ଓଡିଶା

odisha

ETV Bharat / sukhibhava

Post-Holi Skincare: ତ୍ବଚାକୁ ରକ୍ଷା କରିବ ଏହି ୫ ରୋଷେଇ ସାମଗ୍ରୀ - ହୋଲି ଖେଳିବା ପରେ କିପରି ନେବେ ଚର୍ମର ଯତ୍ନ

ହୋଲି ଖେଳିବା ପରେ ଶରୀରରୁ ଦାଗ ହଟାଇବା ହୋଇଥାଏ ଏକ ମୁଖ୍ୟ ସମସ୍ୟା । ଏହାସହ ଚର୍ମ ମଧ୍ୟ ଶୁଷ୍କ ପଡିଯାଏ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଆମ ରୋଷେଇ ଘରର ୫ଟି ସାମଗ୍ରୀ ଯଥେଷ୍ଟ । ସେଗୁଡିକ କଣ ଜାଣନ୍ତୁ ।

Post-Holi skincare: ତ୍ବଚାକୁ ରକ୍ଷା କରିବ ଏହି ୫ ରୋଷେଇ ସାମଗ୍ରୀ
Post-Holi skincare: ତ୍ବଚାକୁ ରକ୍ଷା କରିବ ଏହି ୫ ରୋଷେଇ ସାମଗ୍ରୀ

By

Published : Mar 19, 2022, 2:04 PM IST

ହାଇଦ୍ରାବାଦ:ହୋଲିରେ ବିଭିନ୍ନ ରଙ୍ଗକୁ ମୁହଁରେ ଲଗାଇବା ଏବଂ ଅନେକ ଜଙ୍କ୍ ଫୁଡ୍ ସହିତ ମିଠା ଖାଦ୍ୟ ଖାଇବା ପରବର୍ତ୍ତୀ ସମୟରେ ଶରୀର ଉପରେ ପ୍ରଭାବ ପକାଇଥାଏ । ଏଥିଲାଗି ହୋଲି ଖେଳ ପରେ ଚର୍ମର ଯତ୍ନ ନେବା ନିହାତି ଆବଶ୍ୟକ ହୋଇପଡେ । ଆପଣଙ୍କ ଚର୍ମ ଯେପରି ହୋଇଥାଉ ନା କାହିଁକି ତ୍ବଚାକୁ କୋମଳ ଏବଂ ସୁସ୍ଥ ରଖିବା ପାଇଁ କିଛି ଘରୋଇ ଉପଚାର ଆପଣେଇବା ଆବଶ୍ୟକ । ଏଠାରେ 5 ଟି ରୋଷେଇ ସାମଗ୍ରୀ ରହିଛି ଯାହା ହୋଲି ପରେ ତ୍ବଚା ପାଇଁ ବେଶ ଫଳପ୍ରଦ ହୋଇଥାଏ ।

