହକୁ ହ୍ରାସ କରିଥାଏ ।
ପର୍ଯ୍ୟାପ୍ତ ଅମ୍ଳଜାନ ବିନା ମସ୍ତିଷ୍କ କୋଷଗୁଡ଼ିକ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିନପାରି ନଷ୍ଟ ହୋଇଯାଏ । ଫଳରେ ରକ୍ତ ପ୍ରବାହ ହ୍ରାସ ଘଟି ପାଗଳାମି ଲକ୍ଷଣ ଦେଖା ଦେଇଥାଏ । କିନ୍ତୁ କେତେକ ଅଭ୍ୟାସକୁ ପରିବର୍ତ୍ତନ କରିବା ଦ୍ବାରା ଡିମେନ୍ସିଆର ବିପଦକୁ ହ୍ରାସ କରିପାରିବା । ଜୀବନଶୈଳୀରେ ୫ଟି ପରିବର୍ତ୍ତନ ଦ୍ବାରା ଆମେ ଡିମେନ୍ସିଆରୁ ମୁକ୍ତି ପାଇପାରିବା ।
ପ୍ରତି ସପ୍ତାହରେ ୨୩ଥର ତେଲିଆ ମାଛ ସେବନ କରନ୍ତୁ:-
ତେଲିଆ ମାଛ, ଯେପରିକି ସଲମାନ, ସାର୍ଡିନ ଏବଂ ମାକେରେଲ ପରି ଓମେଗା -3 ପଲିଅନସଚୁରେଟେଡ୍ ଫ୍ୟାଟି ଏସିଡରେ ଭରପୂର ଥିବା ମାଛଗୁଡିକୁ ସେବନ କରନ୍ତୁ । ଓମେଗା-3 ର ଆଣ୍ଟି-ଇନ୍ଫ୍ଲାମେଟୋରୀ ପ୍ରଭାବ ରହିଛି ଏବଂ ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ । ଆମ ମସ୍ତିଷ୍କ କୋଷଗୁଡ଼ିକର ଗଠନ ଏବଂ କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଓମେଗା-3 ଆବଶ୍ୟକୀୟ ପୁଷ୍ଟିକର ।
ପ୍ରତି ଭୋଜନରେ ପନିପରିବା ଖାଆନ୍ତୁ:-
ପ୍ଲାଣ୍ଟ ଖାଦ୍ୟ ଯେପରିକି ସବୁଜ ପତ୍ରଯୁକ୍ତ, ଅଲିଭ୍ ତେଲ, ବ୍ଲୁବେରି, ବାଦାମ ଏବଂ ଡାଲି - ପଲିଫେନୋଲ୍, ଫ୍ଲାଭୋନାଏଡ୍, କାରୋଟିନଏଡ୍, ଭିଟାମିନ-ସି ଏବଂ ଭିଟାମିନ-ଇ ସହ ଅନ୍ୟାନ୍ୟ ଭିଟାମିନ୍ ଏବଂ ମିନେରାଲ୍ସ ଧାରଣ କରିଥିବା ସବୁଜ ପନିପରିବା ଖାଦ୍ୟ ଖାଇବା ଉଚିତ୍ । ଉଦ୍ଭିଦଜାତ ଖାଦ୍ୟ ବା ପନିପରିବା ଅତ୍ୟଧିକ ଖାଇବା ଦ୍ବାରା ରକ୍ତଚାପ, ଗ୍ଲୁକୋଜ୍ ନିୟନ୍ତ୍ରଣ ଏବଂ ଶରୀର ଗଠନରେ ଉନ୍ନତି ଆଣିବାରେ ସାହାଯ୍ୟ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖେ ଏବଂ ଡିମେନ୍ସିଆ ଭଳି ରୋଗରୁ ରକ୍ଷା କରେ ।