ଓଡିଶା

odisha

ETV Bharat / sukhibhava

100ଜଣଙ୍କ ମଧ୍ୟରୁ 30ରୁ 40ଜଣଙ୍କ ରହିଥାଏ ଘୁଙ୍ଗୁଡି ସମସ୍ୟା: ରିପୋର୍ଟ - ଯୁବପିଢିଙ୍କୁ ଘୁଙ୍ଗୁଡି ସମସ୍ୟା

Snoring Problem: ଯୁବପିଢିଙ୍କ ମଧ୍ୟରେ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଘୁଙ୍ଗୁଡି। ତେବେ 100ଜଣଙ୍କ ମଧ୍ୟରୁ 30ରୁ 40ଜଣଙ୍କର ଏହି ସମସ୍ୟା ରହିଥିବା ନେଇ ଏକ ରିସର୍ଚ୍ଚରେ କୁହାଯାଇଛି। ଅଧିକ ପଢନ୍ତୁ

Snoring Problem
Snoring Problem

By ETV Bharat Odisha Team

Published : Dec 25, 2023, 1:36 PM IST

ହାଇଦ୍ରାବାଦ: ଅନେକ କାରଣ ଯୋଗୁଁ ଶୋଇବା ସମୟରେ ଘୁଙ୍ଗୁଡି ହୋଇଥାଏ । ତେବେ ଛୋଟ ଛୁଆ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏନେଇ ହାଇଦ୍ରାବାଦର ଜଣାଶୁଣା ହସ୍ପିଟାଲ ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଥିଲା । ଡାକ୍ତରମାନଙ୍କ କହିବା ଅନୁସାରେ, ପ୍ରତିବର୍ଷ ଘୁଙ୍ଗୁଡ଼ି ସମସ୍ୟା ନେଇ 360ରୁ 450 ଜଣ ବ୍ୟକ୍ତି ହସ୍ପିଟାଲକୁ ଆସି ଥାଆନ୍ତି । ପ୍ରତି 100 ଜଣଙ୍କ ମଧ୍ୟରେ 30ରୁ 40 ଜଣଙ୍କ ମଧ୍ୟରେ ଏହି ସମସ୍ୟା ରହିଥାଏ ବୋଲି ଡାକ୍ତରମାନେ କହିଛନ୍ତି । ତେବେ ସେଥିମଧ୍ୟରୁ 20 ପ୍ରତିଶତଙ୍କର ସ୍ଲିପ୍‌ ଆପ୍ନିଆ ସମସ୍ୟା ରହିଥାଏ । ବାୟୁପଥ ଅବରୋଧ ହେବା ସହିତ ନିଶ୍ବାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ । ଫୁସ୍‌ଫୁସ୍‌ରେ ଅମ୍ଳଜାନର ଅଭାବ ଦେଖାଯାଇଥାଏ । ଫଳରେ ରକ୍ତରେ ଅମ୍ଳଜାନ କମି ଯାଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ଲିପ୍‌ ଆପ୍ନିଆ ସମସ୍ୟା ଦୀର୍ଘଦିନ ପର୍ଯ୍ୟନ୍ତ ରହିଲେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ ବୋଲି କୁହାଯାଇଛି ।

ତେବେ କଣ ଏହି ସ୍ଲିପ୍‌ ଆପ୍ନିଆ:ସ୍ଲିପ୍‌ ଆପ୍ନିଆ ହେଉଛି ଏକ ନିଦ ସମ୍ବନ୍ଧୀୟ ରୋଗ । ଏଥିରେ ଆକ୍ରାନ୍ତ ହେବା ଫଳରେ ଜଣେ ବ୍ୟକ୍ତି ଶୋଇବା ସମୟରେ ନିଶ୍ବାସ ହଠାତ ବନ୍ଦ ହୋଇଥାଇଥାଏ ବା କିଛି ସମୟ ପାଇଁ ଅଟକି ଯାଇଥାଏ । ତେବେ କିଛି ସମୟ ପରେ ପୁଣି ଥରେ ଠିକ ହୋଇଯାଇଥାଏ । ସ୍ଲିପ୍‌ ଆପ୍ନିଆ 2 ପ୍ରକାର ହୋଇଥାଏ । ଗୋଟିଏ ହେଉଛି ଅବଷ୍ଟ୍ରାକ୍ଟିଭହ ସ୍ଲିଭ୍‌ ଆପ୍ନିଆ । ଯେତେବେଳେ ଗଳାର ମାଂସପେଶୀ ବଢ଼ିଯାଇଥାଏ ଏବଂ ଫୁସ୍‌ଫୁସ୍‌ରେ ଏୟାର ସର୍କୁଲେସନ୍‌ ଠିକ ହୋଇନଥାଏ, ସେତେବେଳେ ଏହି ସମସ୍ୟା ହୋଇଥାଏ । ଦ୍ୱିତୀୟଟି ହେଉଛି ସେଣ୍ଟ୍ରାଲ୍‌ ସ୍ଲିପ ଆପ୍ନିଆ । ଯାହା ମସ୍ତିଷ୍କ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରୁଥିବା ମାଂସପେଶୀକୁ ସଠିକ୍ ଭାବରେ ସଙ୍କେତ ଦେଇନଥାଏ । ଏହି ଦୁଇଟି ଅବସ୍ଥାରେ ଶୋଇବା ସମୟରେ ପ୍ରାୟ 10 ସେକେଣ୍ଡ୍‌ କିମ୍ବା ଅଧିକ ସମୟ ପାଇଁ ନିଶ୍ୱାସ ବନ୍ଦ ହୋଇଯାଇଥାଏ ।