  1. ଦହି:-ଦହି ଅନ୍ତନଳୀ ପାଇଁ ଏବଂ ଚର୍ମ ପାଇଁ ସର୍ବୋତ୍ତମ । ଏଥିରେ ପ୍ରଚୁର ପରିମାଣରେ ଲାକ୍ଟିକ ଏସିଡ୍ ରହିଥିବାରୁ ଏହା ମୃତ ଚର୍ମ କୋଷକୁ କୋମଳ କରାଇବାରେ ସାହାଯ୍ୟ କରେ । ନୂତନ କୋଷ ତିଆରି କରେ । ଏହା ଏକ ପ୍ରାକୃତିକ ଏକ୍ସଫୋଲିଏଟର ଭାବରେ କାର୍ଯ୍ୟ କରେ ଯାହା ଦାଗ ସହିତ ବ୍ରଣ ଏବଂ ପିମ୍ପଲ୍ ହ୍ରାସ କରି ଏକ ପ୍ରାକୃତିକ ଚମକ ପ୍ରଦାନ କରିଥାଏ । ଆପଣଙ୍କ ମୁହଁ ଏବଂ ବେକରେ ଦହି ଲଗାନ୍ତୁ ଏବଂ ଏକ ବୃତ୍ତାକାର ଗତିରେ ଏହାକୁ ମସାଜ୍ କରନ୍ତୁ । ଏହାକୁ 10-15 ମିନିଟ୍ ରହିବାକୁ ଦିଅନ୍ତୁ ଏବଂ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ଆପଣ ତ୍ବଚାକୁ ଏକ ଚମକ ପ୍ରଦାନ କରିବା ସହ ଆପଣଙ୍କ ତ୍ବଚାକୁ କୋମଳ ଏବଂ ସତେଜ ରଖିଥାଏ ।
    ଦହି
  2. ଏଲୋଭେରା(ଘି କୁଆଁରୀ):-ଏଲୋଭେରାକୁ ସର୍ବଦା ଏକ ଆରୋଗ୍ୟକାରୀ ଉତ୍ପାଦ ଭାବରେ ବିବେଚନା କରାଯାଏ । ହୋଲି ପରେ ଏହାକୁ ଚର୍ମ ଉପରେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଏ କାରଣ ଏହା ପିମ୍ପଲ୍, ଦାଗ, ଶୁଖିଲା ଚର୍ମ ପରି ଅବସ୍ଥା ହ୍ରାସ କରିବାରେ ସାହାଯ୍ୟ କରେ । ଏହା ତ୍ବଚାକୁ ହାଇଡ୍ରେଟେଡ ଏବଂ କ୍ଷତିକାରକ ରାସାୟନିକ ପଦାର୍ଥରୁ ରକ୍ଷା କରିଥାଏ । ରଙ୍ଗ ଖେଳିବା ପରେ ଏଲୋଭେରା ଜେଲ ଚର୍ମକୁ ଧୀରେ ଧୀରେ ସୁସ୍ଥ କରିବାରେ ସାହାଯ୍ୟ କରେ । ଏହା ଏକ ଉତ୍ତମ ମଶ୍ଚରାଇଜର ଭାବରେ କାମ କରେ ଏବଂ ତ୍ବଚାକୁ କୋମଳ ଓ ଚିକ୍କଣ ରଖେ । ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଉପାଦାନ ଅକ୍ସିନ୍ ଏବଂ ଜିବରେଲିନ୍ସ ଅଛି ଯେଉଁଥିରେ ଆରୋଗ୍ୟ ଗୁଣ ରହିଛି । ଏହା ଚର୍ମର ପ୍ରଦାହକୁ ହ୍ରାସ କରିଥାଏ ଏବଂ ସନ ଟ୍ୟାନକୁ ହଟାଏ ।
    ଏଲୋଭେରା
