ଓଡିଶା

odisha

ETV Bharat / sukhibhava

Jackfruit Seed: ସ୍ବାସ୍ଥ୍ୟ ପାଇଁ ହିତକର ପଣସ ମଞ୍ଜି, ଜାଣନ୍ତୁ 5ଟି ଉପକାରିତା - ପଣସ ମଞ୍ଜି ଉପକାରିତା

ପଣସ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟଯୁକ୍ତ ଫଳ । ଏହାର ମଞ୍ଜିକୁ ଉଭୟ ଭେଜ୍ ଏବଂ ନନଭେଜ୍ ସହ ଖାଇବାକୁ ଲୋକେ ପସନ୍ଦ କରିଥାନ୍ତି । ଏହା ଓଜନ ହ୍ରାସ କରିବା ସହ ଶରୀରରେ ଇମ୍ୟୁନିଟି ମଧ୍ୟ ବଢାଇବାରେ ସହାୟକ ହୋଇଥାଏ । ଅଧିକ ପଢନ୍ତୁ,

ସ୍ବାସ୍ଥ୍ୟ ପାଇଁ ହିତକାରୀ ପଣସ ମଞ୍ଜି, ଜାଣନ୍ତୁ 5 ଟି ଉପକାରିତା
ସ୍ବାସ୍ଥ୍ୟ ପାଇଁ ହିତକାରୀ ପଣସ ମଞ୍ଜି, ଜାଣନ୍ତୁ 5 ଟି ଉପକାରିତା

By

Published : Jun 25, 2023, 11:37 AM IST

ହାଇଦ୍ରାବାଦ: ପଣସ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟଯୁକ୍ତ ଫଳ । ଉଭୟ ଭେଜ ଏବଂ ନନଭେଜ୍ ସହ ରୋଷେଇ କରି ଖାଇଥାନ୍ତି ଲୋକେ । କେବଳ ପଣସରେ ନୁହେଁ, ଏହାର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ଗୁଣରେ ପରିପୂର୍ଣ୍ଣ ବୋଲି ବିବେଚନା କରାଯାଏ । ପଣସ ମଞ୍ଜି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଭିଟାମିନ୍ A, C, ଥାଏମିନ୍, ପୋଟାସିୟମ୍, କ୍ୟାଲସିୟମ୍, ରାଇବୋଫ୍ଲାଭିନ, ଆଇରନ୍, ନିୟାସିନ୍ ଏବଂ ଜିଙ୍କ ପରି ଉପାଦାନଗୁଡିକ ପଣସ ମଞ୍ଜିରେ ମିଳିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ପଣସ ମଞ୍ଜିରେ ଅନେକ ଫାଇବର ମିଳିଥାଏ, ଯାହାଫଳରେ ଏହା ହଜମ କରାଇବାରେ ସାହାଯ୍ୟ କରେ । ଏହାକୁ ଖାଇବା ଦ୍ବାରା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଭୋକିଲା ଅନୁଭବ କରାଏ ନାହିଁ । ଏହି କାରଣରୁ ମେଦବହୁଳତା କମିଥାଏ । ଏଥିସହ ଓଜନ ନିୟନ୍ତ୍ରଣ କରିବା ପାଇଁ ମେଟାବୋଲିଜିମର ବୃଦ୍ଧି ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପଣସ ମଞ୍ଜିରେ ମିଳୁଥିବା ସମାନ ଭିଟାମିନ୍ ବି କମ୍ପ୍ଲେକ୍ସ ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରେ । ଏହା କ୍ୟାଲୋରୀ ବଢାଇବା ସହ ଏବଂ ଓଜନ ହ୍ରାସ କରିବାରେ ସହାୟକ ହୁଏ । ତେବେ ଜାଣନ୍ତୁ ପଣସ ମଞ୍ଜିର ଉପକାରିତା ବିଷୟରେ

ପଣସ ମଞ୍ଜିର ଉପକାରିତା:

1. ରୋଗ ପ୍ରତିରୋଧକ ଶକ୍ତି:ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପଣସ ମଞ୍ଜି ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ପଣସରେ ଭିଟାମିନ୍ C ମିଳିଥାଏ ଏବଂ ଭିଟାମିନ୍-C ଏକ ପ୍ରଭାବଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।

2. ମୋଟାପଣ:ପଣସ ଏକ ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ, ଯାହାକୁ ରିସଭେରାଟ୍ରୋଲ୍ କୁହାଯାଏ, ପଣସରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମୋଟାପଣକୁ ରୋକିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ପଣସ ମଞ୍ଜି ଓଜନ ହ୍ରାସ କରିବାରେ ସହାୟକ ହୁଏ ।

3. ମଧୁମେହ:ମଧୁମେହ ରୋଗୀଙ୍କ ପାଇଁ ପଣସ ମଞ୍ଜି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ପଣସ ମଞ୍ଜି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଖାଦ୍ୟରେ ପନିପରିବା କିମ୍ବା ପାଉଡର ଆକାରରେ ବ୍ୟବହାର କରିବା ଉଚିତ୍ ।

4. କୋଷ୍ଠକାଠିନ୍ୟ: ପଣସ ମଞ୍ଜିରେ ଅଧିକ ପରିମାଣର ଫାଇବର ମିଳିଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ପଣସ ମଞ୍ଜି ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

5. ଚର୍ମ:ପଣସ ମଞ୍ଜି ଚର୍ମ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଏଥିସହିତ ଏହା ଦୃଷ୍ଟି ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ A ମିଳିଥାଏ ଯାହା ଆଖି ଏବଂ ଚର୍ମ ପାଇଁ ଲାଭଦାୟକ ଅଟେ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିଥାଏ ।

ପଣସ ମଞ୍ଜି କିପରି ଖାଇବେ:

1. ପଣସ ମଞ୍ଜି ଭଜା କରି ଖାଇପାରିବେ । ଏହାକୁ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଏକ କଡେଇରେ ଭାଜନ୍ତୁ । ଏହା ହାଲୁକା ବାଦାମୀ ରଙ୍ଗ ହୋଇଗଲେ ଏଥିରେ କିଛି କଳା ଲୁଣ ଏବଂ ଚାଟ୍ ମସଲା ଛିଞ୍ଚି ଖାଇପାରିବେ ।

2. ପଣସ ମଞ୍ଜିକୁ ଖରାରେ ଶୁଖାନ୍ତୁ ଏବଂ ସେଥିରୁ ପାଉଡର ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ସାଲାଡ କିମ୍ବା ଫଳ ଉପରେ ସିଞ୍ଚନ କରି ଖାଇପାରିବେ ।

3.ନିଜ ପସନ୍ଦର ଫଳ ସହ ପଣସର ମସଲା ତିଆରି କରିପାରିବେ । ଏହାକୁ ଖାଇବା ଦ୍ବାରା ଏଥିରୁ ବହୁତ ଲାଭ ପାଇପାରିବେ ।

ABOUT THE AUTHOR

...view details