ଖରାପ ଜୀବନଶୈଳୀ ଯୋଗୁଁ ଅନେକ ମେଦବହୁଳତାର ଶିକାର ହୋଇଥାଆନ୍ତି । ଫଳରେ ଘୁଙ୍ଗୁଡି ସମସ୍ୟା ଦେଖାଯାଇଥାଏ । ଏହି କାରଣ ଯୋଗୁଁ ମଧ୍ୟ ସ୍ଲିପ୍‌ ଆପ୍ନିଆ ମଧ୍ୟ ହୋଇଥାଏ । ଅନେକ କ୍ଷେତ୍ରରେ ଧୂମ୍ରପାନ ଏବଂ ଆଲକହଲ ସେବନ ମଧ୍ୟ ଏହାର ଏକ କାରଣ ବୋଲି କୁହାଯାଇଛି । ଚେହେରା, ବେକ ଏବଂ ଛାତିରେ ଅଧିକ ପରିମାଣରେ ଚର୍ବି ଜମା ହେବା କାରଣରୁ ବାୟୁପଥ ପ୍ରଭାବିତ ହୋଇଥାଏ। କେତେକ କ୍ଷେତ୍ରରେ ଟନିସିଲ ମଧ୍ୟ ବୃଦ୍ଧି ପାଇଥାଏ।

ଏହା ମଧ୍ୟ ପଢନ୍ତୁ: Snoring Problem: କାହିଁକି ହୁଏ ଘୁଙ୍ଗୁଡି ସମସ୍ୟା, ଜାଣନ୍ତୁ କାରଣ

ଛୋଟ ଛୁଆଙ୍କ କ୍ଷେତ୍ରରେ ଟନସିଲ ଏବଂ ଆଡେନୋଏଡ୍ସ ବୃଦ୍ଧି ଯୋଗୁଁ ଘୁଙ୍ଗୁଡି ଏବଂ ସ୍ଲିପ ଆପ୍ନିଆ ସମସ୍ୟା ବୃଦ୍ଧି ପାଇଥାଏ। ଫଳରେ ଛୁଆଙ୍କୁ ନିଶ୍ବାସ ନେବାରେ ସମସ୍ୟା ହୋଇଥାଏ । ତେବେ ଛୋଟ ଛୁଆଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ହେଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ବୋଲି କଣ୍ଟିନେଣ୍ଟାଲ ହସ୍ପିଟାଲର ପ୍ଲୁମୋନୋଲୋଜିଷ୍ଟ ଡାକ୍ତର ଏନ ନଳୀନି କହିଛନ୍ତି । ତାଙ୍କର କହିବା ଅନୁସାରେ, "ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା କିଛି ମାତ୍ରାରେ କମ୍ ହୋଇପାରେ । ତେବେ ସ୍ଲିପ୍‌ ଆପ୍ନିଆରେ ପୀଡ଼ିତ ଥିଲେ ମଧ୍ୟ ପରୀକ୍ଷଣ ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଓଜନ ହ୍ରାସ କରିବା, ପୋଜିସନାଲ ଥେରାପୀ ମଧ୍ୟ ସମସ୍ୟାରୁ ମୁକ୍ତି ପାଇବାର ଏକ ଉପାୟ ଅଟେ । ତେବେ ଗମ୍ଭୀର ସ୍ଥିତିରେ ସିପାପ୍‌ ଏବଂ ବିପାପ୍‌ ଡିଭାଇରସର ଆବଶ୍ୟକତା ରହିଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details