  3. ଟମାଟୋ:-ପୁଷ୍ଟିକର ଖାଦ୍ୟ ଏବଂ ଚର୍ମରୋଗ ଦୃଷ୍ଟିରୁ ଟମାଟୋ ଏକ ଉତ୍ତମ ଫଳ । ଭିଟାମିନ୍ ଏ, ସି, କେ, ଏବଂ ଆଣ୍ଟିଅକ୍ସିଡାଣ୍ଟ ଲାଇକୋପିନରେ ଭରପୂର ଥିବା ବିଲାତି ର୍ମକୁ ଉଜ୍ଜ୍ୱଳ ଏବଂ ସତେଜ ରଖିବାରେ ସାହାଯ୍ୟ କର । ଟମାଟୋ ସନ ଟ୍ୟାନକୁ ହଟାଇବାରେ ସାହାଯ୍ୟ କରେ । ବ୍ରଣଠୁ ମଧ୍ୟ ଉପଶମ ଦେଇଥାଏ । ବିଲାତିର ଗୋଟିଏ ଏକ ଖଣ୍ଡ ଶୁଖିଲା ଚର୍ମରୁ ଉପଶମ ଦିଏ । ଯେତେବେଳେ ପିଗମେଣ୍ଟେସନ୍, ଅନ୍ଧକାର ଏବଂ ଗାଢ ଦାଗ କମିଯିବା ପରେ ଏହା ଚର୍ମକୁ ଉଜ୍ଜ୍ବଳ ରଖିଥାଏ । ଟମାଟୋରେ ଭରପୂର ଭିଟାମିନ ମୃତ ଚର୍ମ କୋଷଗୁଡ଼ିକୁ ପୁନରୁଦ୍ଧାର କରି ଚର୍ମକୁ ଉଜ୍ଜ୍ବଳତା ପ୍ରଦାନ କରିଥାଏ ।
    ବିଲାତି
  4. ଆଳୁ:-ଆଳୁରେ ଭିଟାମିନ B1, B3, B6, C ଏବଂ ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଓ ଫସଫରସ ପରି ଖଣିଜ ପଦାର୍ଥ ସହିତ ଭରପୂର ରହିଥାଏ । ସମସ୍ତ ଚର୍ମ ସମସ୍ୟା ପାଇଁ ଆଳୁକୁ ଏକ 'ଅଲରାଉଣ୍ଡର' ଭାବରେ ବିବେଚନା କରାଯାଏ । ଏହା ଚର୍ମର ଟ୍ୟାନିଂ ଏବଂ ହାଇପର-ପିଗମେଣ୍ଟେସନ୍ ଭଳି ସମସ୍ୟାକୁ ହଟାଇଥାଏ । ଚର୍ମରେ କୁଞ୍ଚନ, ଡାର୍କ ସର୍କଲ ଭଳି ସମସ୍ୟାକୁ ହଟାଇଥାଏ । ହୋଲି ସମୟରେ ସନ୍‌ ଟ୍ୟାନ ଏବଂ ଡାର୍କ ସର୍କଲଗୁଡିକ ହେଉଛି ସବୁଠାରୁ ସାଧାରଣ ସମସ୍ୟା । ଆଳୁରେ ରହିଥିବା ଭିଟାମିନ୍ ସି, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଉଜ୍ଜ୍ବଳକାରୀ ଉପାଦାନ ଏହାକୁ ହ୍ରାସ କରିବାରେ ସାହାଯ୍ୟ କରେ ।
    ଆଳୁ
  5. ଅମୃତଭଣ୍ଡା:-ଏଥିରେ ବିଟା କ୍ୟାରୋଟିନ, ଏନଜାଇମ୍ସ ଓ ଫାଇଟୋକେମିକାଲ୍ସରେ ଭରପୂର ହୋଇଥାଏ । ଅମୃତଭଣ୍ଡାରେ ରହିଥିବା papain ଚର୍ମକୁ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରେ । ହୋଲି ଖେଳିବା ସମୟରେ ଦାଗ ଲାଗିଯିବା ଏକ ମୁଖ୍ୟ ସମସ୍ୟା ହୋଇଥାଏ । ତେବେ ଅମୃତଭଣ୍ଡା ଏହି ଦାଗକୁ ହଟାଇବାରେ ସାହାଯ୍ୟ କରେ । ଖାଦ୍ୟ ବ୍ୟତୀତ ଚର୍ମ ପାଇଁ ଏହା ଅନେକ ପ୍ରକାରେ ଲାଭଦାୟକ ହୋଇଥାଏ । ଏହା ଚର୍ମର କୁଞ୍ଚନଠୁ ରକ୍ଷା କରିବା ସହିତ ଚର୍ମକୁ କୋମଳ ରଖେ ଓ ବ୍ରଣ ଭଳି ସମସ୍ୟାରୁ ତ୍ବଚାକୁ ଦୂରେଇ ରଖିଥାଏ ।
    ଅମୃତଭଣ୍ଡା

@IANS

ABOUT THE AUTHOR

...view details