ହାଇଦ୍ରାବାଦ: ନୂଆ ଏକ ସ୍ଥାନକୁ ବୁଲିଯିବା ଏବଂ ଦୈନନ୍ଦିନ କାର୍ଯ୍ୟରୁ ନିଜକୁ ଟିକେ ଆରାମ ଦେବା, କାହାକୁ ବା ପସନ୍ଦ ନଥାଏ । ଅଧିକାଂଶ ବ୍ୟକ୍ତି ଲଙ୍ଗ୍ ଡ୍ରାଇଭିଂ ହେଉ କିମ୍ବା ଦୂର ସ୍ଥାନକୁ ବୁଲିଯିବାକୁ ବହୁତ ପସନ୍ଦ କରିଥାନ୍ତି । ମାତ୍ର ବାହାରେ ବୁଲି ଆସିବା ପରେ ଚର୍ମରେ ଦେଖାଦେଉଥିବା ସମସ୍ୟାକୁ ନେଇ ଚିଡି ଚିଡି ମଧ୍ୟ ହୋଇଥାନ୍ତି । ତେବେ ଆମେ ଏଠାରେ କିଛି ଭ୍ରମଣରୁ ଆସିବା ପରେ କିପରି ଚର୍ମର ଯତ୍ନ ନେବେ, ସେ ବାବଦରେ ନିମ୍ନରେ କେତେକ ଆଲୋଚନା କରିଛୁ, ଯାହା ଆପଣଙ୍କ ପାଇଁ ଆବଶ୍ୟକ....
ତେବ ଏହି ସମସ୍ୟାର ସମାଧାନ ବାବଦରେ ଜାଣିବା ପୂର୍ବରୁ ପ୍ରଥମେ ସମସ୍ୟା କ'ଣ ସେ ବାବଦରେ ଜାଣିବା ଉଚିତ୍ । ଯେତେବେଳେ ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତି, ସେଠାରେ ଅନେକ ପରିବେଶ କାରକ ରହିଥାଏ ଯାହା ଚର୍ମରେ ପ୍ରଭାବ ପକାଇପାରେ । ଆର୍ଦ୍ରତା ସ୍ତର, ବାୟୁ ଗୁଣବତ୍ତା, ତାପମାତ୍ରା, ଏପରିକି ସୂର୍ଯ୍ୟକିରଣ ସ୍ତରର ପରିବର୍ତ୍ତନ ଚର୍ମ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।
ଯାହା ଫଳରେ ଶୁଖିଲା, କୁଞ୍ଚିତ, ଲାଲ, ଦାଗ କିମ୍ବା ଚର୍ମରେ ହଠାତ୍ ବିଭିନ୍ନ ପ୍ରକାରର ରୋଗ ବାହାରି ପଡିବା ପରି ଅନୁଭବ ହୁଏ । ଏହା ସହିତ, ଥକ୍କାପଣ, ବିମାନ ଯାତ୍ରା ସମୟରେ ହଜମ ନହେବା ଅଧିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ଆମର ବାହ୍ୟ ପରିବେଶ ଚର୍ମକୁ ଦୁର୍ବଳ କରିଦେବା ସାଙ୍ଗକୁ ପୂର୍ବରୁ ଯେପରି ସୁସ୍ଥତା ବଜାୟ ରହିଥାଏ, ଭ୍ରମଣ ପରେ ସେଥିରେ ବ୍ୟାହତ ଘଟେ । ତେବେ ଏସବୁ ସମସ୍ୟାର କାରଣ ଏବଂ ସମାଧାନ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇପାରେ । ଆମେ ଏଠାରେ କେତେକ ପ୍ରାଥମିକ ଚିକିତ୍ସା ବାବଦରେ ଆଲୋଚନା କରାଯାଇଛି, ଯାହାକୁ ଆପଣ ଅନୁସରଣ କରିପାରିବେ...