ଓଡିଶା

odisha

By

Published : Mar 11, 2023, 10:22 AM IST

Updated : Mar 11, 2023, 10:48 AM IST

ETV Bharat / sukhibhava

H3N2 Virus Scare: ଗଲାଣି 2 ଜୀବନ, ସତର୍କ ରହିବାକୁ ପରାମର୍ଶ

ଧୀରେ ଧୀରେ କାୟା ମେଲାଉଛି ଇନଫ୍ଲୁଏଞ୍ଜା ଏ-ସବ୍‌ଟାଇପ୍ H3N2 ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଗଲାଣି 2 ଜୀବନ । ଅଧିକ ପଢନ୍ତୁ

H3N2 Virus
H3N2 Virus

ନୂଆଦିଲ୍ଲୀ: କୋରୋନା ଭୟ ସାମାନ୍ୟ ଦୂର ହୋଇଥିବା ବେଳେ ଡରାଉଛି ଆଉ ଏକ ଭୂତାଣୁ । ସମଗ୍ର ଦେଶରେ ବ୍ୟାପୁଛି ଇନଫ୍ଲୁଏଞ୍ଜା ଏ-ସବ୍‌ଟାଇପ୍ H3N2 ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ଭୂତାଣୁ । ରିପୋର୍ଟ ଅନୁସାରେ ସମଗ୍ର ଦେଶର 3,038 ଲାବୋରଟୋରୀରେ H3N2 ଇନଫ୍ଲୁଏଞ୍ଜା ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ କାରଣରୁ ବର୍ତ୍ତମାନ ଘରେ ଘରେ ଥଣ୍ଡା, ଜ୍ବର, କାଶ ରୋଗୀ ଚିହ୍ନଟ ହେଉଛନ୍ତି । ଆମ ରାଜ୍ୟ ଓଡିଶାରେ ମଧ୍ୟ ଗତ 3 ମାସ ହେବ ଅଧିକାଂଶ ଲୋକେ ଥଣ୍ଡା, ଜ୍ବର, କାଶ, ଛିଙ୍କ ସମସ୍ୟା ଭୋଗୁଛନ୍ତି । ରାଜ୍ୟରେ ମୋଟ 59 ଜଣ H3N2 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ, ଛୋଟ ପିଲା ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ଏହା ସବୁଠୁ ଘାତକ ସାଜୁଛି । ପିଲା ଓ ବୟସ୍କ ଏଥିରେ ଅଧିକ ସଂକ୍ରମଣ ହେଉଛନ୍ତି । ଏପର୍ଯ୍ୟନ୍ତ କର୍ଣ୍ଣାଟକ ଏବଂ ହରିୟାଣାରେ H3N2 ଇନଫ୍ଲୁଏଞ୍ଜା ସଂକ୍ରମଣରେ ଦୁଇ ଜଣଙ୍କ ଜୀବନ ଯାଇ ସାରିଲାଣି । ମାର୍ଚ୍ଚ ଶେଷ ଭାଗକୁ ସଂକ୍ରମଣ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏଥିପାଇଁ ସତର୍କ ରହିବାକୁ ରାଜ୍ୟ ଗୁଡିକୁ ପରାମର୍ଶ ଦିଆଯାଇଛି । ଲୋକମାନେ ମଧ୍ୟ ପୂର୍ବ କୋରୋନା ନିୟମ ମାନିବା ଉଚିତ୍ ବୋଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

ଏହା ମଧ୍ୟ ପଢନ୍ତୁ:-H3N2 Virus: ଘରେ ଘରେ ଥଣ୍ଡା-ଜ୍ବର ରୋଗୀ, ବ୍ୟାପୁଛି ଆଉ ଏକ ଭୂତାଣୁ

IDSP-IHIP (ଇଣ୍ଟିଗ୍ରେଟେଡ୍ ହେଲଥ୍ ଇନଫର୍ମେସନ୍ ପ୍ଲାଟଫର୍ମ)ରେ ଉପଲବ୍ଧ ସଦ୍ୟତମ ତଥ୍ୟ ଅନୁଯାୟୀ, H3N2 ସମେତ ବିଭିନ୍ନ ପ୍ରକାରର ଇନଫ୍ଲୁଏଞ୍ଜା ସଂକ୍ରମଣ ପରୀକ୍ଷା କରାଯାଇଥିଲା । ଦେଶରେ ମୋଟ 3038 ଲାବୋରଟୋରୀରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ଫେବୃଆରୀରେ 1307 ଏବଂ ମାର୍ଚ୍ଚରେ 486 ମାମଲା ରହିଥିବା ମନ୍ତ୍ରଣାଳୟ କହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଚଳିତ ବର୍ଷ ଫେବୃଆରୀରେ ମୋଟ 955 H1N1 ମାମଲା ରିପୋର୍ଟ ହୋଇଛି । ଅଧିକାଂଶ H1N1 ମାମଲାର ତାମିଲନାଡୁ(545), ମହାରାଷ୍ଟ୍ର(170), ଗୁଜୁରାଟ(74), କେରଳ(42) ଏବଂ ପଞ୍ଜାବ(28) ରିପୋର୍ଟ କରାଯାଇଛି ।

H3N2 କାରଣ ଓ ଲକ୍ଷଣ:ସିଜୋନାଲ୍(ଋତୁକାଳୀନ) ଇନ୍‌ଫ୍ଲୁଏଞ୍ଜା ହେଉଛି ଏକ ତୀବ୍ର ଶ୍ବାସକ୍ରିୟା ସଂକ୍ରମଣ, ଯାହା ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଦ୍ବାରା ବ୍ୟାପିଥାଏ । ଆମ ଦେଶରେ ପ୍ରତିବର୍ଷ ସିଜୋନାଲ୍ ଇନ୍‌ଫ୍ଲୁଏଞ୍ଜା ଦୁଇଟି ଭାଗରେ ଦେଖାଯାଏ, ଗୋଟିଏ ଜାନୁଆରୀରୁ ମାର୍ଚ୍ଚ ଏବଂ ଅନ୍ୟଟି ମୌସୁମୀ ପରବର୍ତ୍ତୀ ସମୟରେ । ଏହି ସମୟରେ ପୀଡିତଙ୍କର ଅନ୍ୟ ସାଧାରଣ ଲକ୍ଷଣ କାଶ, ବାନ୍ତି, ଗଳା ଯନ୍ତ୍ରଣା, ଜ୍ୱର, ଶରୀରରେ ଯନ୍ତ୍ରଣା ଏବଂ ଝାଡ଼ା ଭଳି ସମସ୍ୟା ଦେଖାଯାଏ । ତେଣୁ ଏହି ସବୁ ଲକ୍ଷଣ ଦୀର୍ଘ ଦିନ ଧରି ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Last Updated : Mar 11, 2023, 10:48 AM IST

ABOUT THE AUTHOR

...view details